ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା

41 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ରାଜ୍ୟରେ କୃଷିଓକୃଷକଙ୍କୁ ଶସକ୍ତ କରିବାପାଇଁ ରାଜ୍ୟସରକାର ପ୍ରତି ଜିଲ୍ଲା ରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ କରିବା ଉପରେ ପଦକ୍ଷେପ ନେଇଛନ୍ତି। ଏହିପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସହରର ରୟାଲପଡିଆ ଠାରେ ଜିଲ୍ଲା କୃଷିବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସୁବର୍ଣ୍ଣ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହିମେଳା ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର କୃଷକ ଓ ଜନସାଧାରଣ ଙ୍କ ନିମନ୍ତେ ଉନ୍ମୁକ୍ତ ରହିବ। ଜିଲ୍ଲା ମୁଖ୍ୟ କୃଷିଅଧିକାରୀ ନାରାୟଣ ଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହିସଭାରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଅର୍ଥ, ସଂସଦୀୟ ବ୍ୟାପାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଯୋଗଦେଇ କୃଷି ଓକୃଷକ ଆମ ଜିଲ୍ଲାର ଗର୍ବ ଓ ଗୌରବ ବୋଲି ଅଭିହିତ କରିବା ସହ ରାଜ୍ୟର ଗୌରବସହ ଅର୍ଥ ନୈତିକ ବିକାଶରେ ବିଶେଷ ସହାୟକ ହୋଇଛନ୍ତି ତଥାପି ଆମକୁ ଚାଷସହିତ ଅନ୍ୟାନ୍ୟ କୃଷି ସମ୍ବନ୍ଧିତ କ୍ଷେତ୍ରରେ ଯୋଗଦାନ ଦେଇ ଗ୍ରାମୀଣ ଅର୍ଥନୈତିକ ବିକାଶ ବୃଦ୍ଧିରେ ଯୋଡ଼ି ହେବାକୁ ପରାମର୍ଶ ପ୍ରଦାନ କରିଥିଲେ।

ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଯୋଗଦେଇ ଚାଷର ରୁପାନ୍ତରଣ ଓ ପରିବର୍ତିତ ଉପରେ ଗୁରୁତ୍ୱାରୋପକରି ଏହା ଜିଲ୍ଲା କୃଷି ର ଭବିଷ୍ୟତ ବୋଲି ମତବ୍ୟକ୍ତ କରିଥିଲେ ପୁନଶ୍ଚ ଜିଲ୍ଲାର କୃଷକବନ୍ଧୁ ଅର୍ଥକାରୀ ଫସଲ ଉପରେ ଆଗ୍ରହ ପ୍ରକାଶ କରିବାକୁ ଆହ୍ୱାନ କରିଥିଲେ।ସେହିପରି ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ,ନିଶିପୁନମ ମିଞ୍ଜ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ ,ଉତ୍ତରାଞ୍ଚଳ କୃଷି ଅଧିକ୍ଷଣ ଯନ୍ତ୍ରୀ ପୃଥିରାଜ ମହାନ୍ତି ସାଂପ୍ରତିକ ସ୍ଥିତିରେ କୃଷି ଓ କୃଷକ ଙ୍କପାଇଁ ସରକାର ଙ୍କର କୃଷି ଯନ୍ତ୍ରପାତି ଉପରେ ପ୍ରଦାନ କରାଯାଉଥିବା ରିହାତି, ବର୍ତ୍ତମାନ କୃଷି କ୍ଷେତ୍ରରେ ଆବଶ୍ୟକତା ଥିବା ନୂତନ ବୈଷୟିକ ଯନ୍ତ୍ରପାତି ର ଆବଶ୍ୟକତା ଉପରେ ବହୁ ଉପାଦେୟ ସୂଚନା ପ୍ରଦାନ କରିଥିଲେ।

ମାନ୍ୟବର ମନ୍ତ୍ରୀ ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ପ୍ରାରମ୍ଭରେ କୃଷି ମେଳାକୁ ଉଦଘାଟନ କରି ସମସ୍ତ ଷ୍ଟଲ ପରିଦର୍ଶନ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଜିଲ୍ଲା କୃଷି ବିଭାଗ ତରଫରୁ ରିହାତି ଦରରେ ପ୍ରଦାନ କରାଯାଇଥିବା କୃଷି ସମ୍ପୃକ୍ତ ଯନ୍ତ୍ରପାତି ସହାୟତା ଭୈରବୀ ମହିଳା ସ୍ୱୟଂ ସହାୟକଗୋଷ୍ଠୀ ଚରଦା, ଲକ୍ଷ୍ମୀପ୍ରିୟା ଏସ୍ ଏଚ୍ ଜି ଚେରୁପାଲି ,ଜନନୀ ଶକ୍ତି ବଡ଼କର୍ଲେ,ମାଁ ମହାଲକ୍ଷ୍ମୀ କାଦୋଦର,ମାଁ ଘଣ୍ଟେଶ୍ୱରୀ ଝାରତରଭା,ମାଁଲକ୍ଷ୍ମୀ ସୋନପୁର, ବାବା ଚମ୍ପେଶ୍ୱର ବୀରମହାରାଜପୁର, ବଜରଙ୍ଗ ବଲୀ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ତାଙ୍କର ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ସ୍ମୀତା ପଣ୍ଡା ସଂଯୋଜନା କରିଥିଲେ ।

 

Related Post

ବିଷାକ୍ତ ସାପ କୁମୁଡାରେ ମୃତ୍ୟୁ

Posted by - August 15, 2021 0
ବୌଦ୍ଧ :(ଚିତ୍ତରଂଜନସିଂ) ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବଡ଼ବନ୍ଧ ଗ୍ରାମର ସୁରେଶ ମୁଣ୍ଡା(୧୮) ନାମକ ଯୁବକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମହାଳିକପଡା ଗ୍ରାମ ପଞ୍ଚାୟତର ଜାବର୍…

ବିରଜା ଜ୍ୟୋତି ର ୪୧ ତମ ସଂସ୍କରଣର ଲୋକାର୍ପଣ ଉତ୍ସବ

Posted by - October 23, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିରଜା ହାଇସ୍କୁଲ ପରିସରରେ ଥିବା ପୂର୍ଣ୍ଣାନନ୍ଦ ମିଶ୍ର ପାଠାଗାର ପରିସରରେ ସାଂସ୍କୃତିକ ପତ୍ରିକା ବିରଜା ଜ୍ୟୋତି ର ୪୧ ତମ…

ଧର୍ମପରାୟଣ ବୃଦ୍ଧ ଙ୍କ ପରଲୋକ

Posted by - November 30, 2022 0
ଖପ୍ରାଖୋଲ: ୩୦/୧୧ (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ସ୍ଥାନୀୟର ଧର୍ମପରାୟଣ ବୃଦ୍ଧ ମୁରଲୀଧର ଦାସ ଙ୍କ ବୁଧବାର ଦିନ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ…

ତହସିଲ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ କଲା ତହସିଲ ପ୍ରଶାସନ

Posted by - February 8, 2020 164
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କିଛି ଦିନର ନୀରବତା ପରେ ପୁଣି ଆକ୍ସନ ମୋଡ଼କୁ ଫେରିଲା ଧର୍ମଶାଳା ତହସିଲ ପ୍ରଶାସନ। ତହସିଲ ସମ୍ମୁଖରୁ ଆଜି ଜବରଦଖଲକାରୀଙ୍କୁ ଉଛେଦ କରାଯାଇଛି। ଦୀର୍ଘ…