ହରଭଙ୍ଗା:(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଆଂଶିକ ସଫଳତା ହାସଲ କରିଥିବା ବେଳେ ଆଗାମୀ ପଂଚାୟତ ନିର୍ବାଚନକୁ ନେଇ ବିଜେପି ମହଲ ବେଶ ଚଳଚଂଚଳ ହୋଇ ଉଠିଛି । ଜିଲ୍ଲାରେ ଆଗାମୀ ନିର୍ବାଚନ ପାଇଁ ବିଜେପି ନିଜର ବୁଥ ସ୍ଥାରରୁ ମଜଭୁତ କରିବା ପାଇଁ ଶକ୍ତିକେନ୍ଦ୍ର ସ୍ଥାପନ କରି ଲୋକଙ୍କ ପାଖକୁ ପହଞ୍ଚିବାକୁ ଯୋଜନା ପ୍ରସ୍ତୁତ କରିଛି ।
ତିଲେଶ୍ୱର ପଞ୍ଚାୟତ ଘିମୁହାଣୀ ଠାରେ ଶକ୍ତିକେନ୍ଦ୍ର ଗଠନ ନେଇ ଏକ ବୈଠକ ବିଜେପି ନେତା ବିକ୍ରମ ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଶାନ୍ତ ପ୍ରଧାନ, ବିଜେପି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ବରିଷ୍ଠ ବିଜେପି ନେତା ମାଗୁଣି ଗାଈଗୌରିଆ, ଓବିସି ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ବନମାଳୀ ରଣା , ଜିଲ୍ଲା ସାଧାରଣ ସମ୍ପାଦକ ତାପସ ପଟ୍ଟନାୟକ ଓ ମଣ୍ଡଳ ସଭାପତି ବାମନ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ବିକ୍ରମ ପ୍ରଧାନଙ୍କୁ ତିଲେଶ୍ୱର ଶକ୍ତିକେନ୍ଦ୍ରର ପ୍ରମୁଖ ଭାବେ ଚୟନ କରାଯାଇଥିଲା ।
ଆଗାମୀ ଦିନରେ ବିଜେପି ଲୋକଙ୍କ ପାଖକୁ ପହଂଚିବା ସହ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିଭଳି ବୁଥ ସ୍ଥାରରେ ବିଜେପି ଆହୁରି ଅଜଭୁତ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ଶକ୍ତିକେନ୍ଦ୍ର ପ୍ରମୁଖ ବିକ୍ରମ ପ୍ରଧାନ ସଂଯୋଜନା କରିଥିବା ବେଳେ ଓବିସି ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ସୁଧୀର ରଣା, ପ୍ରଶାନ୍ତନନ୍ଦ ବେହେରା, କୈଳାସ ରଥ, ବିଜୟ ବେହେରା, ଲଳିତ ପାତ୍ର, ବିଜୟ କର୍ଣ୍ଣ, ମହେଶ୍ୱର ମହାପାତ୍ର, ଶୁଶାନ୍ତ ମହାପାତ୍ର ପ୍ରମୂଖ ଯୋଗ ଦେଇଥିଲେ ।