ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

69 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୧୫ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ lତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୧୫ ଗୋଟି ଗ୍ରହଣ କରାଯାଇଛି l 0୩ ଗୋଟି ଦରଖାସ୍ତ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l

ବିଡିଓ, ସୋନପୁର-ଶ୍ରୀ ସୌମ୍ୟ ରଞ୍ଜନ ସ୍ୱାଇଁ ଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କଁହର ,ସି ଡି ଏମ ଓ ଡ଼ଃ ବିଶ୍ୱ ରଞ୍ଜନ ପତି , ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀ, ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ,ଜିଲ୍ଳା ଶ୍ରମ ଅଧିକାରୀ ଡିଲେଶ୍ୱର ଖାକା, କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପରିଷଦ, ସୋନପୁର ସୂର୍ଯ୍ୟଂଶୁ ରୁଟ ,ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ

 

Related Post

ହରଭଙ୍ଗା ବ୍ଲକ ଅଧ୍ୟକ୍ଷl ଙ୍କ ବିଭିନ୍ନ ପଂଚାୟତ ଗସ୍ତ

Posted by - March 15, 2022 0
ବୌଦ୍ଧ :(ଚିତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକଅଧ୍ୟକ୍ଷା ସ୍ନେହ ଲତା ପ୍ରଧାନ ତଥା ବରିଷ୍ଠ ବିଜେପି ନେତା, ରାଜନୈତିକ ମ୍ୟାଜିକ ମ୍ୟାନ ସରୋଜ କୁମାର ପ୍ରଧାନ…

ରାଇଘର କୁନ୍ଦେଇ ଅଞ୍ଚଳରେ ମାଓ ପୋଷ୍ଟର

Posted by - July 29, 2021 0
ନବରଂଗପୁର :(ବେଣୁ ଗୋପାଳ ରାଓ)ରାଇଘର ବ୍ଲକ କୁନ୍ଦେଇ ଥାନା ଏରିୟା ଭିତରେ ଆଜି ସକାଳେ ଦେଖିବାକୁ ମିଳିଛି ମାଓ ପୋଷ୍ଟର। ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ…

ଚନ୍ଦନପୁର ପଞ୍ଚାୟତ କୁ ସେହି ଗ୍ରାମର ଦୁଇ ଜଣ ଯୁବକ କଲିକତାରୁ ଆସି ପହଁଚିବା ପରେ ଗ୍ରାମରେ ଉତ୍ତେଜନା

Posted by - April 14, 2020 942
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଲକ ଡାଉନର ଘୋଷଣା ଯୋଙ୍ଗୁ ସାରା ଭାରତ ରେ ମୋଟର ଗାଡି ଟ୍ରେନ ଚଳାଚଳ ବନ୍ଦ ରହିଥିବାରୁ ଓଡିଶା ବାହାରେ ରହୁଥିବା ଲୋକମାନେ ନିଜ…

ଆନୁଷ୍ଠାନିକ ଭାବରେ ନୂଆପଡା ଜିଲ୍ଲାରେ ଧାନମଣ୍ଡି ଉଦ୍ଘାଟନ କଲେ ଜିଲ୍ଲାପାଳ

Posted by - November 30, 2021 0
ନୂଆପଡା:(ମେଘନାଦ ନାଏକ)ନୂଆପଡା ଜିଲ୍ଲା ଖରିଆରରୋଡ଼ ନିୟମିତ ବଜାର କମିଟି ଖରିଆରରୋଡ଼ ଠାରେ ଆଜି ନୂଆପଡା ଜିଲ୍ଲାପାଳ ସ୍ୱଧାଦେଵ ସିଂ ଙ୍କ କର କମଳରେ ଧାନ ମଣ୍ଡି ଶୁଭ…

ସରପଂଚଙ୍କ କ୍ଷମତାକୁ ସଂକୁଚିତ ପ୍ରତିବାଦରେ ଏକାଠି ଜିଲାର ସମସ୍ତ ସରପଂଚ

Posted by - March 5, 2020 89
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ପଂଚାୟତକୁ ପ୍ରକୃତ କ୍ଷମତା ଦେବାକୁ କହି ଏବେ ସରପଂଚଙ୍କ କ୍ଷମତାକୁ ସଂକୁଚିତ କରୁଛନ୍ତି ରାଜ୍ୟ ସରକାର । ଯାହାର ପ୍ରତିବାଦ କରି ଯାଜପୁର ତ୍ରିଲୋଚନେଶ୍ୱର…