ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାଧୁ ସନ୍ଥ ସମ୍ବିଳନୀ

57 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ପଂଚାୟତ ବଘାରପାଲି ସ୍ଥିତ ବାବା ଚନ୍ଦ୍ରଶେଖର ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାଧୁ ସନ୍ଥ ସମ୍ବିଳନୀ ଆୟୋଜିତ ହୋଇଥିଲା l ପୁରୀ ବାଲିଘାଇ ଆଶ୍ରମ ର ସନ୍ଥ କ୍ରୀଷ୍ଣାନନ୍ଦ ଗିରି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୀତା ମାତା ଓ ଗୋସୁରକ୍ଷା ଉପରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବେ ସରସରା ପଞ୍ଚାୟତ ସରପଞ୍ଚ ହରି ନାଏକ,ଅନ୍ୟତମ ଅତିଥି ଭାବେ ବେଲପୁଞ୍ଜି ମଠର ମହନ୍ତ ନନ୍ଦ ବାବା, ନାଏକ ପଡା ପାତାଳୀ ଶ୍ରୀକ୍ଷେତ୍ର ମଠର ମହନ୍ତ ସନ୍ଥ ଗୋପାଳ ଦାସ, ମନ୍ଦିର ପ୍ରତିଷ୍ଠା କମିଟି ସଭାପତି ଗୋବର୍ଦ୍ଧନ ବିଶି,ବିଶ୍ବହିନ୍ଦୁ ପରିଷଦ ବୌଦ୍ଧ ଜିଲ୍ଲା ସଭାପତି ଶମ୍ଭୁ ପ୍ରସାଦ ମିଶ୍ର, ପ୍ରେସ କ୍ଲବ ସମ୍ପାଦକ ରଘୁନାଥ ଷଡଙ୍ଗୀ, ବୌଦ୍ଧ ସାମ୍ବାଦିକ ସଂଘ୍ ସମ୍ପାଦକ ଦୁର୍ଯ୍ୟୋଧନ ବିଶି, ମାହେଶ୍ୱରୀ ଗୋଶାଳା ର ଅଧ୍ୟକ୍ଷ ନିର୍ଗୁଣ ମହାକୁଡ ମଞ୍ଚାସୀନ ହେଇଥିଲେ l

ମାହେଶ୍ୱରୀ ଗୋଶାଳା ସମ୍ପାଦକ କୃତିବାସ ପଲିଆ ମଞ୍ଚ ପରିଚାଳନା କରିଥିଲା ବେଳେ, ଓଡିଶା ଗୋ ସୁୁରକ୍ଷା ସମିତି ର ବୌଦ୍ଧ ଜିଲ୍ଲା ସଭାପତି ବିଶିକେସନ୍ ପ୍ରଧାନ ସଭାପତିତ୍ବ କରିଥିଲେ l ମୁଖ୍ୟ ଅତିଥି ଗୋଭକ୍ତ କ୍ରୀଷ୍ଣା ବାବା ଗୋସୁରକ୍ଷା, ଗୋଆଧାରିତ କୁଟୀର ଶିଳ୍ପ କରି ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବକ୍ତବ୍ୟ ରଖିଥିଲେ l ଆସନ୍ତା ମାର୍ଚ୍ଚ ୩ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ମଥୁରା ପଞ୍ଚାୟତ ଗୋପ, ମଥୁରା, ବୃନ୍ଦାବନ ଠାରେ ଦୋଳ ମହୋତ୍ସବ ଆୟୋଜନ ସମୟରେ ଗୋ ସୁରକ୍ଷା ଓ ଗୋଭକ୍ତ ସମ୍ବିଲନୀ ଆୟୋଜନ ନିମନ୍ତେ ଓଡ଼ିଶା ଗୋ ସୁରକ୍ଷା ସମିତି ତରଫରୁ ଗୋସୁରକ୍ଷା ଓ ଗୋ ଆଧାରିତ ଜୈବିକ କୃଷି ଉପରେ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ପ୍ରସ୍ତାବ ରଖାଯାଇଛି l

Related Post

ସାମ୍ବାଦିକ ଆକ୍ରମଣ ର ପ୍ରତିବାଦ ଏବଂ ଦାବିପତ୍ର ପ୍ରଦାନ

Posted by - July 27, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ବରୀ ସାମ୍ବାଦିକ ସଂଘ ତରଫରୁ କେନ୍ଦ୍ରାପଡା ରେ ଜୈନିକ ସାମ୍ବାଦିକ ଙ୍କୁ ରିଜର୍ଭ ପୋଲିସ ମହିଳା କର୍ମଚାରୀ ଚାପୁଡ଼ା ମାରିବା ସହ ତାଙ୍କ…

ନେହରୁ ଯୁବ କେନ୍ଦ୍ର ର ପ୍ଲାଷ୍ଟିକ ସଂଗ୍ରହ ଓ ସଚେତନତା ଅଭିଯାନ

Posted by - October 12, 2021 0
ବୌଦ୍ଧ :(ଚିତ୍ତରଂଜନସିଂ) ବୌଦ୍ଧ ନେହେରୁ ଯୁବ କେନ୍ଦ୍ର ଓ ଜୟ ଜଗନ୍ନାଥ ଯୁବକ ସଂଘ ମିଳିତ ଆନୁକୂଲ୍ୟରେ ଜାତୀୟ ଯୁବ ସ୍ବେଚ୍ଛାସେବୀ ସୁଧିର ଦୀପଙ୍କ ତତ୍ତ୍ୱାବଧାନରେ ହରଭଙ୍ଗା…

କାର୍ତ୍ତିକମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ବିଭିନ୍ନ ଦେବା, ଦେବୀ ମନ୍ଦିରରେ ଭକ୍ତଶ୍ରଦ୍ଧାଳୁଙ୍କ ଭିଡ

Posted by - November 20, 2021 0
ବଙ୍ଗୋମୁଣ୍ଡା-ତା୧୯/୧୧(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ୨୬ ଟି ପଞ୍ଚାୟତ ମାନଙ୍କର ବିଭିନ୍ନ ଗାଁମଧ୍ୟ ରୁରାଣୀପୁର ଝରିଆଲଏକ ଅନ୍ୟ ତମ କ୍ଷେତ୍ର ଯାହାକି-ଐତିହ୍ୟ ପ୍ରସିଦ୍ଧି…

ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ଆୟୋଜିତ

Posted by - November 21, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ, ପୁରୁଣାକଟ ଭୈରବୀ ଜୁନିଅର କଲେଜ ତରଫରୁ ଆଜି ରେଡ କ୍ରସ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା l ଭୈରବୀ କଲେଜ…

ଗୁରୁ ଗୌରବ ଗୌରହରିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଶ୍ରଦ୍ଧାଞ୍ଜଳି ସଭା

Posted by - April 15, 2022 0
ବାଲେଶ୍ଵର:ବାଲେଶ୍ଵର ଜିଲ୍ଲା,ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମର୍ଦାରୋଡ ନଟାକଟା ପଞ୍ଚାୟତ ସ୍ଥିତ ଶ୍ୟାମସୁନ୍ଦରପୁର ଗ୍ରାମର ଶିକ୍ଷକ ସ୍ୱର୍ଗତ ଗୌରହରି ପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସଭା ଅନୁଷ୍ଠିତ ହୋଇଯାଇଛି।ଗୁରୁବାର…