ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ଓଡିଆ ଜବାନଙ୍କ ଦୁଃଶାସହିକ କ୍ରିଡା ପ୍ରଦର୍ଶନ । ଜବାନଙ୍କ ଏଭଳି ଦୁଃଶାହସିକ କ୍ରିଡା ପାଇଁ ବିଶ୍ୱରେକର୍ଡ ସ୍ଥାପନ କରିପାରିଛନ୍ତି । ଆମେ କହୁଛୁ ଯାଜପୁର ବରୀ ବାଲିଆ ଗାଁର ସଂଗ୍ରାମ କେଶରୀ ଜେନାଙ୍କ କଥା । ସଂଗ୍ରାମ ନିକଟରେ ମଧ୍ୟପ୍ରଦେଶର ଜବଲପୁର ଠାରେ ଆୟୋଜିତ ଡେୟାର ଡେଭିଲ ସୋରେ ବୁଲେଟ ଉପରେ ୧୧ ପୁଂଟ ସିଡି ଉପରେ ଓଲଟା ଚଢ଼ି ୧୨୮ କିମି ଯାତ୍ରା କରି ଏକ ବିରଳ ରେକର୍ଡ ସ୍ଥାପନ କରିଛନ୍ତି । ଯାହାକୁ ନେଇ ସଂଗ୍ରାମଙ୍କୁ ଦେଶ ବିଦେଶରୁ ଛୁଟିବାରେ ଲାଗିଛି ପ୍ରଶଂସାର ସୁଅ । ସଂଗ୍ରାମ ନିଜ ଜନ୍ମମାଟିରେ ପହଂଚିବା ପରେ ତାଙ୍କୁ ଦିଆଯାଇଛି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ।
ଓଡିଆ ବୀର ଯବାନଙ୍କ ବିରଳ ବିଶ୍ୱ ରେକର୍ଡ । ଭାରତୀୟ ସେନାର ସିଗନାଲ ବିଭାଗର ଡେୟାର ଡେଭିଲ ଟିମରେ ସାମିଲ ହୋଇ ବିଶ୍ୱ ରେକର୍ଡ କରିଛନ୍ତି ଓଡିଆ ଯବାନ ସଂଗ୍ରାମ କେଶରୀ ଜେନା । ସଂଗ୍ରାମ ନିକଟରେ ଜବଲପୁର ଠାରେ ଆୟୋଜିତ ଏକ ସୋ ରେ ଏହି ରେକର୍ଡ ସ୍ଥାପନ କରି ସମଗ୍ର ଓଡିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ସଂଗ୍ରାମ ବୁଲେଟ ଉପରେ ୧୧ ପୁଂଟ ଉଚ୍ଚ ସିଡି ଉପରେ ଚଢ଼ି ଓଲଟା ଠିଆ ହୋଇ ୪ ଘଂଟା ୨୯ ମିନିଟ୍ ୪୫ ସେକେଣ୍ଡ ରହି ୧୨୮ କିଲୋମିଟର ପରିକ୍ରମା କରିଥିଲେ । ପୂର୍ବରୁ ବିଏସଏପଂ ଜବାନ ଅବଦେଶ ସିଂ ୬୮ କିଲୋମିଟର ଯାତ୍ରା କରି ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ । ସଂଗ୍ରାମ ଏଭଳି ଏକ ବିରଳ ରେକର୍ଡ ପ୍ରତିଷ୍ଠା କରିବା ପରେ ନିଜ ସହକର୍ମୀ ଙ୍କ ଠାରୁ ଆରମ୍ଭ କରି ଦେଶ ବିଦେଶରୁ ଅନେକ ଶୁଭେଚ୍ଛା ପହଂଚିବାରେ ଲାଗିଛି । ସଂଗ୍ରାମ ଯାଜପୁର ବରୀରେ ନିଜ ଜନ୍ମମାଟିରେ ପହଂଚିବାରେ ଉଚ୍ଛର୍ସିତ ସମ୍ବର୍ଦ୍ଧନା ଦିଆଯାଇଛି
ସଂଗ୍ରାମଙ୍କୁ ଏକ ଖୋଲା ଜିପରେ ନିଜ ଜନ୍ମମାଟି ବାଲିଆକୁ ନିଆଯାଇଥିଲା । ରାସ୍ତାରେ ବିଭିନ୍ନ ବ୍ୟକ୍ତିବିଶେଷ,ସଂଗଠନ ଓ ହଜାର ହଜାର ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସଂଗ୍ରାମଙ୍କ ଏଭଳି ବିରଳ ରେକର୍ଡ ପଂଳରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ମାଟି ନାଁ ଆଜି ବିଶ୍ୱ ଦରବାରରେ ପହଂଚିପାରିଛି । ବାଲିଆ ପଂଚାୟତ ପକ୍ଷରୁ ସମସ୍ତ ସ୍ୱାଗତ ସମ୍ବର୍ଦ୍ଧନାର ବ୍ୟବସ୍ଥା କରାଯାଇଥିଲା । ସଂଗ୍ରାମ ନିଜ ଘରେ ପହଂଚିବା ପରେ ମା ବନ୍ଦାପନା କରିବା ସହିତ ପୁଅ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । କଠିନ ପରିଶ୍ରମ ଓ ପରିବାର ଲୋକଙ୍କ ସହଯୋଗ ଏବଂ ଆର୍ଶିବାଦ ପଂଳରେ ସଂଗ୍ରାମଙ୍କୁ ଏଭଳି ସପଂଳତା ମିିଳିପାରିଛି । ସଂଗ୍ରାମଙ୍କ ଏହି ରେକର୍ଡ ସଂପର୍କରେ ଦେଶ ବିଦେଶର ଅନେକ ଗଣମାଧ୍ୟମରେ ମଧ୍ୟ ସ୍ଥାନ ପାଇଛି । ଗିନିଜ ବୁକ ଅପଂ ୱାର୍ଲ୍ଡ ରେକର୍ଡ ରେ ସ୍ଥାନ ପାଇବା ଘଟଣା ସମଗ୍ର ଓଡିଆ ମାନଙ୍କୁ ଗର୍ବିତ କରିଛି ।
ସଂଗ୍ରାମ ଏଭଳି ଏକ ବିରଳ ରେକର୍ଡ ପ୍ରତିଷ୍ଠା କରି ରାଜ୍ୟ ତଥା ଦେଶର ଗୌରବ ଅର୍ଜନ କରିଥିବାରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ରାଜ୍ୟ ଓ କେନ୍ଦ୍ର ସରକାର ସମ୍ମାନିତ କରିବାକୁ ଦାବି ହୋଇଛି ।
ଯାଜପୁର ରୁ ଆନନ୍ଦ ଚନ୍ଦ୍ର ସାହୁ ।