Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ପଟ୍ଟା ପାଇବା ପାଇଁ ଗୁହାରୀ ଜଣାଇଲେ ପେରାଗ ଗ୍ରାମବାସୀ

98 0

କାଶୀପୁର:(ରମାକାନ୍ତ ପୋଢାଳ) ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତର ପେରାଗ୍ ଗ୍ରାମରେ ଅନେକ ଦିନରୁ 25 ରୁ ଉର୍ଦ୍ଧ ପରିବାର ଏହି ଗ୍ରାମରେ ବସବାସ କରି ଆସୁଛନ୍ତି। ଉକ୍ତ ଜାଗା ରେ ଘର ବାଡ଼ି କରି ରହିବା ସହିତ ଆଖପାଖ ଇଲାକାରେ ଜମିରେ ଚାଷ କାମ କରି ଜୀବିକା ନିର୍ବାହ କରୁଛନ୍ତି ମୁଖ୍ୟତଃ ପଟା ନ ଥିବାରୁ ଅନେକ ସରକାରୀ ଯୋଜନାର ଲାଭ ଉଠାଇ ପାରୁ ନାହାନ୍ତି ଏହି ଗ୍ରାମବାସୀ। ସୂଚନା ଅନୁସାରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ 32 ଟି ଫୋରେଷ୍ଟ ଗ୍ରାମ ସରକାରୀ ରେକଡରେ ଅଛି। ଉକ୍ତ ଗ୍ରାମ ଗୁଡିକ ଫରେଷ୍ଟ ଗ୍ରାମ ହୋଇଥିବାରୁ ଏହି ଗ୍ରାମ ଗୁଡିକରେ ବାସ କରୁଥିବା ଲୋକମାନେ ସରକାରଙ୍କର ଉର୍ନତ ମୂଳକ ଯୋଜନା ଗୁଡିକ ଲୋକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ

ସେହିପରି ଚାଷଜମି ଥାଇ ମଧ୍ଯ ରେକର୍ଡ଼ ରେ ନ ଥିବାରୁ ସରକାରଙ୍କ ମଣ୍ଡିରେ ଧାନ, ମଣ୍ଡିଆ ବିକ୍ରି କରିପାରୁନାହାନ୍ତି ସେଥିପାଇଁ ଲୋକେ ବହୁତ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଛି। ତେଣୁ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁସାରେ ମିଳିତ ଭାବେ ଜିଲ୍ଲା ପ୍ରଶାସନ ରାୟଗଡା ଓ ନିର୍ମାଣ ଅନୁଷ୍ଠାନ ର ସହଯୋଗରେ ୬ଟି ଫରେଷ୍ଟ ଗ୍ରାମ ଯଥା ପେରାଗ, ଲାମ୍ବେରି, ବଲାଙ୍ଗୀରି , ଈରିପିପୁଟୁ, କିଆଜଳା, ଗୁମୁରାପୁଟୁ ଆଦି ଗ୍ରାମର ସମସ୍ତ ଦାବିଦାର ମାନଙ୍କର ଦାବି ଗୁଡିକୁ ଶ୍ରୀଯୁକ୍ତ ତହସିଲଦାର କାଶୀପୁର ଏବଂ ସମସ୍ତ ଟିମ ,ଫୋରେଷ୍ଟର ଡିପାର୍ଟମେଣ୍ଟ,ଟିକିରି ର ସମସ୍ତ ଟିମ ବ୍ଲକ W.E.O କାଶୀପୁର ଏବଂ ସହଯୋଗ ଅନୁଷ୍ଠାନ ନିର୍ମାଣ ରାୟଗଡା ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁସାରେ ଗ୍ରାମ ସ୍ତରର ସମସ୍ତ କାର୍ଯ୍ୟ ଗୁଡିକ ଶେଷ କରି ଜିଲ୍ଲା ସ୍ତରରେ ପହଞ୍ଚାଇବାରେ ସଫଳ ହୋଇପାରିଛନ୍ତି ।

ତେଣୁ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କୁ ଉକ୍ତ ଗ୍ରାମଗୁଡିକୁ ପଟ୍ଟା ବଣ୍ଟନର ବ ବ୍ୟବସ୍ଥା କରାଇଲେ ସମସ୍ତ ଫରେଷ୍ଟ ଗ୍ରାମରେ ବସବାସ କରୁଥିବା ପରିବାର ମାନେ ଉପକୃତହେବେ ବୋଲି ଜଣେଇଛନ୍ତି।

Related Post

୩୨ଏକର ଗଞ୍ଜେଇ ପ୍ଲାଣ୍ଟେସନ 6ଘଣ୍ଟା ରେ କଟା ହେଲା,ଆନୁମାନିକ ମୂଲ୍ୟ ୩ କୋଟିରୁ ଉର୍ଦ୍ଧ

Posted by - December 21, 2022 0
ବୌଦ୍ଧ:୨୧/୧୨(ଚିତରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ବାନୀଭୂଷଣପୁର ପଞ୍ଚାୟତ ଭୀମଖୋଲ ଜଙ୍ଗଲ ମଧ୍ୟ ରେ ବଡ଼ ଧରଣର ଗଞ୍ଜେଇ ପ୍ଳାଟେନ୍ସନ ଥିବା ଜାଣି…

କେସିଙ୍ଗା ତେଲ ନଦୀ ମହଦା ଘାଟରୁ ଚୋରା ବାଲି ଚାଲାଣ , ଲକ୍ଷ ଲକ୍ଷ ଟଙ୍କାର ରାଜସ୍ଵ ହାନି

Posted by - February 15, 2023 0
କେସିଙ୍ଗା :(ପ୍ରିତେଶ ପଟେଲ) କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ସୀମାରେ ଅବସ୍ଥିତ କେସିଙ୍ଗା ତେଲ ନଦୀ କେସିଙ୍ଗା ସହର ରୁ ଦୁଇ କିଲୋମିଟର ଓ ବଲାଙ୍ଗିର ଜିଲ୍ଲାର…

ପୈାର ନିର୍ବାଚନ ପାଇଁ ପୋଲିସ ଓ ମାଜିଷ୍ଟ୍ରେଟ ଓ ସର୍ବଦଳୀୟ ବୈଠକ ଅନୁଷ୍ଠିତ

Posted by - March 17, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଳ୍‌ାପାଳଙ୍କ ସମ୍ମିଳନୀ ଗୃହରେ ଆଗାମୀ ପୈାର ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଓ ପ୍ରତିନିଧି ମାନଙ୍କୁ ନେଇ…

ବୌଦ୍ଧ ଜିଲାକୁ ପଲିଥିନ ମୁକ୍ତ କରିବା ନିମନ୍ତେ ଦୋକାନୀ ଓ ବ୍ୟବସାୟୀଙ୍କୁ ଚଢ଼ାଉ

Posted by - July 20, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଵିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ତରଫରୁ ସରକାର ଙ୍କ ନିର୍ଦେଶ ମୁତାବକ ପଲିଥିନ ଏନ ଫୋର୍ସମେଣ୍ଟ କରାଯାଇଥିଲା l ଏଥିରେ…