ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମାଂସଡା ପଂଚାୟତ ଅନ୍ତର୍ଗତ ଗୌଡ଼ସାହି ସ୍ଥିତ ସ୍ୱତନ୍ତ୍ର ପ୍ରମିଳା ଦେବୀ ସ୍କୁଲରେ ୭୪ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଂଝାରପୁର ଥାନା ଅଧିକାରୀ ରଂଜିତ ମହାନ୍ତି ଏହି ସ୍ୱତନ୍ତ୍ର ସ୍କୁଲରେ ପହଂଚି ଭିନ୍ନକ୍ଷମ ପିଲାଙ୍କୁ ମିଠା ଓ ଚକୋଲେଟ ବଣ୍ଟନ କରିଛନ୍ତି l ଏ ନେଇ ସ୍କୁଲର ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର ଥାନା ଅଧିକାରୀଙ୍କ ଏଭଳି ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିବା ସହ ଖୁସି ପ୍ରକାଶ କରିଛନ୍ତି।