ବୌଦ୍ଧ:୨୭ରୁ ୩୧ ପର୍ଯ୍ୟନ୍ତ ହରଭଙ୍ଗା ମହୋତ୍ସବ ଅନୁଷ୍ଠିତ ହେବ l ଆସନ୍ତା ୨୭ରୁ ୩୧ ପର୍ଯ୍ୟନ୍ତ ହରଭଙ୍ଗା ସ୍ଥିତ ଖେଳ ପଡ଼ିଆରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ହରଭଙ୍ଗା ମହୋତ୍ସବ। ଏହି ଅବସରରେ ମଙ୍ଗଳବାର ଶୁଭଖୁଣ୍ଟି ସ୍ଥାପନ ଏବଂ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ତଥା ପଂଚାୟତିରାଜ ପାନୀୟ ଜଳ, ଜଙ୍ଗଲ ପରିବେଶ ଏବଂ ସୂଚନା ଲୋକ ସର୍ମ୍ପକ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଯୋଗଦାନ କରି ହରଭଙ୍ଗା ମହୋତ୍ସବ ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ଓ ଲୋଗୋ ଉନ୍ମୋଚନ କରିଥିଲେ। ପ୍ରଥମେ ଖେଳପଡ଼ିଆରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା।
ପରେ ସ୍ଥାନୀୟ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲୋକ କଳା ଓ ସାଂସ୍କୃତିକ ପରିଷଦ ହରଭଙ୍ଗା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଶହ ଶହ ଛାତ୍ରଛାତ୍ରୀଙ୍କ କରତାଳିରେ ଅତିଥିମାନଙ୍କୁ ପାଛୋଟି ନିଆଯାଇଥିଲା। ପରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଦ୍ୱାରା ହରଭଙ୍ଗା ମହୋତ୍ସବ ଲୋଗୋ ଉନ୍ନୋଚିତ କରାଯାଇଥିଲା। ମନ୍ତ୍ରୀ ତାଙ୍କ ଭାଷଣରେ ହରଭଙ୍ଗାରେ ପ୍ରଥମ ଥର ମହୋତ୍ସବ ଆୟୋଜନ ପାଇଁ ଉଦ୍ୟୋକ୍ତାମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏହା ସହିତ ମହୋତ୍ସବ ଯୋଗୁଁ ଐତିହ୍ୟ ସ୍ଥାନ ହରଭଙ୍ଗାର ଗୌରବ ଫେରିପାଇବ ବୋଲି ମନ୍ତ୍ରୀ ଦୃଢୋକ୍ତି ଦେଇଥିଲେ। ଏଥିପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ମଧ୍ୟ କହିଥିଲେ। ସମସ୍ତେ ଏକତ୍ରୀତ ହୋଇ ଏଭଳି ମହତ୍ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହିତ ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ହରଭଙ୍ଗା ସରପଞ୍ଚ ଶକୁନ୍ତଳା ବେହେରା, ଆବାହାକ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରିୟନାଥ ଶର୍ମା, ମହୋତ୍ସବ ସଭାପତି ସୁବୋଧ କୁମାର ପ୍ରଧାନ, ସମ୍ପାଦକ ସରୋଜ କୁମାର ଭୋକ୍ତା, ସଂଜଯୋକ ପ୍ରଦୀପ କୁମାର ସାହୁ, ଶୁଶିଲ ପ୍ରଧାନ, ପ୍ରକାଶ ବେହେରା, ସତ୍ୟବାଦୀ ଚାଉଳିଆ, ତ୍ରୀବିକ୍ରମ ମହାକୁଡ, ନଟବର ପ୍ରଧାନ, ମାନଭଞ୍ଜନ ନାଏକ, ନରୋତମ ପ୍ରଧାନ, କିଶୋରୀ ଭୋକ୍ତା, ପ୍ରସନ୍ନ କୁମାର ବାଈ, ଶ୍ରୀକାନ୍ତ ଦେହୁରୀ, ସଂଜିବ ଦେହୁରୀ, ବିଜୟାନନ୍ଦ ସାହୁ, ହିମାଂଶୁ ଶେଖର ରାଉତ, ବବୁଲ ଖଡିରତ୍ନ, ଚିତରଞ୍ଜନ ସିଂଙ୍କ ସମେତ ବହୁ ସଂଖ୍ୟାରେ ମହୋତ୍ସବ ପ୍ରେମୀ ଏବଂ କଲେଜ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।ରିପୋର୍ଟ, ଚିତ୍ତରଞ୍ଜନ ସିଂହ, ବୌଦ୍ଧ