ନବରଙ୍ଗପୁର ରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ

21 0

ନବରଙ୍ଗପୁର: ତା ୨୪ / ୦୧( ବେଣୁ ଗୋପାଳ ରାଓ )ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଜି ନବରଙ୍ଗପୁର ମିସନ ଶକ୍ତି ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧକ୍ଷତା ରେ ଅନୁଷ୍ଟିତ ଏହି ସମାବେଶରେ ପାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଦିବସର ଉଦେଶ୍ୟ ବିଷୟରେ ଆଲୋକ ପାତ କରି କହିଲେଯେ ୨୦୦୮ ମସିହାରୁ ଭାରତ ସରକାର ବାଳିକା ମାନଙ୍କର ଅଧିକାର ଓ ସଶକ୍ତି କରଣ ନିମନ୍ତେ ପ୍ରତିବର୍ଷ ଶିଶୁ କନ୍ୟା ଦିବସ ପାଳନ ପାଳନ କରୁଛନ୍ତି । ପ୍ରତେକ ଝିଅ ମାନଙ୍କର ସୁରକ୍ଷା ଓ ଉଜ୍ଜଳ ଭବିଷ୍ୟତ ହିଁ ସରକାରଙ୍କ ଲକ୍ଷ୍ୟ । ନିଜର ବକ୍ତବ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ କହିଲେ ଯେ ପୁଅ ମାନଙ୍କ ଠାରୁ ଝିଅ ମାନେ କୌଣସି ଗୁଣରେ କମ ନୁହଁନ୍ତି ।

ପ୍ରତିଟି ଝିଅ ଅନନ୍ୟା । ଖୁସିର କଥା ଆମ ଜିଲ୍ଲାରେ ପୁରୁଷ ମାନଙ୍କ ଅନୁପାତରେ ରେ ମହିଳା ମାନଙ୍କ ସଂଖ୍ୟା ଅଧିକ କିନ୍ତୁ ସମାଜରେ ରକ୍ଷଣଶିଳ ମନଭାବ ଓ ଝିଅ ମାନଙ୍କ ପ୍ରତି ଆମର ଦୃଷ୍ଟି କୋଣରେ ସେମାନଙ୍କୁ ପଛରେ ବୋଲି କୁହାଯାଉଛି । ସମୟରେ ପରିବର୍ତ୍ତନ ଆସିଛି , ତେଣୁ ଆମ ମାନଙ୍କୁ ମିଳିମିଶି ବାଳିକା ମାନଙ୍କର ଶିକ୍ଷାକୁ ସୁନିଶ୍ଚିତ କରିବା ସହିତ ଜିଲ୍ଲାକୁ ଏକ ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବରେ ଗଢି ତୋଳିବା । ପରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ , କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଣନାଥ ଶେଠ ,ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାର ହଲଧର ନିଆଲ , ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ, ଅତିରିକ୍ତ ସମାଜ କଲ୍ଯାଣ ଅଧିକାରୀ ମଧୁସୂଦନ ନାୟକ , ଆକ୍ସନଏଡ ର ଜିଲ୍ଲା ସଂଯୋଜକ ଦାତା ଫକିର ଚରଣ ରାଉତ ସମାଜରେ ମହିଳା ମାନଙ୍କର ସମସ୍ଯା ,ବିଶେଷ କରି କିଶୋରୀ ବାଳିକା ମାନେ ସେମାନଙ୍କ ଜୀବନରେ ଯେଉଁ ସବୁ ସମସ୍ୟାର ସମୁଖିନ୍ନ ହେଉଛନ୍ତି ତାହାକୁ ଦୃଢ ଭାବରେ ମୁକାବିଲା କରି ଆଗକୁ ଚାଲିବା ସହିତ , ସେମାନଙ୍କର ମାନବିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ,ସମସ୍ତ ଶିଶୁ କନ୍ୟା ମାନେ ଯେପରି ସମାନ ଭାବରେ ଶିକ୍ଷା ପାଇପାରିବେ ଏହି ସବୁ ବିଷୟରେ ଆଲୋଚନା କରିବା ସହିତ ଜିଲ୍ଲାରେ ବାଲ୍ୟବିବାହର କାରଣ ଓ ନିରାକରଣ ଉପରେ ଆଲୋଚନା କରିଥିଲେ ।

ଅନ୍ୟ ମାନଙ୍କ ମଧରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏସେ ଗୀତା , ଯମୁନା ଭତ୍ରା,ଗୀତାଞ୍ଜଳି ମିଶ୍ର , ସୁରମା ମହାପାତ୍ର, ସଂଯୁକ୍ତା ବେହେରା , ବିରଜା ମୋହିନୀ ପାଙ୍ଗି, ପ୍ରୋବେଶନ ଅଫିସର କିଶୋର ମାର୍ଥ। , ଅନୁଷ୍ଟାନ ଅଧିକାରୀ କୁନିମଣି ସ୍ଵାଇଁ ପ୍ରମୁଖ ବକ୍ତା ମାନେ ଜିଲ୍ଲାରେ ବାଳିକା ଶିକ୍ଷାର ଗୁରୁତ୍ଵ , ବାଲ୍ୟବିବାହର କାରଣ ଓ ନିରାକରଣ ର ବିଭିନ୍ନ ଦିଗ, ଲିଙ୍ଗଗତ ବିଷମତା ଏହି ସବୁ ବିଷୟରେ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲାରେ ନିଜେ ନିଜର ବାଲ୍ୟ ବିବାହ କୁ ରୋକିବା ସହିତ ଜିଲ୍ଲାରେ ଅନ୍ଵେଷା ଅଭିଯାନ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବାଲ୍ୟବିବାହ ନିରାକରଣ ତଥା କିଶୋରୀ ସଶକ୍ତିକରଣ ଓ ଅଦ୍ଵିକା କାର୍ଯ୍ୟକ୍ରମ ର ସଫଳ ରୂପାୟନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥବା ୧୫ ଜଣ କିଶୋରୀ ମାନଙ୍କୁ ଉପଢକନ ଏବଂ ମାନପତ୍ର ଦେଇ ଅତିରିକ୍ତ ଜିଲ୍ଲାପାଳ ସମ୍ମାନିତ କରିଥିଲେ। ଶେଷରେ ନନ୍ଦହାଣ୍ଡି ସିଡିପିଓ ସସ୍ମିତାବାଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ସ୍ୱେଚ୍ଛାସେବୀ ମାନଙ୍କ ପକ୍ଷରୁ ଜଳଛତ୍ର

Posted by - April 25, 2022 0
ଯାଜପୁର କାଳୀମେଘାରେ ସ୍ଥାନୀୟ ଅଂଚଳର ସ୍ୱେଚ୍ଛାସେବୀ ମାନଙ୍କ ପକ୍ଷରୁ ଏକ ଜଳଛତ୍ର ଖୋଲାଯାଇଛି । ସହରରେ ଦିନକୁ ଦିନ ରୌଦ୍ରତାପ ବୃଦ୍ଧି ପାଉଥିବାରୁ ସ୍ୱେଚ୍ଛାସେବୀ ମାନେ ପଥିକଙ୍କ…

ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠା ଦିବସରେ ଚାରା ରୋପଣ

Posted by - July 20, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ସ୍ଥିତ ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷା କେନ୍ଦ୍ରର ୧୯ ତମ ପ୍ରତିଷ୍ଠା ଦିବସ…

ନବ ନିର୍ମିତ ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ଲୋକାର୍ପିତ

Posted by - June 16, 2022 0
ସୋନପୁର:( ଅଜିତ କୁମାର ପୂଜାହାରୀବହୁ ପ୍ରତିକ୍ଷିତ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ନବ ନିର୍ମିତ ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ଲୋକାର୍ପିତ ହୋଇଯାଇଛି ।ଦୀର୍ଘ ଦିନରୁ…

ଆଜାଦୀ କି ଅମୃତ ମହୋତ୍ସବ ପାଲନ ଅବସରରେ ଅତାବିରାରେ ୫୦୦ ମିଟର ର ତ୍ରିରଙ୍ଗା ପଦଯାତ୍ରା

Posted by - August 17, 2022 0
ସମ୍ବଲପୁର/ବରଗଡ/ଅତାବିରା ୧୪/୮(ରମାକାନ୍ତ ବିଶ୍ଵାଳ )ଆଜାଦୀ କି ଅମୃତ ମହୋତ୍ସବ ପାଲନ ଅବସରରେ ଅତାବିରାରେ ଆଜି ସକାଲ ସାଢେ ୯ ଟାରେ ଏକ ୫୦୦ ମିଟରର ଭବ୍ୟ ତ୍ରିରଙ୍ଗା…

ପାଳିତ ହେଲା ପ୍ରବାଦ ପୁରୁଷ ବିଜୁପଟ୍ଟନାୟଙ୍କ ୧୦୬ ତମ ଜନ୍ମ ଜୟନ୍ତୀ 

Posted by - March 7, 2022 0
ପାଳିତ ହେଲା  ପ୍ରବାଦ ପୁରୁଷ ବିଜୁପଟ୍ଟନାୟଙ୍କ ୧୦୬ ତମ ଜନ୍ମ ଜୟନ୍ତୀ।  ଏହି ଅବସରରେ  ଯାଜପୁର ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ବିରଜା କଲ୍ୟାଣ ମଣ୍ଡପ ପରିସରରେ…