ମୟୁରଭଞ୍ଜ: ମୃତଦେହ ଉଦ୍ଧାର। ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର। ତେବେ ମୟୁରଭଞ୍ଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ଗୋହିରା ଗାଁ ମୁଣ୍ଡ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ! ମୃତ ଯୁବକ ସ୍ଥାନୀୟ ମଧୁପୁର ଗ୍ରାମର ରାଜେଶ ମୁର୍ମୁ ବୋଲି ଜଣାପଡିଛି ! ଗତବର୍ଷ ସେପ୍ଟେମ୍ବର 23ରେ ରାଜେଶ ମୁର୍ମୁଙ୍କ ମାଆ ( କାର୍ମି ମୁର୍ମୁ )ଙ୍କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିଲା !
ତେବେ ମାଆଙ୍କ ମୃତ୍ୟୁ ପରେ ରାଜେଶ ମାନସିକ ସ୍ତରରେ ଭାଙ୍ଗିପଡିଥିଲେ ଏବଂ ଅଧିକାଂଶ ସମୟ ମାନସିକ ଚାପରେ ରହୁଥିଲେ ! ତେବେ ଆଜି ଜାମଦା ଥାନା ପୋଲିସ ଗୋହିରା ଗ୍ରାମର ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିବା ପରେ ରାଜେଶଙ୍କ ପରିବାର ଲୋକେ ରାଜେଶ ବୋଲି ଚିହ୍ନଟ କରିବା ସହ ରାଜେଶ ମାନସିକ ଚାପ ଯୋଗୁ ଆତ୍ମହତ୍ୟା କରିଥିବା ସନ୍ଦେହ ପ୍ରକାଶ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ! ତେବେ ପୋଲିସ ମୃତଦେହ ଉଦ୍ଧାର କରି ଜବତ କରିବା ସହ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନା ପଠାଇଛି।
Facebook Notice for EU!
You need to login to view and post FB Comments!