ହରଭଙ୍ଗା: :୧୯/୦୧(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରଗଳପୁର ତସରା ଖେଳପଡିଆ ଠାରେ ବୁଦ୍ଧ ଦେବ କ୍ଳବ ଆୟୋଜକରେ ଅନୁଷ୍ଠିତ ହୋଇଥିବା 5ମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ର ଆଜି ଦ୍ୱିତୀୟ ଦିବସ ଖେଳ ଅନୁଷ୍ଠିତ ହୋଇଯାଇଛି l ଏହି ଦ୍ୱିତୀୟ ଦିନର ଖେଳରେ ଜୟ ଦୁର୍ଗା କ୍ଳବ ଝାରସୁଗୁଡା ସହ ସୁଜିତ ଫୁଟବଲ କ୍ଳବ ଫୁଲବାଣୀ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ହୋଇଥିଲା!ଦୁଇ ଦଳ୧/୧ଗୋଲ ରେ ସମାନ ସ୍ଥିତି ହେବାରୁ ଶେଷରେ ଷ୍ଟ୍ରାଇକର ରେ ୪/୨ ଗୋଲରେ ଝାରସୁଗୁଡା ବିଜୟୀ ହୋଇଥିଲା!ଆଜିର ଦିବସ ରେ ମୁଖ୍ୟ ଅତିଥି ଭାବେ ରାମଗଡ ହାଇସ୍କୁଲ ଖେଳଶିକ୍ଷକ ଦାଶରଥି ଭୋଇ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଗଳପୁର ଗ୍ରାମ୍ୟ ସଭାପତି ବାସୁଦେବ ପ୍ରଧାନ, ଏକ୍ସ ସରପଞ୍ଚ ନରେଶ କୁମାର ସେଠି ଯୋଗ ଦେଇଥିଲେ l ଉକ୍ତ ଟୁର୍ନାମେଣ୍ଟ କୁ ବୁଦ୍ଧଦେବ କ୍ଳବ ର ସଦସ୍ୟ ଙ୍କ ସମେତ କ୍ଳବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ “
