ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ସହର ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଟାନ ପଏଁରୀ ପକ୍ଷରୁ ଆୟୋଜିତ ତଥା ଭାରତ ସରକାର ଙ୍କ ସଂସ୍କୃତି ବିଭାଗ , ସଙ୍ଗୀତ ନାଟକ ଏକାଡାମି ନୂଆଁଦିଲ୍ଲୀ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଭୂବନେଶ୍ୱର, ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁର ଭୀମ ଭୋଇ କଳା ମଣ୍ଡପ ଠାରେ ଜତୀୟ ପାରମ୍ପାରିକ ଲୋକ ନୃତ୍ୟ ଓ ସଂଙ୍ଗୀତ ଉତ୍ସବ ପଏଁରୀ ତିହାର ୨୦୨୩ ଉଦଯାପିତ ହୋଇଯାଇଛି । ଏହି ଅବସର ରେ ଉଦଘାଟନ ଦିନ ସକାଳୁ ମାଁ ସୁରେଶ୍ୱରୀ ମନ୍ଦିର ରୁ ଏକ ସାଂସ୍କୃତିକ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହା ପରେ ଅନୁଷ୍ଠାନିକ ଭାବେ ପଏଁରୀ ତିହାର -୨୦୨୩ ର ଉଦଘାଟନ ହୋଇଥିଲା । ଏଥିରେ ଉଦଘାଟକ ଭାବେ ବିଶିଷ୍ଟ ଦଣ୍ଡ ମହର୍ଷି ବିପିନ ଜାଲ ଯୋଗଦେଇଥିବା ବେଲେ ସମ୍ମାନିତ ଅତିଥି ଭାବରେ ପଏଁରୀ ର ଉପଦେଷ୍ଟା ଶ୍ରୀବସ୍ର ମଲ୍ଲିକ,ଅଭିମନ୍ୟୁ କୁଶଳ ଏହାକୁ ଉଦଘାଟନ କରିଥିଲେ ।
ଏହି ଉଦଘାଟନି ସଂନ୍ଦ୍ୟା ରେ ମୁଖ୍ୟ ଅତିଥି ଭାବେ ପୈାରପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ .ସମ୍ମାନିତ ଅତିଥି ଭାବେ ନିଲାମ୍ବର ଶତପଥି ଯୋଗଦେଇ ଲୋକ କଳା କୁ ପ୍ରସଂସା କରିଥିଲେ । ସେହିପରି ଦ୍ୱିତିୟ ସଂନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷି ଅଧିକ୍ଷକ ଅମରେଶ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁର୍ଯ୍ୟନାରାୟ ଣ ଦାସ ଯୋଗଦେଇ ପଏଁରୀ ଅନୁଷ୍ଠାନ ଆଜି ଲୋକ କଳାକୁ ବିଶ୍ୱ ଦରବାର ରେ ପହଞ୍ଚାଇ ପାରିଛି ବୋଲି ପ୍ରସଂସା କରିଥିଲେ l ସେହିପରି ତୃତୀୟ ସନ୍ଧ୍ୟା ରେ କଟାଂମାଳ ବିଧାୟକ ମହିଧର ରଣା ପିଡି ଡିଆରଡିଏ ନିହାର ରଞ୍ଜନ କଅଁର,କଲିକତା ର ସଂସ୍କାର ଭାରତିର ମୁଖ୍ୟ ନୀଳକଣ୍ଠ ରୋଏ ଯୋଗ ଦେଇ କଳାକାର ଙ୍କୁ ପୁରସ୍କୃତ କରିଥିଲେ l ନୃତ୍ୟ ଗୁରୁ ଡ.ମଞ୍ଜୁଶ୍ରି ପଣ୍ଡା ଯୋଗ ଦେଇ ସାକ୍ଷାତ ଭଗବାନ ବି ସଂଗୀତ ପାଇଁ ଲାଳାୟିତ ବୋଲି ମତ ରଖି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ମରଣୀୟ ବୋଲି କହିଥିଲେ l ଏବଂ ପଏଁରୀ ବିନା କୌଣସି ନାରୀ ର ଆଭୂଷଣ ସମ୍ପୂର୍ଣ ନୁହେଁ ବୋଲି ଡଃ ପଣ୍ଡା କହିଥିଲେ l
ପ୍ରତ୍ୟକ ସଂନ୍ଦ୍ୟାରେ ସଭାପତି ଲଡୁ କିଶୋର ମଲ୍ଲିକ ସଭାପତିତ୍ୱ କରୁଥିବା ବେଳେ ସମ୍ପାଦକ ଚୈଧୁରି ବିଭାର ସଭା ସଂଯୋଜନା କରିବା ସହ ବାର୍ଷିକ ବିବରଣି ପାଠ କରିଥିଲେ । ସୁଶାନ୍ତ ସାହୁ ଙ୍କ ସଂଯୋଜନା ରେ ସତୃଘନ ଲୁହା,ଶାଶ୍ୱତ ତ୍ରିପାଠି,ତ୍ରିଶୁଳ ଭଞ୍ଜା ,ବିରେନ ଜଗଦଲା ମୁସ୍କାନ ମଲ୍ଲିକ,ଲିପିକା ବିଭାର,ଚେତନା ବେହେରା, ହରିଓଁ କୁଶଲ,ସୁପ୍ରିୟା ଶର୍ମା,ଦେବାନନ୍ଦ ଦାଶ,ଜ୍ୟୋତିଶିଖା ଦାସ ପ୍ରମୁଖ ଲୋକ ସଙ୍ଗୀତ ପରିବେଶଣ କରିଥିବା ବେଳେ ସମ୍ପାଦକ ଚୈାଧୁରୀ ବିଭାରଙ୍କ ସଂଯୋଜନାରେ ହରୀ ୟାନା,ପଞ୍ଜାବ,ପଶ୍ଚିମବଙ୍ଗ ର ଛଉ ସହ ବିଭିନ୍ନ ଜିଲ୍ଲା ରୁ ଆସିଥିବା ଲେକ ନୃତ୍ୟ ପରିବେଶଣ କରାଯାଇଥିଲା ।ଏଥିରେ ଉପ ସଭାପତି ପ୍ରଫୁଲ୍ଲ ନାୟକ,କଲଚରାଲ କୋଡିନେଟର ସନ୍ତୋଷ ମିଶ୍ର,କୋଷାଧକ୍ଷ ସୁଶାନ୍ତ ସାହୁ,ସହ ସମ୍ପାଦକ ପୃଥିରାଜ ବାଘ ,ସୈାମ୍ୟ ରଞ୍ଜନ ସେଠି , ବନମାଲି ମଲ୍ଲିକ,ଗୋପାଳ ମେହେର,ରାମ ମେହେର ପ୍ରମୁଖ ଙ୍କ ସହ ପଏଁରି ଅନୁଷ୍ଠାନ ର ସମସ୍ତ ସଦସ୍ୟ ସହେଯାଗ କରିଥିଲେ ।