ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଅଙ୍ଗନବାଡ଼ି କର୍ମୀ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଦାବିରେ ଅଲ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାର୍କର ଆସୋସିଆସନ ଯାଜପୁର ଜିଲାଶାଖା ପକ୍ଷରୁ ଆଜି ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା ସମ୍ପାଦିକା କଲ୍ୟାଣୀ ମହାନ୍ତିଙ୍କ ନେତୃତ୍ବର ଜିଲରୁ ବିଭିନ୍ନ ବ୍ଲକରୁ ଆସିଥିବା ଶତାଧିକ କର୍ମୀମାନେ ଗାନ୍ଧୀଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ସରକାର ବିରୋଧୀ ନାରାବାଜି କରିଥିଲେ ।
ଅଙ୍ଗନବାଡି କର୍ମୀ ଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ ସହିତ ଦରମା ୧୮ହଜାର ଟଙ୍କା ପ୍ରଦାନ ,ପୂର୍ବରୁ ଆନ୍ଦୋଳନ ପାଇଁ ବହିଷ୍କୃତ କର୍ମୀଙ୍କୁ ଥଇଥାନ କରିବା ସମେତ ୮ ଦଫା ଦାବି ରେ ଏହି ଆନ୍ଦୋଳନ କରାଯାଇଛି। ଏନେଇ ଏକ ଦାବିପତ୍ର ଜିଲା ସଭାପତି ସବିତା ପାଢୀଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲପାଳଙ୍କୁ ପ୍ରଦାନ କରାଯାଇଛି । ତୁରନ୍ତ ସମସ୍ତ ଦାବି ପୂରଣ ନ ହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି।