ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବୈତରଣୀ ନଦୀ ଦଶ୍ୱାମେଧ ଘାଟଠାରେ ଗୀତା ଜାଗରଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉସô୍ବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ଯାଜପୁର ତହସିଲଦାର ସୁନିଲ କୁମାର ମେହେର ମୁଖ୍ୟଅତିଥିଭାବେ ଯେ୍ଧଜ୍ଞ ଦେଇ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥିଭାବେ ସ୍ୱାମୀ ତ୍ୟାଗସ୍ୱରୁପା ନନ୍ଦ ଜୀ ମହାରାଜ, ସୁର୍ଯ୍ୟମଣୀ ଖୁଂଟିଆ ଯୋଗଦେଇ ଅତୀତର ନୈବାଣିଜ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲାସ୍ତରୀୟ ବୋଇତବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସାଧବ ପୁଅ ବେଶରେ ବୋଇତ ରେ ବୈତରଣୀ ନଦୀ ଆରପଟକୁ ଯାଇଥିଲେ । ଏହି ବୋଇତ ବନ୍ଦାଣ ଉସô୍ବକୁ ଦେଖିବା ପାଇଁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଅନୁଷ୍ଠାନ ପକ୍ଷରୁ ଗୀତା ଆବୃତି ପ୍ରତିଯୋଗୀତା ଏବଂ ସୁନ୍ଦର ବୋଇତ ପ୍ରତିଯୋଗୀତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
Facebook Notice for EU!
You need to login to view and post FB Comments!