ଟିଟିଲାଗଡ:(ସଞ୍ଜୟ ନାୟକ) ଲାୟନ୍ସ୍ କ୍ଲବ ହେଉଛି ସମାଜସେବା କ୍ଷେତ୍ରରେ ବିଶ୍ଵର ଏକ ପରିଚିତ କ୍ଲବ। ଏହି କ୍ଲବର ସାରା ବିଶ୍ବରେ ସଦସ୍ୟ ରହିଛନ୍ତି। ତେବେ ବର୍ଷ ତମାମ କିଛି ନା କିଛି ସେବା ସହଯୋଗ କରିବା ନିମନ୍ତେ ବିଶ୍ଵର ସମସ୍ତ ଜୋନ ଅନ୍ତର୍ଗତ ବିଭିନ୍ନ କ୍ଲବ କାର୍ଯ୍ୟ କରିଥାନ୍ତି। ଇତି ମଧ୍ୟରେ ଲାୟନ୍ସ କ୍ଲବର ଆନ୍ତର୍ଜାତୀୟ ସଭାପତି ବ୍ରେନ ସିଆଁନ ଭାରତ ଗସ୍ତରେ ଆସି ବିଭିନ୍ନ କ୍ଲବର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ସେହିପରି କୋଲକାତା ସ୍ଥିତ ଆଇଟିଶି ରୟାଲ ବେଙ୍ଗଲ ହୋଟେଲ ଠାରେ ଭାରତର ଇଷ୍ଟ ଜୋନ କ୍ଷେତ୍ରର ଭଲ ପ୍ରଦର୍ଶନ, ଲକ୍ଷ ହାସଲ କରିଥିବା କ୍ଲବ ମାନଙ୍କ ସଭାପତି ମାନଙ୍କୁ ନେଇ ଏକ ସମ୍ମିଳନୀ ଶୁକ୍ରବାର ୨୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଟିଟିଲାଗଡ ଲାୟନ୍ସ କ୍ଲବକୁ ଉତ୍ତମ ପ୍ରଦର୍ଶନ ପାଇଁ, ଟିଟିଲାଗଡ କ୍ଳବର ପିଏମସିସି ସଦସ୍ୟ ଶ୍ରୀ ସଞ୍ଜୟ ସାହୁଙ୍କ ବିଭିନ୍ନ କ୍ଷେତ୍ରରେ ଅନୁଦାନ ପାଇଁ ଏବଂ ସଦସ୍ୟତା ଅଭିଯାନ ଅନ୍ତର୍ଗତ ଲକ୍ଷ୍ୟ ହାସଲ କରିବା ଯୋଗୁଁ ଲାୟନ୍ସ କ୍ଳବ୍ ସଭାପତି ଶ୍ରୀ ଲିଙ୍ଗରାଜ ସାହୁଙ୍କୁ ଅନ୍ତର୍ଦେଶୀୟ ଲାୟନ୍ସ କ୍ଲବ ସଭାପତି ବ୍ରେନ ସିଆନ ସମ୍ମାନିତ କରିଥିଲେ।
ଏହି ଅବସରରେ ଟିଟିଲାଗଡ ଲାୟନ୍ସ କ୍ଲବ ସଦସ୍ୟ ତଥା ଲାୟନ୍ସ 322C2 ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ୟମୁନା ପ୍ରସାଦ ଗୋୟଲ୍ ଓ କ୍ଳବର୍ ସର୍ଭିସ ଚେୟାର ପର୍ସନ ଶ୍ରୀ ସଞ୍ଜୟ କୁମାର ନାୟକ ଉପସ୍ଥିତ ଥିଲେ। ଶେଷରେ ସମସ୍ତ ଡିଜି ଟିମ ଏବଂ ସଦସ୍ୟଙ୍କ ସହ ଅନ୍ତର୍ଦେଶୀୟ ଲାୟନ୍ସ କ୍ଲବ ସଭାପତିଙ୍କ ସହ ଉପସ୍ଥିତ ସଦସ୍ୟ ମାନେ ଫଟୋ ଉଠାଇଥିଲେ। ଶ୍ରୀ ବ୍ରେନ ସିଆଁନ ଏହି ଅବସରରେ ନିଜ ଅଭିଭାଷଣ ଦେବା ସହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।