Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩- ପ୍ରଚାର ଓ ବିଜ୍ଞପ୍ତି ଉପ କମିଟିର ବୈଠକ ଅନୁଷ୍ଠିତ

45 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଜି ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟଳୟରେ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୩ ପ୍ରଚାର ଓ ବିଜ୍ଞପ୍ତି ଉପକମିଟିର ଅଧ୍ୟକ୍ଷ ଶ୍ରୀ ଶାନ୍ତନୁ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୩ ରୋପ୍ୟ ଜୟନ୍ତୀ ଉତ୍ସବ କୁ କିଭଳି ବହୁଳ ଭାବରେ ପ୍ରଚାର ପ୍ରସାର କରିବା ଓ ସଫଳତା ର ସହ ଏହାକୁ ରୂପାୟନ କରିବା ଦିଗରେ ମୁଖ୍ୟତଃ ଆଲୋଚନା ହୋଇ ଥିଲା ।

ସର୍ବ ସମ୍ମତି କ୍ରମେ ଉପ କମିଟି ପକ୍ଷରୁ ସମସ୍ତ ବ୍ଲକ୍ ଏନ୍.ଏ.ସି. ରେ ହୋର୍ଡିଁ ସ୍ଥାପନ, ଭବାନୀପାଟଣା ଠାରେ ତୋରଣ ଓ ହୋର୍ଡିଁ ସ୍ଥାପନ, ପୋଷ୍ଟର, ଲିଫ୍-ଲେଟ୍ ବଣ୍ଟନ, ଦୂରଦର୍ଶନ ଓ ଆକାଶବାଣୀ ମାଧ୍ୟମରେ ପ୍ରଚାର, ଏଲ୍ ଇ ଡି ସ୍କ୍ରିନ ରେ ସୂଚନା ପ୍ରଦର୍ଶନ,ପ୍ରେସ ମିଟ୍, ମିଡ଼ିଆ ପଏଣ୍ଟ ଉପରେ ଆଲୋଚନା ହୋଇ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଗଲା । ଉପ କମିଟି ସଂଯୋଜକ ଅଧିକାରୀ ଡି.ଆଇ.ପି.ଆର୍.ଓ. ଶ୍ରୀ ମନୋଜ କୁମାର ବେହେରା ପ୍ରସ୍ତାବ ଆଗତ ସହ ସଭା ପରିଚାଳନା କରିଥିଲେ ।

ବୈଠକରେ ଶ୍ରୀ ଦେବେନ୍ଦ୍ର ବିଶି, ଶ୍ରୀ ହର୍ ଜିନ୍ଦର୍ ସିଂ, ଶ୍ରୀ ନାରାୟଣ ନାୟକ, ଶ୍ରୀ ରଜନୀକାନ୍ତ ମିଶ୍ର, ଶ୍ରୀ ମନମୋହନ ପ୍ରଧାନ, ଶ୍ରୀ ସ୍ଵାଧୀନ ପାତ୍ର, ଶ୍ରୀ ରାଜକୁମାର ସିଂ ଦେଓ, ଶ୍ରୀ ଲକ୍ଷ୍ମଣ ସ୍ୱାଇଁ, ଶ୍ରୀ ତୁଲମଣି ନାଗ, ଶ୍ରୀ ସୁନିଲ୍ କୁମାର୍ ପାଢ଼ୀ, ଶ୍ରୀ ମଧୁସୂଦନ ମହାପାତ୍ର ପ୍ରମୁଖ ଗଣ ମାଧ୍ୟମ ପ୍ରତିନିଧି ତଥା ଡୁଡ଼ା ଅଧିକାରୀ ଶ୍ରୀ ବିମଳ କୁମାର ସାହୁ ଉପସ୍ଥିତ ଥିଲେ । ସାମ୍ବାଦିକ ତଥା ଉପ କମିଟି ଆବାହକ ଶ୍ରୀ ହର୍ ଜିନ୍ଦର୍ ସିଂ ଧନ୍ୟବାଦ୍ ଦେଇ ଥିଲେ।

Related Post

ସୁରଜିତ ସିଂ ମହାରଥା ଙ୍କ କୋସଲୀ କଥାନୀ ମାଲାର ଶୁଭ ଉନ୍ମୋଚନ

Posted by - January 9, 2022 0
ନୂଆପଡା:(ମେଘନାଦ ନାଏକ)ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଦେଓବାହାଲ ଗ୍ରାମ ଠାରେ ସୁରଜିତ ସିଂ ମହାରଥାଙ୍କ କୋସଲୀ ବହି କୋସଲୀ କଥାନୀ ମାଲା ରବିବାର ଉନ୍ମୋଚିତ ହୋଇଯାଇଛି ।…

ବୌଦ୍ଧ ଏନଏସିରେ କଳାକାର ଭତ୍ତା ପାଇଁ ପ୍ରାଥମିକ ଚୟନ ପ୍ରକ୍ରିୟା ଅନୁଷ୍ଠିତ

Posted by - December 17, 2021 0
ବୌଦ୍ଧ:୧୬ା୧୨ 🙁 ଚିତ୍ତରଂଜନସିଂ) ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନକାରୀଙ୍କ ସାମର୍ଥ୍ୟ ପରୀକ୍ଷା ଗୁରୁବାର ପୂର୍ବାହ୍ନରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ…

ରାଜ୍ୟ ସ୍ତରୀୟ ସଂସ୍କୃତିକ ପ୍ରତିଯୋଗିତା ଉଦଯାପିତ 

Posted by - December 30, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର କଲେଜରୋଡ଼ରେ ଥିବା ଶ୍ରୀ ଜଗନ୍ନାଥ କଳା ମଣ୍ଡପରେ ରାଜ୍ୟ ସ୍ତରୀୟ ସଂସ୍କୃତିକ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି। ତପନ ସାହୁଙ୍କ…

ମହମ୍ମଦ ରଫି ସଙ୍ଗୀତ ସଂଧ୍ୟା

Posted by - August 17, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ଵାଳ)ସାରା ଦେଶରେ ତାଙ୍କର ମଧୁର ସ୍ୱର ମାଧ୍ୟମରେ ଏକ ସ୍ୱତନ୍ତ୍ର ପରିଚୟ ସୄଷ୍ଟି କରି ପାରିଥିବା ପ୍ରସିଦ୍ଧ ଗାୟକ ସ୍ତ୍ରର୍ଗତ ମହମ୍ମଦ ରଫି ଙ୍କୁ…

ଯାତ୍ରା କଳାକାର ସମ୍ମାନ, ବିନୋଦ ରାଉତ ଶ୍ରେଷ୍ଠ ନିର୍ଦେଶକ ସୁରେଶ ପଣ୍ଡା, ଅଜୟ ମିଶ୍ର ଶ୍ରେଷ୍ଠ ନାୟକ ଜୁଲି, ଲିପି ଶ୍ରେଷ୍ଠ ନାୟିକା

Posted by - February 18, 2019 2
ଭୁବନେଶ୍ବର: ଯାତ୍ରା କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ଯାତ୍ରା ଲଭର୍ସ (ଓଜେଏଲ୍‌) ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି ଯାତ୍ରା କଳାକାର ସମ୍ମାନ ଉତ୍ସବ। ବିନୋଦ…