ଅମ୍ବାଦଳା:୩।୧୨( ରାମାକାନ୍ତ ପୋଢଲ) ସାରା ରାଜ୍ୟରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ବେତନ ଵୃଦ୍ଧୀ ସହ ବିଭିନ୍ନ ଦାବିକୁ ନେଇ ଦୀର୍ଘ ଦିନ ହେବ ଆନ୍ଦୋଳନରେ ଓଲ୍ହାଇ ପ୍ରତିବାଦ କରୁଛନ୍ତି କିନ୍ତୁ ତାଙ୍କରି ଦାବିକୁ ଉପେକ୍ଷା କରି ସରକାର ଆଜି ମହିଳାଙ୍କୁ ସମ୍ମାନ ଦେବାର କଥା କହୁଛନ୍ତି l ଆଜିର ମହଙ୍ଗା ବଜାରରେ ମାସିକ ସାତ ହଜାର ପାଞ୍ଚଶହ ଟଙ୍କା ବେତନ ନେଇ ପରିବାର ଗୁଜରାଣ କରିବା କେତେ କଷ୍ଟକର ତାହା ବଡ଼ବଡବାବୁ ମାନେ କିମ୍ବା ରାଜନେତା ମାନେ କିପରି ଅନୁଭବ କରିପାରିବେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି?
ସେହିପରି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଠାରେ ଆଜି ନାରୀ ସଙ୍ଘ ମାଧ୍ୟମରେ ଶିଶୁ ମାନଙ୍କ ପାଇଁ ଛତୁଆ ବଣ୍ଟନ ହେଉଥିବା ବେଳେ ଆଜି ଅଙ୍ଗନବାଡ଼ି କର୍ମୀ ଏକତ୍ର ହୋଇ ଛତୁଆ ବଣ୍ଟନ କୁ ବିରୋଧ କରିବା ସହ ରାସ୍ତା ଉପରେ ବସି ସରକାରଙ୍କ ବିରୋଧରେ ନାରା ବାଜି କରିବା ସହ ଛତୁଆ ବଣ୍ଟନ କୁ ବିରୋଧ କରିଥିବା ଦେଖିବାକୁ ମିଳିଛି। ଖବର ଅନୁଯାୟୀ ମୁନିଗୁଡା ବ୍ଲକ ଅଞ୍ଚଳରେ ୧୮୭ ଟି ଅଙ୍ଗନ୍ ବାଡ଼ି ଥିବା ବେଳେ ତନ୍ମଧ୍ୟରୁ ୩୮ ଟି ମିନି ଅଙ୍ଗନ୍ ବାଡ଼ି କେନ୍ଦ୍ର ରହି ଅଛି। କିଛିଦିନ ହେବ ଅଙ୍ଗନବାଡ଼ି କର୍ମୀ ମାନେ ୮ ଦଫା ଦାବି ନେଇ ବିଭିନ୍ନ ସ୍ଥାନରେ ଧାରଣା ଦେବା ଫଳରେ ବ୍ଲକ୍ ଗୁଡିକରେ ଥିବା ଅଙ୍ଗନ୍ ବାଡ଼ି କାର୍ଯ୍ୟାଳୟ ମାନ ସମ୍ପୂର୍ଣ ଭାବେ ଠପ ହୋଇ ରହିଛି, ଯାହାକୁ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
କେନ୍ଦ୍ର ଓ ରାଜ୍ୟ ସରକାର ଶିଶୁ ମାନଙ୍କର ବିକାଶ ତଥା କୁପୋଷଣରୁ ବଞ୍ଚାଇବା ପାଇଁ ବିଭିନ୍ନ ଯୋଜନା ମାନ କରି ବିଭିନ୍ନ ପ୍ରକାର ପୃଷ୍ଟିକର ଖାଦ୍ୟ ବଣ୍ଟନ ନାମରେ ଡିମି ଡିମ ପିଟୁଥିବା ବେଳେ ଏଠି ମହିଳା ଅଙ୍ଗନବାଡ଼ି କର୍ମୀ କୁପୋଷଣର ଶିକାର ହେଉଥିବା ଅନୁଭବ ହେଉଛି। ଆଜି ୧୮୭ ମହିଳା ଅଙ୍ଗନବାଡ଼ି ପରିବାର ଭୋକ ଉପାସରେ ଜୀବନ କାଟୁଛନ୍ତି। ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ଅଙ୍ଗନବାଡ଼ି କେନ୍ଦ୍ର କୁ ଆସୁଥିବା ଶିଶୁଙ୍କ ଅବସ୍ଥା କିପରି ଥିବ।ଶିଶୁ ମାନଙ୍କର ଶାରୀରିକ ଓ ମାନସିକ ସମୃଦ୍ଧି ନିମନ୍ତେ ପ୍ରୟାସ କରୁଥିବା ବେଳେ ଅଙ୍ଗନ୍ ବାଡ଼ି କାର୍ଯ୍ୟାଳୟ ବନ୍ଦ ରହିବା ଯୋଗୁ ଶିଶୁ ମାନଙ୍କ ପାଇଁ ଏହା ଏକ ଦୁର୍ଭାଗୟଜନକ ଅବସ୍ଥା ପହଁଚିଛି ବୋଲି ବୁଦ୍ଧିଜୀବୀ ମହଲରେ ବିସ୍ମୟ ପ୍ରକାଶ ପାଇଛି। ତେଣୁ ସରକାର ଏହି ପ୍ରତିବାଦ ଉପରେ ଦୃଷ୍ଟି ରଖି ତୁରନ୍ତ ଅଙ୍ଗନବାଡ଼ି କର୍ମୀ ଙ୍କର ଦାବିକୁ ମାନି ନେବାକୁ ସାଧାରଣ ଜନତା ଦାବି କରିଛନ୍ତି।