ଖପ୍ରାଖୋଲ: ୨୯/୧୧(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ ଅବସ୍ଥାପିତ ସିଆରପିଏଫ ୧୮୯ ବ୍ୟାଟେଲିଆନ ବି ର ଯବାନ ମାନେ ରାସ୍ତା ରେ ଡ୍ୟୁଟି କରୁଥିବା ବେଳେ ଯୋଗୀମୁଣ୍ଡା ପାଟଣାଗଡ ରାସ୍ତା ବାଲିପଟା ନିକଟରେ ମୋଟର ସାଇକେଲ ଦୁର୍ଘଟଣାରେ ଗୁରୁତର ଜଣେ ବ୍ୟକ୍ତିକୁ ଉଦ୍ଧାର କରି ପାଟଣାଗଡ ଡାକ୍ତର ଖାନା କୁ ନେଇଥିଲେ।
ସୂଚନା ଅନୁସାରେ ଯବାନ ମାନେ ଯାଉଥିବା ବେଳେ ଦୁର୍ଘଟଣା ରେ ଗୁରୁତର କୁ ଦେଖି ମହାନତା ଦେଖାଇ ଉଦ୍ଧାର କରିଥିଲେ। ଯବାନ ଯେ କେବଳ ସୁରକ୍ଷା ନୁହ ବରଂ ସାମାଜିକ ଦାୟିତ୍ଵ ମଧ୍ୟ ନିର୍ବାହ କରୁଥିବା ରୁ ସାଧାରଣ ରେ ଚର୍ଚ୍ଚା ହେଉଛି।