କାଶୀପୁର:(ଅଞ୍ଜନ କୁମାର ନାଏକ)ଗତକାଲି ବିଳମ୍ବିତ ରାତ୍ରରେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ କୋଡ଼ିପାରି ପଞ୍ଚାୟତ ଅନ୍ତର୍ଗତ ଚମ୍ପାଦରା ଗ୍ରାମକୁ ଏକ ଶବ ପହଞ୍ଚାଇବାକୁ ମେଡିକାଲ କର୍ତ୍ତୃପକ୍ଷ ପ୍ରୟାସ କରିଥିଲେ। ବିଳମ୍ବିତ ରାତ୍ରରେ ଆଖପାଖରେ ପୁଣି କୌଣସି ଆମ୍ବୁଲାନ୍ସ କୁ ଯୋଗାଯୋଗ ସମ୍ଭବପର ନଥିଲା।
ମୃତ ବ୍ୟକ୍ତି ଜଣକ ଡ଼ମ୍ବୁନାଥ ଝଡ଼ିଆ, ସେ ଅନେକ ଦିନରୁ ଯକ୍ଷ୍ମା ରୋଗ ରେ ପୀଡିତ ଥିଲେ ।ପରିବାର ଲୋକେ ତାଙ୍କୁ ଶେଷ ଅବସ୍ଥାରେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ କିନ୍ତୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ତୁରନ୍ତ ରାୟଗଡା ସ୍ଥାନାନ୍ତର କରିଥିବା ସ୍ଥଳେ କାଶୀପୁର ଠାରେ ହି ଡମ୍ବୁନାଥଙ୍କର ମୃତ୍ୟୁ ହୋଇଥିଲା।
ମୃତକଙ୍କ ପିତା ଇନ୍ଦ୍ର ଝଡ଼ିଆ ଏବଂ ପରିବାର ଲୋକେ ପୁଅ ବିୟୋଗର ବିକଳରେ ଆତ୍ମହରା ହୋଇ ଭାଙ୍ଗିପଡି ଯାଇଥିଲେ। ତାଙ୍କ ପକ୍ଷେ ନିଜଗାଁ କୁ ପୁଅର ମୃତ ଶରୀରକୁ ନେବାପାଇଁ ସମ୍ବଳ ନଥିଲା। ଠିକ ଏହି ସମୟରେ ପୀଡିତ ପରିବାରକୁ ସାହାଯ୍ୟର୍ଥେ କାଶୀପୁର ନିବାସୀ ରାୟଗଡା ଜିଲ୍ଲା ବିଜୁ ଛାତ୍ର ଦଳର ସେକ୍ରେଟେରୀ ରଞ୍ଜିତ କୁମାର ନାଏକ ସାହାଯ୍ୟର ହାତ ବଢ଼ାଇ ଥିଲେ ।ରଞ୍ଜିତ ବାବୁ ଖୋଲା ମନ, ଖୋଲା ହୃଦୟରେ ଦୁଃଖି ପରିବାର କୁ ନିଃସ୍ୱାର୍ଥପର ଭାବେ ମୃତ ଦେହ କୁ ଅନ୍ୟତ୍ର ଏକ ଆମ୍ବୁଲାନ୍ସର ବ୍ୟବସ୍ତା କରି ସ୍ୱୟଂ ସମସ୍ତ ଅର୍ଥ ବହନ କରି ଦୁଃଖି ପରିବାର କୁ ସମବେଦନା ଦେଇଥିଲେ।
ରଞ୍ଜିତ କୁମାର ନାଏକ ପୂର୍ବରେ ମଧ୍ୟ ଅନେକ ସମୟରେ ଏହିଭଳି ମାନସେବା ରେ ଆଗେଇ ଆସି ନିଃଶ୍ବାର୍ଥ ମନଭାବରେ ରାୟଗଡା ଜିଲ୍ଲା ଚିକିତ୍ସାଳୟରୁ ପୀଡିତ ପରିବାରକୁ ଆମ୍ବୁଲାନ୍ସ ସେବା ଯୋଗାଇଦେବା, ଶବ ପଠାଇବା ଓ ଶବ ଉଦ୍ଧାର ଏବଂ ଶବ ସତ୍କାର ନିମନ୍ତେ ଅର୍ଥ ସାହାଯ୍ୟ, ବିଭିନ୍ନ ସାମାଜିକ କାର୍ଯ୍ୟକାରିଣୀ ଏବଂ ପର୍ବ ପର୍ବାଣୀ ପାଳନ ହେତୁ ଗରିବଙ୍କୁ ସାହାଯ୍ୟ କରିଥିବା ହେତୁ ଅଞ୍ଚଳବାସୀ ଆଜି ତାଙ୍କୁ ସାଧୁବାଦ ଜଣାଇଥିଲେ ।