ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଲକଡ଼ପାଯୁ ଜଙ୍ଗଲ ରେ ସାତ ରାଉଣ୍ଡ ଲ୍ୟାଣ୍ଡମାଇନ ବିସ୍ପୋରଣ। ବନବିଭାଗ ଗାଡି ଉଡାଇବା ପାଇଁ ବସିଥିଲା ଲ୍ୟାଣ୍ଡମାଇନ । ଅଳ୍ପକେ ବର୍ତିଲେ ୫୦ଜଣ ବନ କର୍ମଚାରୀ ଓ ସୁରକ୍ଷାକର୍ମୀ । ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ଯାଇଥିଲେ ବନକର୍ମଚାରୀ । ଘଟଣା ସ୍ଥଳରୁ ବିସ୍ପୋରଣ ସାମଗ୍ରୀ କିଛି ତାର ଜବତ । ସୂଚନା ମୁତାବକ ବୌଦ୍ଧ ଜିଲ୍ଲାରେ ବଢୁଥିବା ଗଞ୍ଜେଇ ଚାଷ କୁ ନଷ୍ଟ କରିବା ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି ।
ପ୍ରତିଦିନ ଶହ ଶହ ଏକର ଜଙ୍ଗଲ ଜମି ରେ ଲାଗିଥିବା ବେଆଇନ ଗଞ୍ଜେଇ ଚାଷ କୁ ନଷ୍ଟ କରୁଛି ବନବିଭାଗ , ପୋଲିସ ଓ ଅବକାରୀ ବିଭାଗ । ।ଏଭଳି ପଦକ୍ଷେପ ଏବେ ଗଞ୍ଜେଇ ମାଫିଆ ଙ୍କ ନିଦ ହଜେଇ ଦେଇଛି । ତେବେ ଗତକାଲି ଲକଡ଼ପାଯୁ ଜଙ୍ଗଲ ରେ ହୋଇଥିବା ବେଆଇନ ଗଜେଇ ଚାଷ କୁ ନଷ୍ଟ ପାଇଁ ବନବିଭାଗ ୫୦ଜଣିଆ ଟିମ ଯାଇଥିଲା । ଲକଡ଼ପାଯୁ ଘାଟି ରାସ୍ତା ଗାଡି ରଖି ଅତିକ୍ରମ କଲାବେଳେ ଫୁଟି ଥିଲା ଲାଣ୍ଡମାଇନ୍ ଗୋଟିଏ ପରେ ଗୋଟିଏ କରି 5ଟି ଫୁଟି ଥିଲା ।
ଏହି ଘଟଣା ରେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି । ତେବେ ମାତ୍ର ୪ ଜଣ ସୁରକ୍ଷା କର୍ମୀ ଥିବା ବେଳେ କମ ସୁରକ୍ଷା ବଳ କାରଣ ରୁ ସେଠାରୁ ବନବିଭାଗ ଫେରି ଆସିଥିଲା । ଆଉ ଘଟଣା ସ୍ଥଳରୁ ଜବତ ହୋଇଥିଲା କିଛି ତାର । ତେବେ ଏହି ଘଟଣା ଜାଣିବା ପରେ ଅଞ୍ଚଳ ରେ ଏବେ ଏକ ଭୟର ବାତାବରଣ ସୃଟି ହୋଇଛି । ଅନ୍ୟପଟେ ଲଗଡ଼ପାଯୁ ଠାରୁ କନ୍ଧମାଳସୀମା 7କିମି ହୋଇଥିବାରୁ ଏହି ବିସ୍ପୋରଣ କିଏ କଲା ଗଞ୍ଜେଇ ମାଫିଆ ନା ମାଓବାଦୀ ତାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।