ଧର୍ମଗଡ:(ହେମନ୍ତ କୁମାର ମାଝୀ)ଜନ୍ମ ଜାତ ଶିଶୁର ଯତ୍ନ ଓ ସ୍ୱାସ୍ଥ୍ୟ ଗତ ଭଲ ମନ୍ଦ ବୁଝିବା ପାଇଁ ଆଉ ଆସୁ ନାହାନ୍ତି ଦିଦି।ଅନ୍ୟପଟେ ପ୍ରାକବିଦ୍ୟାଳୟ ଶିଶୁ ଙ୍କ କୌଶଳ ମାନସିକସ୍ତର ଶିକ୍ଷା ,ନାଚ ଗୀତ,ଖେଳ କୁଦ ସହ ପୃଷ୍ଠି କର ଖାଦ୍ୟ ପାଇବା କୁ ମିଳୁନି -ଏଥିଲା ଅନେକ ଅଙ୍ଗନବାଡି ହିତାଧିକାରୀ ଙ୍କ ପ୍ରତିକ୍ରିୟା।ଆଜ କୁ ୬-୭ଦିନ ହେବ ଧର୍ମଗଡ ଅନ୍ତର୍ଗତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଝୁଲି ରହିଛି ତାଲା।ଅଳ ଓଡିଶା ଅଙ୍ଗନବାଡ଼ି କର୍ମୀ ମାନେ ୮ ଦଫା ଦାବି ନେଇ ଗତ ୨୧ତାରିଖରୁ ଆନ୍ଦୋଳନ କୁ ଉଲ୍ଲାଇଛନ୍ତି।ବର୍ତ୍ତମାନ ସମଗ୍ର ଓଡ଼ିଶାରାଜ୍ୟ ପ୍ରତେକ ବ୍ଲକ ର ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀ ମାନେ ଆନ୍ଦୋଳନ ଜାରୀ ରଖିଥିବା ବେଳେ ଏହାର ପ୍ରଭାବ ସିଧାସଳଖ ଭାବେ ଶିଶୁ,ଗର୍ଭବତୀ, ପ୍ରସୂତି ଉପରେ ପଡିଥିବା ଦେଖାଦେଇଛି।ଅଙ୍ଗନବାଡି ସେବା ରୁ ବଞ୍ଚିତ ହୋଇ ଥିବା ନେଇ ହିତାଧିକାରୀଙ୍କ ଭିତରେ କ୍ଷୁବ୍ଧ ପ୍ରକାଶ ପାଉଛି।
ଧର୍ମଗଡ ବ୍ଲକ ଅନ୍ତର୍ଗତ ରେ ମୋଟ ୧୯୪ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ୧୫,୪୧୭ଜଣ ଶିଶୁ ରହିଛନ୍ତି।ଏଥିମଧ୍ୟରେ ୮୦୦୬ଜଣ ପ୍ରାକବିଦ୍ୟାଳୟ ଶିଶୁ ,୧୩୯୩ଜଣ ଗର୍ଭବତୀ ଓ ୧୦୪୩ଜଣ ପ୍ରସୂତି ରହିଛନ୍ତି। ଆନ୍ଦୋଳନ ଜାରି ରହିଥିବା ଫଳରେ ସବୁ ସେବା ରୁ ବଞ୍ଚିତ ହୋଇଥିବା ନେଇ ଚିନ୍ତାରେ ହିତାଧିକାରୀ।ଅନ୍ୟପଟେ ଆନ୍ଦୋଳନ କୁ ୬ଦିନ ଅତିକ୍ରମ କରିଥିଲେ ହିଁ ସରକାର ଙ୍କ ପକ୍ଷରୁ କୌଣସି ପ୍ରକାର ଆଲୋଚନା ଓ ସମାଧାନ ଦିଗ ଉପରେ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।ଯାହାକୁ ନେଇ ଅଙ୍ଗନବାଡି ସଂଘ ଘୋର ଅସନ୍ତୋଷ ପ୍ରକାଶ କରିଛି।ନିଜ ହକ ଓ ନ୍ୟାର୍ୟ୍ଯ ଦାବି ପୂରଣ ନ ହେବା ଯାଏ ଅହରହ ଆନ୍ଦୋଳନ ଜାରି ରହିବ ବୋଲି ଅଙ୍ଗନବାଡି କର୍ମୀ ଜିଦ ରେ ଅଟଳ ଥିବା ବେଳେ ଆଗ କୁ ସରକାର କି ପଦକ୍ଷେପ ଗ୍ରହଣ କରିବେ ସମୟ ସାପେକ୍ଷ।ତେବେ ଏହାରି ଭିତରେ ହିତାଧିକାରୀ ଅଙ୍ଗନବାଡି ସେବା ଭଲି ଗୁରୁତ୍ୱ ବ୍ୟବସ୍ଥା ରୁ ବଞ୍ଚିତ ନ ହୁଅନ୍ତୁ ସରକାର ଏଥିପ୍ରତି ବି ଦୃଷ୍ଟି ଦେବା ଆବଶ୍ୟକ ଥିବା ବୁଦ୍ଧିଜୀବୀ ଙ୍କ ମତ ପ୍ରକାଶ ପାଏ।