ସମ୍ବଲପୁର :୧୯/୧୧ (ରମାକାନ୍ତ ବିଶ୍ବାଳ)ପୁଣି ମାନବିକତା ର ପରିଚୟ ଦେଇଛନ୍ତି ସମାଜସେବୀ ନିହାଲ ସିଂ । ବୁର୍ଲା ଭିମସାର ରେ ଗତ ୧୪ ତାରିଖରେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ନୂଆପଡା ଜିଲ୍ଲା ବିଶୋର ଗ୍ରାମର ବିଦ୍ୟାଧର ପଧାନ ଭର୍ତ୍ତି ହୋଇଥିଲେ । ତେବେ ସେ ଚିକିତ୍ସା ପରେ ସୁସ୍ଥ ହେବା ପରେ ନିଜ ଘର ବିଶୋର କୁ ଯିବା ପାଇଁ ଅର୍ଥ ସାଜିଥିଲା ପ୍ରତିବନ୍ଧକ ।
ତେବେ ଏଥିପାଇଁବିଦ୍ୟାଧର ପଧାନ ନିଜ ସ୍ତ୍ରୀ ଙ୍କ ସହ କିପରି ଘରକୁ ଯିବେ ସେନେଇ ଚିନ୍ତାରେ ଥିବା ବେଳେ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ସମାଜସେବୀ ତଥା ଜିଲ୍ଲା ରେଡକ୍ରସ ସୋସାଇଟି ର ପୁଷ୍ଠପୋଷକ ନିହାଲ ସିଂ । ସମାଜସେବୀ ନିହାଲ ପକ୍ଷାଘାତ ରୋଗରୁ ସୁସ୍ଥ ବ୍ୟକ୍ତି ବିଦ୍ୟାଧର ପଧାନ ତାଙ୍କ ନିଜ ଘର ବିଶୋର ଗ୍ରାମକୁ ଯେଭଲି ଯାଇପାରିବେ ସେଥିପାଇଁ ନିଜ ଖର୍ଚ୍ଚରେ ଏକ ଗାଡି ର ବ୍ୟବସ୍ଥା କରିଥିଲେ ।
ପୁର୍ବରୁ ମଧ୍ୟ ଅନେକ ସୁସ୍ଥ ରୋଗୀ ଙ୍କୁ ନିହାଲ ସିଂ ସାହାଯ୍ୟ କରି ସାରିଛନ୍ତି । ବର୍ତ୍ତମାନ ନିହାଲ ଙ୍କ ଏପରି ମାନବିକତା ଦେଖାଇ ସାହାଯ୍ୟ କରିବା ଘଟଣା କୁ ନେଇ ସାଧାରଣ ରେ ବେଶ ପ୍ରଶଂସା କରାଯାଉଛି ।