ସମ୍ବଲପୁର ଜିଲ୍ଲା ମୁଖ୍ୟଯୋଗାଣ ଅଧିକାରୀ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ମହାନଗର ବିଜେଡି ପ୍ରତିନିଧି ଦଳ କଲା ସାକ୍ଷାତ

26 0

ସମ୍ବଲପୁର :୧୮/୧୧ (ରମାକାନ୍ତ ବିଶ୍ବାଳ)ଆଜି ଦିନ ୧୨ ଟା ସମୟରେ ସମ୍ବଲପୁର ମହାନଗର ବିଜେଡି ପ୍ରତିନିଧି ଦଳ ଜଣେ ଅସହାୟ ବୃଦ୍ଧା ମହିଳା ପୁଟୁକି ଖଡ଼ିଆ ଙ୍କୁ ସାହାଯ୍ୟ କରିବା ପାଇଁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଙ୍କୁ ସାକ୍ଷାତ କରି ଆଳୋଚନା କରିଥିଲେ । ସାକ୍ଷାତ ସମୟରେ ପ୍ରତିନିଧି ଦଳ କହିଛନ୍ତି ଯେ ସମ୍ବଲପୁର ସହରର ବରେଇପାଲି ଡୁମେରପଡାରେ ରହୁଥିବା ଅସହାୟ ବୃଦ୍ଧା ମହିଳା ପୁଟୁକି ଖଡ଼ିଆଙ୍କ ସ୍ବାମୀ ଦୀର୍ଘ ୭ ବର୍ଷ ହେବ କୁଆଡେ ନିଖୋଜ ଅଛନ୍ତି ।

ତାଙ୍କ ପୁଅ ଝିଅ କେହି ନାହାଁନ୍ତି ! ବର୍ତ୍ତମାନ ପୁଟୁକି ଖଡ଼ିଆଙ୍କ ଆଖିକୁ ଆଉ ଦେଖା ଦେଖାଯାଉନଥିବାରୁ ତାଙ୍କୁ ମିଳୁଥିବା ଟଂକାକିଆ ଚାଉଳରୁ କଣ୍ଟ୍ରୋଲ ଦୋକାନୀ ବଞ୍ଚିତ କରିଥିଲେ । ସେ ବର୍ତ୍ତମାନ ଲୋକଙ୍କୁ ମାଗି ଯାଚି ଖାଉଥିଲେ ।

ଏଣୁ ଆଜି ତାଙ୍କୁ ସାହାଯ୍ୟ କରିବାକୁ ସମ୍ବଲପୁର ବିଜେଡି ମହାନଗର ସଭାପତି-ପ୍ରଫୁଲ୍ଲ କୁମାର ଦାଶ, ବରିଷ୍ଠ ବିଜେଡି ନେତା-ସତ୍ୟେନ୍ଦ୍ର ଦାଶ, ବିଜୁ ସ୍ମୃତି କମିଟିର ସମ୍ପାଦକ-ଦୁଲାଲ ଚନ୍ଦ୍ର ରାୟ, ବିକାଶ ଜଗତ,ଜୟନ୍ତ ପ୍ରଧାନ,ଆଇନଜୀବୀ ହରିବନ୍ଧୁ ପ୍ରଧାନ ମିଶି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ରାମ ଚନ୍ଦ୍ର ଟୁଡୁଙ୍କୁ ସାକ୍ଷାତ କରି ଏହି ବୄଦ୍ଧା ଙ୍କ ସମସ୍ୟା ନେଇ ଆଳୋଚନା କରିଥିଲେ ।

ଏହାପରେ ପୁଟୁକିଙ୍କ ପାଇଁ ୧୦କେଜି ଲେଖାଏ ମାଗଣା ଚାଉଳର ବନ୍ଦୋବସ୍ତ କରିବା ସହ ଓ ଯଥାଶୀଘ୍ର ତାଙ୍କୁ ୩୫ କେଜି ଲେଖାଏ ଚାଉଳ କରିବାକୁ ଚେଷ୍ଟା କରାଯିବ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

Related Post

ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଚିକିତ୍ସାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ

Posted by - October 25, 2021 0
ସୋନପୁର :(ଅଜିତ୍ କୁମାର୍ ପୁଝାରି)ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ କରାଯାଇଛି…

ବାଜପେୟୀଙ୍କ ଜନ୍ମ ଦିବସ କୁ ସୁଶାସନ ଦିବସ ରୂପେ ପାଳନ କଲା ଅମ୍ବାଦଳା ବିଜେପି

Posted by - December 26, 2021 0
ମୁନିଗୁଡା :(ରମାକାନ୍ତ ପୋଢାଳ)ପୂର୍ବତନ  ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟଜନ ନାୟକଅଟଳ ବିହାରୀ ବାଜପେୟୀ ଙ୍କ  ଜନ୍ମ ଜୟନ୍ତୀ  ଆଜି ଦେଶବ୍ୟାପୀ ପାଳନ ହୋଇଯାଇଛି।   ସେହିପରି ଆଜି ରାୟଗଡା ଜିଲ୍ଲା…

ବୈପାରୀ ଗୁଡ଼ାରେ ବିଜେଡି ର ମିଶ୍ରଣ ପରବ

Posted by - October 30, 2021 0
କୋରାପୁଟ:(ସୁନାମ ହନ୍ତାଳ)କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ମହୁଲି ପଂଚାୟତ ଅନ୍ତର୍ଗତ ମହୁଲି ମା ମନ୍ଦିର ପ୍ରାଙ୍ଗଣରେ 300 ରୁ ଉର୍ଦ୍ଧ କଂଗ୍ରେସ ପରିବାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ…

ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା

Posted by - December 5, 2019 23
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସାରା ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରି ନିର୍ଯ୍ୟତନା ଘଟଣା ପ୍ରତିବାଦରେ ଆଜି ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି…

ଯାଜପୁର ରେ ପଂଚାୟତ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ପ୍ରକ୍ରିୟା

Posted by - January 20, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରେ ପଂଚାୟତ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ପ୍ରକ୍ରିୟା।  ଆଜି ଚତୁର୍ଥ ଦିନରେ ଉପଜିଲାପାଳ ଙ୍କ କାର୍ଯ୍ୟଳୟରେ ଜିଲା…