ଦଶରଥପୁର ବ୍ଲକ ରେ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ

63 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବିଜୁଜନତା ଦଳ ର  ଯାଜପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଦଶରଥପୁର ବ୍ଲକ ରେ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସିନ୍ଦୁରାଇମୁହଁ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଦଶରଥପୁର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ କ୍ରମେ ଲୋକଙ୍କ ପାଖରେ ବିଭିନ୍ନ ଲୋକାଭିମୁଖୀ ଯୋଜନା ପହଞ୍ଚାଇବା ଲକ୍ଷ୍ୟ ରେ ଏହି ପଦ ଯାତ୍ରା ଆୟୋଜିତ ହୋଇଥିଲା।

ଯାଜପୁର ବିଧାୟକ ଙ୍କ ପ୍ରତିନିଧି ଭଵ ପ୍ରସାଦ ଦାସ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରା ରେ ଶହ ଶହ ବିଜେଡି କର୍ମୀ ସାମିଲ ହୋଇ ରାଜ୍ୟ ସରକାର ଙ୍କ ସଫଳତା ସମ୍ପର୍କରେ ପ୍ରଚାର କରିଥିଲେ। ପରେ ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ବରିଷ୍ଠ ବିଜେଡି ନେତା କର୍ଣ୍ଣାଟ କେଶରୀ ଦାସ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ସରୋଜ ମହାପାତ୍ର,ଜିଲା ବିଜେଡି ସଭାପତି

ଏହି କାର୍ଯ୍ୟକ୍ରମରେ ଯାଜପୁର ବ୍ଳକ ଅଧ୍ୟକ୍ଷ। ସ୍ବର୍ଣ୍ଣାଲତା ପରିଡାଦଶରଥପୁର ବ୍ଳକ ଅଧ୍ୟକ୍ଷ ଦିଗାମ୍ବର ମଲିକଙ୍କ ସମେତ ଯାଜପୁର ଓ ଦଶରଥପୁର ବ୍ଲକ ର ବହୁ ବିଜେଡି ନେତା ଯୋଗ ଦେଇ ଯାଜପୁର ବିଧାୟକ ଙ୍କ ବିକାଶ ମୁଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

 

Related Post

କରୋନା ନେଇ କ୍ରାଇମ୍‌ବ୍ରାଞ୍ଚ୍ ତରଫରୁ ଆଡଭାଇଜରି ଜାରି

Posted by - April 10, 2020 0
ଭୁବନେଶ୍ବର:ଲୋକଙ୍କୁ ସଚେତନତା କରିବାକୁ କ୍ରାଇମବ୍ରାଞ୍ଚ ଆଡଭାଇଜରି ଜାରି କରିଛି।କରୋନା ସଂକ୍ରମଣ ବେଳେ କିଛି ସାଇବର ଠକେଇ ହେଉଥିବା ନଜରକୁ ଆସିଛି ।କରୋନା ସଂପର୍କରେ କୌଣସି ଭିତ୍ତିହୀନ କିମ୍ବା…

ଆଦିବାସୀ ଭୋଟ୍ ବ୍ୟାଙ୍କ ଉପରେ ନବୀନଙ୍କ ଆଖି,ଆଦିବାସୀଙ୍କୁ ନେଇ ରାଜ୍ୟ ବିଜେପିକୁ ବିଜେଡିର ଟାର୍ଗେଟ

Posted by - February 27, 2019 308
ଭୁବନେଶ୍ୱର:ସାଧାରଣ ନିର୍ବାଚନ ପୂର୍ବରୁ ଫୋକସରେ ଜନଜାତି ଭୋଟ୍। ଟାର୍ଗେଟ୍‌ରେ ୩୩ ବିଧାନସଭା ସିଟ୍। ମହିଳା, ଚାଷୀ ଓ ଯୁବକ ପରେ ଆଦିବାସୀ ଭୋଟ୍ ହାତେଇବାକୁ ଜୋରଦାର କସରତ।…

ଟିଟିଲାଗଡ଼ ବିଜେଡ଼ି ମହିଳାଦଳ, ଛାତ୍ର ବିଜୁ ଜନତା ଦଳ ତରଫରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

Posted by - November 24, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ:)ଦିନକୁ ଦିନ ଗ୍ୟାସଦର ବୃଦ୍ଧି ପାଇବାରେ ଲାଗିଛି, ଯାହାକି ସାଧାରଣ ଜନତାଙ୍କ ଅଣ୍ଟାହାଡ ଭାଙ୍ଗି ଦେଉଛି, କେନ୍ଦ୍ର ସରକାର ଉଜ୍ଜ୍ୱଳ। ଯୋଜନାକରି ମହିଳା ମାନଙ୍କୁ…

ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ନଳୀନି ପ୍ରଭା ଯେନା 

Posted by - March 14, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ନଳୀନି ପ୍ରଭା ଯେନା । ଜିଲାର ୩୯ ଟି ଜିଲା ପରିଷଦ ଜୋନ…