ଡିପି ମାନ୍ୟତା ଦାବି ନେଇଁ ପ୍ରଶାସନ ର ଦମନ ସହୁଛନ୍ତି କାଶୀପର ବ୍ଲକ କୁପାଖାଲ ଗ୍ରାମବାସୀ

228 0

କାଶୀପୁର:(ଅଞ୍ଜନ କୁମାର ନଏକ)ଦୁଇ ଦଶନ୍ଧି ହେଲା ପ୍ରଶାସନ ର ଦମନ ସହି ଆସୁଛନ୍ତି ପାଇକ କୁପାଖାଲ ଅଞ୍ଚଳ ବାସୀ ।ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଇକଞ୍ଚ ଗ୍ରାମପାୟତ ର ପାଇକ କୁପାଖାଲ ଅଞ୍ଚଳର ପାଖାପାଖି ଶହେରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା, ମହିଳା ,ପୁରୁଷଙ୍କ ସମେତ କୁନି କୁନି ଶିଶୁଙ୍କୁ ଆଜି ତିନଟି ପୋଲିସ ବସ ଯଗେ କାଶୀପୁର ପୋଲିସ ଷ୍ଟେସନକୁ ନିଆ ଯାଇଥିବା ଦେଖିବାକୁ ମିଳିଥିଲା।

ମୁଖ୍ୟ ବିଷୟ ହେଲେ ! କାଶୀପୁର ବ୍ଲକ ରେ ପ୍ରତିଷ୍ଠା ହୋଇଥିବା ଉତ୍କଳ ଆଲୁମିନା କାରଖାନାର ବାଫ୍ଲା ମାଳି ଖଣି ଅଞ୍ଚଳରେ ବସବାସ କରୁଥିବା ପାଇକ କୁପାଖାଲ ଗ୍ରାମାଞ୍ଚଳର ଲୋକେ ଡିପି ତଥା ସମ୍ପୂର୍ଣ୍ଣ ବାସଚ୍ୟୁତ ମାନ୍ୟତା ପ୍ରଦାନ ଦାବିରେ ଆଜକୁ ଚାରି ଦିନ ବ୍ୟାପୀ ରାସ୍ତା ଅବରୋଧ କରିଥିଲେ ।ଏହି ଅଞ୍ଚଳବାସୀ ଆଜକୁ ପ୍ରାୟ ଦୁଇ ଦଶନ୍ଧି ହେଲା ସରକାର ଏବଂ ଜିଲ୍ଲା ପ୍ରଶାସନ କୁ ଡିପି ମାନ୍ୟତା ପ୍ରଦାନ କରାଯାଉବୋଲି ଗୁହାରି କରିଆସୁଛନ୍ତି। ଏହି ଅଞ୍ଚଳବାସୀ ପୂର୍ବରୁ ମଧ୍ୟ ଅନେକ ଥର ଡିପି ମାନ୍ୟତା ପ୍ରତିବାଦ କରି ଜେଲ ଯାଇଥିବା ଉଦାହରଣ ଅଛି ।

ବିଗତ କିଛି ମାସ ତଳେ ରାୟଗଡା ଜିଲ୍ଲାପାଳ କାର୍ଯ୍ୟାଳୟରେ ଅର୍ପି ଡି ଏ ସି ବୈଠକ ବସିଥିଲା । ଉକ୍ତ ବୈଠକରେ କୁପାଖାଲ ଅଞ୍ଚଳବାସୀଙ୍କୁ ମଧ୍ୟ ଡକାଯାଇଥିଲେ ସୁଧା ତାଙ୍କୁ ଡିପି ମାନ୍ୟତା ଅନ୍ତର୍ଭୁକ୍ତ କରାଯାଇ ନଥିଲା ।ସମ୍ପୂର୍ଣ୍ଣ ବାସଚିତ୍ତ ଓ ଜମି ହରାଙ୍କୁ ସରକାରଙ୍କ ଠାରୁ ଡିପି ମାନ୍ୟତା ଦେଇଥିବା ସ୍ଥଳେ କୁପାଖାଲ ବାସୀଙ୍କୁ କେଉଁ କାରଣରୁ ଡିପି ମାନ୍ୟତା ଦିଆ ଜାଉ ନାହିଁ ବୋଲି ଅଞ୍ଚଳବାସୀ ବାଫ୍ଲା ମାଳି ଖଣି ପରିବହନ ରାସ୍ତାକୁ ଅବରୋଧ କରିଥିଲେ

ଯଥା ଶୀଘ୍ର ଏହାର ପୁନଃ ବିଚାର କରି ସେମାନଙ୍କୁ ସମ୍ପୂର୍ଣ୍ଣ ବାସ ଚିତ ମାନ୍ୟତା ପ୍ରଦାନ କରାଯାଉ ବୋଲି ପ୍ରତିବାଦରେ ଚାରି ଦିନ ବ୍ୟାପୀ ଧାରଣା ଦେଇଥିଲେ । ଏହାର ଭିତରେ ଆଜି କାଶୀପୁର ଅତିରିକ୍ତ ତହସିଲଦାର ମାଜିଷ୍ଟ୍ରେଟ ଡ୍ୟୁଟିରେ ଉପସ୍ଥିତ ରହି ପୁରୁଷ, ମହିଳା ଓ କୁନି କୁନି ପିଲାଙ୍କୁ ଜୋର ଜବରଦସ୍ତ ପୋଲିସ ର ଭୟ ଦେଖାଇ କାଶୀପୁର ପୋଲିସ ଷ୍ଟେସନ କୁ ଅଣାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଏହି ଘଟଣା ସମ୍ପର୍କରେ ଉପସ୍ଥିତ ମାଜିଷ୍ଟ୍ରେଟଙ୍କ ପ୍ରତିକ୍ରିୟା ରେ ଚାରିଦିନ ହେଲା ଏହି ଲୋକମାନେ ବେଆଇନଭାବେରାସ୍ତା ଅବରୋଧ କରିଥିଲେ ତାଙ୍କୁ ସେ ବୁଝା ସୁଝା ପାଇଁ ଯାଇଥିବା ବେଳେ ଜୋର ଜବରଦସ୍ତ ପୋଲିସ ବସ ରେ ବସି ପଢିଥିବା ଦର୍ଶାଇ ଥିଲେ ।ଯଦି ଶହେରୁ ଉର୍ଦ୍ଧ ଲୋକେ ଜୋର ଜବରଦସ୍ତ ପୋଲିସ ବସରେ ବସି ପଡ଼ିଲେ, ତାଙ୍କୁ କେଉଁ ନିୟମ ଆଧାରରେ ପୁଣି ପୋଲିସ ଥାନାକୁ ଏମିତି ଅଣାଯାଇଛି ବୋଲି ସମଗ୍ର ରାୟଗଡା ଜିଲ୍ଲା ରେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି

Related Post

ଅନେକ ଅଭିଯୋଗ ପରେ ହୀରାକୁଦ ଜଳଭଣ୍ଡାର ଭିତରେ ବିରାଜ କାରଖାନାର ପାଉଁଶ ପାହାଡରେ ପ୍ରଶାସନ ର ଦୃଷ୍ଟି ପଡିଲା, ଅନ୍ୟ କାରଖାନାର ଉପରେ ଦୃଷ୍ଟି ପଡିବ କେବେ ?

Posted by - June 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଲପଙ୍ଗା ଗୁରୁପାଲି ଠାରେ ଥିବା ବିରାଜ ଷ୍ଟିଲ ଆଣ୍ଡ ଏନର୍ଜି ଲିମିଟେଡର ପାଉଁଶ ପାହାଡ କାୟାବିସ୍ତାରକରି ହୀରାକୁଦ ଜଳଭଣ୍ଡାର ଜମିପାର୍ଶ୍ବରେ…

ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଙ୍କ ଇନ୍ଦ୍ରାବତୀ ନଦୀ ମଧ୍ୟରେ ଅଳ୍ପ ଉଚ୍ଚତା ବିଶିଷ୍ଟ ଜଳ ଭଣ୍ଡାର ର ସମୀକ୍ଷା

Posted by - June 6, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)୩୦,୦୪,୪୭,୮୭୮/-ଟଙ୍କାରେ ଅଟକଳ ବିନିମୟରେ ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ମଧ୍ୟରେ ଅଳ୍ପ ଉଚ୍ଚତା ବିଶିଷ୍ଟ ଜଳଭଣ୍ଡାର ନିର୍ବାହି ଯନ୍ତ୍ରୀ, ଜଳସେଚନ, ନବରଙ୍ଗପୁର ବିଶ୍ୱନାଥ ମହାନ୍ତି, ସହକାରୀ…

ସାଙ୍ଗର ନିଶା ଦ୍ରବ୍ୟ ଭାଗ କମିଯିବାରୁ ୨ ସାଙ୍ଗଙ୍କ ଉପରେ ପେଟ୍ରୋଲ ପକାଇ ନିଆ ଲଗାଇ ଦେଲା ସାଙ୍ଗ

Posted by - March 31, 2022 0
ବାରଙ୍ଗ :(ସନ୍ତୋଷ ରାଉତ )ଏମିତି ଏକ ଅଭାବ ନୀୟ ଘଟଣା ଘଟିଛି ବାରଙ୍ଗ ଥାନା ଅଂଚଳରେ । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାଇ ଏହି ଥାନା ଅନ୍ତର୍ଗତ…

ଝାମୁଯାତ୍ରା ଉପଲକ୍ଷେ ମା ” ମଙ୍ଗଳାଙ୍କ ପୀଠରେ ଆରମ୍ଭ ହେଲା କଳସୀ ଶୋଭାଯାତ୍ରା.

Posted by - April 13, 2022 0
ଭୁବନେଶ୍ବର :ରାଜଧାନୀ ଉପକଣ୍ଠ ରଘୁନାଥପୁର ଗ୍ରାମରେ ଥିବା ମା ମଙ୍ଗଳାଙ୍କ ପୀଠରେ ପଣସଂକ୍ରାନ୍ତି ଉପଲକ୍ଷେ ଏକ କଳସୀର ଶୋଭାଯାତ୍ରା ଆୟୋଜିତ ହୋଇଥିଲା! ଏହି ଶୋଭାଯାତ୍ରାରେ ପ୍ରାୟ ୫୦୦…