ବେନିୟମ ଭାବରେ ମିଲକୁ ଯାଉଥିବା ଧାନ ଗାଡି ଅଟକ କଲେ ଚାଷୀ

19 0

ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ରେ ଆସନ୍ତା ୨୫ ତାରିଖରୁ ଧାନସଂଗ୍ରହ କରାଯିବ । ତେବେ ଧାନସଂଗ୍ରହ ପୁର୍ବରୁ କିଛି ଅସାଧୁ ମିଲ ମାଲିକ ଅଣ୍ଡର ରେଡରେ ଧାନ ବେନିୟମ ଭାବରେ ଗଚ୍ଛିତ ରଖୁଥିବା ଅଭିଯୋଗ ହୋଇଛି । ଏପରି ଧାନ ନେଇ ମିଲକୁ ଯାଇଥିବା ୯ ଗୋଟି ଗାଡି ଚାଷୀ ଅଟକ ରଖିଥିବା ବେଳେ ତଦନ୍ତ ପରେ ଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା କହିଛନ୍ତି ଯୋଗାଣ ଅଧିକାରୀ । ସମ୍ବଲପୁର ଜିଲ୍ଲା ରେ ଧାନସଂଗ୍ରହ କୁ ଆଉ ଅଳ୍ପଦିନ ବାକି ଥିବା ବେଳେ ମୁନାଫାଖୋର ଧାନ ଦଳାଲ ଓ ଅସାଧୁ ମିଲମାଲିକ ଙ୍କ ମଧୁଚନ୍ଦ୍ରିକା ରେ କିପରି ବେନିୟମ ଭାବରେ ଧାନ ମିଲରେ ଗଚ୍ଛିତ କରାଯାଏ ତାହାର ଚିତ୍ର ଏବେ ସାମନାକୁ ଆସିଛି । ଆଜି ସମ୍ବଲପୁର ଚାଉରପୁର ନିକଟରେ ଥିବା ୩ ଗୋଟି ମିଲକୁ ବେନିୟମ ଭାବରେ ଧାନ ନେଇ ଯାଉଥିବା ଓ ମିଲ ଭିତରେ ଧାନ ଲୋଡ କରି ରଖାହୋଇଥିବା ୯ ଗୋଟି ଗାଡିକୁ ସ୍ଥାନୀୟ ଚାଷୀ ମାନେ ଅଟକ ରଖିଛନ୍ତି । ଚାଷୀ ଙ୍କ ଅଭିଯୋଗ ହେଳା ଯେ ଜିଲ୍ଲା ସ୍ତରିୟ ଧାନସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ମୁତାବକ ୨୫ ତାରିଖ ରୁ ଧାନମଣ୍ଡି ଖୋଲିବ । ତେବେ ଜିଲ୍ଲା ର ଚାଷୀ ଙ୍କ ଶୀଘ୍ର ଧାନମଣ୍ଡି ଖୋଲିବା ଦାବିକୁ ପ୍ରଶାସନ ଅଣଦେଖା କରି ନିଜ ଇଚ୍ଛା ମୁତାବକ ମିଲର ଙ୍କୁ ହୁହାଇବା ଭଲି ତାରିଖ ଧାଯ୍ୟ କରିଛି ।

ଅନ୍ୟପଟେ ଧାନ ଅମଳ କରି ସାରିଥିବା ଚାଷି ୨୫ ତାରିଖ ଯାଏ ଧାନ ରଖିବ କେଉଁଠି । ଅନ୍ୟପଟେ ଅମଳ ହୋଇଥିବା ଧାନ ନଷ୍ଠ ହେବା ଆଶଙ୍କା ଥିବାରୁ କିଛି ଚାଷି କମ ଦର ରେ ମିଲର ଙ୍କୁ ଧାନ ଦେଉଛନ୍ତି । ଆଉ ଏହାର ସିଧାସଳଖ ଫାଇଦା ନେଉଛନ୍ତି ମିଲର । ଅନ୍ୟପକ୍ଷରେ  ଏହି ୯ ଗୋଟି ଗାଡି ଧାନ ନେଇ ଯେଉଁ ମିଲକୁ ଯାଇଥିଲା ତାକୁ ଚାଷୀ ମାନେ ଅଟକ ରଖି ଦୄଢ ପ୍ରତିବାଦ କରିଥିଲେ । ଏଥିସହ ସଂପୃକ୍ତ ମିଲ ବାହାରେ ଏକତ୍ରିତ ହୋଇ ବେନିୟମ ଭାବରେ ଧାନ ସଂଗ୍ରହ କରୁଥିବା ମିଲର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏନେଇ କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ସୄଷ୍ଠି ହୋଇଥିଲା । ପରେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ର ଟିମ ଘଟଣା ସ୍ଥଳକୁ ଯାଇ ପରିସ୍ଥିତି ର ଅନୁଧ୍ୟାନ କରିଛନ୍ତି । ତେଵେ ଏନେଇ ସ୍ଥାନୀୟ ଜିଲ୍ଲା ର ଅତିରିକ୍ତ ଯୋଗାଣ ଅଧିକାରୀ କହିଛନ୍ତି ଯେ ଚାଷୀ ଙ୍କ ଅଭିଯୋଗ ଉପରେ ତଦନ୍ତ କରାଯିବ । ଆଉ ତଦନ୍ତ ପରେ ଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଳି ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ କହିଛନ୍ତି । ମିଲକୁ ବେନିୟମ ଧାନସଂଗ୍ରହ ଘଟଣା ପରେ ଜିଲ୍ଲା ରେ ଧାନସଂଗ୍ରହ ସୁରୁଖୁରୁରେ କରିବା ପାଇଁ ଜିଲ୍ଲା ପ୍ରଶାସନ ର ପ୍ରତିଶ୍ରୁତି କୁ ନେଇ ଉଠିଛି ପ୍ରଶ୍ନ ।

Related Post

ପୋଖରୀରେ ବୁଡ଼ି ବୃଦ୍ଧ ମୃତ

Posted by - December 30, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି…

ମଲ୍ଳିପୁର ଠାରେ ଚାଲିଥିବା ଦୁଇ ଦିିନିଆ ଲୋକ ନୃତ୍ୟ ଓ ପାଲା ମହୋତ୍ସବ ଉଦଯାପିତ

Posted by - March 30, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଲକ କମାରଡିହ ମଲ୍ଳିପୁର ଠାରେ ଚାଲିଥିବା ଦୁଇ ଦିିନିଆ ଲୋକ ନୃତ୍ୟ ଓ ପାଲା ମହୋତ୍ସବ ଉଦଯାପିତ…

ଏମ୍ ରାମପୁର ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Posted by - September 28, 2022 0
ଭବାନୀପାଟଣା  : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଏମ ରାମପୁର ବ୍ଲକସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ…

ତୁରନ୍ତ ରାସ୍ତା ନିର୍ମାଣ ପାଇଁ କଂଗ୍ରେସର ଦାବି

Posted by - June 17, 2022 0
ଧର୍ମଗଡ଼:( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରୁ କୋକସରା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ଥିବାରୁ ଆଜି କଂଗ୍ରେସ ଦଳ ପକ୍ଷରୁ ପୂର୍ତ୍ତବିଭାଗ କୁ ଏକ…

କଳାହାଣ୍ଡି ରେ ହାତୀ ଉପଦ୍ରବ, ଜନବସତି ରେ ସୃଷ୍ଟି ହୋଇଛି ଆତଙ୍କ

Posted by - December 16, 2021 0
ପ୍ରକୃତି ଉପରେ ମନୁଷ୍ଯ ର ଅତ୍ୟାଚାର ଦିନ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଖଣିଜ ସମ୍ପଦ ଠାରୁ ଆରମ୍ଭ କରି ପ୍ରାକୃତିକ ସମ୍ପଦ କୁ ଧ୍ୱଂସ କରିବା…