ଧର୍ମଗଡ ଉପଖଣ୍ଡରେ ନଭେମ୍ବର ୨୫ ରୁ ଆରମ୍ଭ ହେବ ଖରିଫ ଧାନ କିଣା

52 0

ଧର୍ମଗଡ: (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ରେ ୨୦୨୨-୨୩ ଖରିଫ ଋତୁ ଧାନ କିଣା ଆସନ୍ତା ନଭେମ୍ବର ୨୫ ତାରିଖ ଠାରୁ ଡିସେମ୍ବର ୧ ତାରିଖ ମଧ୍ଯ ରେ ପର୍ଯ୍ୟାୟ କ୍ରମେ ଆରମ୍ଭ ହେବ । ଜିଲ୍ଳା ସ୍ତରୀୟ ଖରିଫ ଧାନ କ୍ରୟ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆ ଯାଇ ସାରିବା ପରେ ଏବେ ଏଥି ପାଇଁ ପ୍ରସ୍ତୁତି ମଧ୍ଯ ଆରମ୍ଭ ହୋଇଛି । ପ୍ରାପ୍ତ ସୂଚନା ମୁତାବକ ସମଗ୍ର ଜିଲ୍ଳା ରେ ୭୪ ଟି ପ୍ୟାକ୍ସ ଓ ୩୩ଟି ଏସଏଚଜି ମାଧ୍ୟମ ୧୫୪ ଟି ଧାନ କ୍ରୟ କେନ୍ଦ୍ର ରେ ଧାନ କ୍ରୟ ହେବାକୁ ଥିବା ବେଳେ ଧର୍ମଗଡ ଉପଖଣ୍ଡ ରେ ୩୯ଟି କୃଷି ସେବା ସମବାୟ ସମିତି ଦ୍ଵାରା ଧାନ କ୍ରୟ କରାଯିବ । କିନ୍ତୁ ଧର୍ମଗଡ ଉପଖଣ୍ଡ ର ୬ଟି ବ୍ଲକ ଅଞ୍ଚଳ ରେ ଥିବା ୩୯ ଟି ସେବା ସମବାୟ ସମିତି ମଧ୍ୟ ରୁ ୨୧ଟି ସେବା ସମବାୟ ସମିତି ରେ ସ୍ଥାୟୀ ସମ୍ପାଦକ (କାର୍ଯ୍ୟ ନିର୍ବାହୀ) ନାହାନ୍ତି । କାମଚଳା ଭାବେ କିଛି ଅଧସ୍ଥନ କର୍ମଚାରୀ ସମ୍ପାଦକ ଦାୟିତ୍ୱ ରେ ଅବସ୍ଥାପିତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଧର୍ମଗଡ ବ୍ଲକ ରେ ଥିବା ଖଇର ପଦର, କାଙ୍କେରୀ, ନନ୍ଦଗା ଓ ପର୍ଲା ପ୍ୟାକ୍ସ ରେ ସ୍ଥାୟୀ ସମ୍ପାଦକ ନାହାନ୍ତି । ସେହିପରି ଗୋଲାମୁଣ୍ଡା ବ୍ଲକ ର ବଡ ଚେରଗାଁ, ଚପ୍ରିଆ, ଦଶପୁର, ଓ ଗୋଲାମୁଣ୍ଡା ପ୍ୟାକ୍ସ କୋକସରା ବ୍ଲକ ର ଡହଗାଁ, ଲଡୁଗାଁ ଓ ବାନେର ପ୍ୟାକ୍ସ ଜୟପାଟଣା ବ୍ଲକ ର ଜୟପାଟଣା ଓ ବଡ ପୂଝାରୀଗୁଡା ପ୍ୟାକ୍ସ କଲମପୁର ବ୍ଲକ ର ବଡକୁଟରୁ ଓ କଲମପୁର ପ୍ୟାକ୍ସ ଏବଂ ଜୁନାଗଡ ବ୍ଲକ ର ଆଟିଗାଁ, ଛୋରିଆଗଡ, ଚିଚୈଗୁଡା, ହାବସପୁର, ଜୁନାଗଡ ଓ ମହିଚଲା ପ୍ୟାକ୍ସ ରେ ସ୍ଥାୟୀ ସମ୍ପାଦକ ନାହାନ୍ତି । ପ୍ରକାଶ ଯୋଗ୍ୟ ଯେ ଖଇରପଦର ପ୍ୟାକ୍ସ ରେ ଗତ ସେପ୍ଟେମ୍ବର ମାସରେ ଚାଷୀ ପଞ୍ଜିକରଣ ସମୟ ରେ ଅନିୟମିତତା ଯୋଗୁ ୫୫ଜଣ ଚାଷୀ ଙ୍କ ଧାନ ବିକ୍ରୀ ପାଇଁ ନାମ ପଞ୍ଜିକରଣ ହୋଈ ପାରି ନଥିଲା ।

ଫଳରେ ପେକ୍ସ ସମ୍ପାଦକ ଙ୍କୁ ନିଲମ୍ବିତ କରଯାଇଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟର ଓ ପିଅନ ଙ୍କୁ କାର୍ଯ୍ୟ ରୁ ବହିଷ୍କୃତ କରା ଯାଇଥିଲା । ଏବେ ଖଇରପଦର ପ୍ରାଥମିକ କୃଷି ସେବା ସମବାୟ ସମିତି ର ଅତିରିକ୍ତ ଦାୟିତ୍ବ ରେ ଧର୍ମଗଡ ପ୍ୟାକ୍ସ ସମ୍ପାଦକ ରହିଛି। କେତେକ ସ୍ଥାନରେ ଜଣେ ଜଣେ ଅଧିକାରୀ ଙ୍କୁ ଏକାଧିକ ଧାନ କ୍ରୟ ବ୍ୟବସ୍ଥତ ଭାବରେ ହୋଇ ପାରୁନାହିଁ। ଅନେକ ମଣ୍ଡି ରେ ଧାନ ବିକ୍ରି ସମୟରେ ବହୁତ ହଇରାଣ ମଧ୍ୟ ହେଉଛନ୍ତି। ତେଣୁ ଧାନ ସଂଗ୍ରହ କୁ ବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବା ବା ପାଇଁ ଆରମ୍ଭ ପୂର୍ବରୁ ସମସ୍ତ ପ୍ରାଥମିକ କୃଷି ସେବା ସମବାୟ ସମିତି ସମ୍ମୁଖରେ ସ୍ଥାୟୀ ସମ୍ପାଦକ (କାର୍ଯ୍ୟ ନିର୍ବାହ) ନିଯୁକ୍ତି ର ଆବଶ୍ୟକ ରହିଛି ତୁରନ୍ତ ଜିଳ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହେଉଛି।

Related Post

ଟିଟିଲାଗଡ ଲାୟଂସ କ୍ଲବ ତରଫରୁ ସ୍ୱର୍ଗତ ପ୍ରଭାସ ସାହୁଙ୍କ ସ୍ମୃତିରେ ଗୋବିନ୍ଦ ବାଟିକା ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

Posted by - June 3, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ସହରର ବିଶିଷ୍ଟ ବ୍ୟବସାୟୀ, ସମାଜସେବୀ, ଲାୟନସ କ୍ଲବର ପ୍ରତିଷ୍ଠାତା ସଦସ୍ୟ ସ୍ବର୍ଗତ…

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ୍ କମିଟି ଘୋଷିତ

Posted by - September 24, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲେ ସୁଦ୍ଧା ସରଗରମ ହୋଇଛି କ୍ୟାମ୍ପସ ରାଜନୀତି ।…

ବାଲି ମାଫିଆ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ , ଆକ୍ସନ ମୋଡ଼ରେ ପୋଲିସ

Posted by - October 26, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ପୋଲିସ ଦ୍ୱାରା ଚଢ଼ାଉ କରାଯାଇ ତିନିଟି ହାଇୱା ଜବତ କରାଯାଇଥିବା ସୂଚନା ମିଳିଛି l ୨୩ ଓ…