ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଅସହାୟ ଶିଶୁର ନିଆରା ଅର୍ଣ୍ଣପ୍ରାସନ୍ନ ଉତ୍ସବ

18 0

ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ମାତୄହିନ ଶିଶୁପୁତ୍ରକୁ ନିଜ ପରିବାର ର ଜଣେ ସଭ୍ୟ ଭାବରେ ମନେ କରି ପାଳନ କରାଗଲା ନିଆରା ଅର୍ଣ୍ଣପ୍ରାସନ୍ନ ଉତ୍ସବ । ଆପଣଙ୍କୁ ଏହି ଚିତ୍ର ଦେଖିଲେ ଏହା କୌଣସି ଏକ ଶିଶୁ ର ସାଧାରଣ ଅର୍ଣ୍ଣପ୍ରାସନ୍ନ ଉତ୍ସବ ପରି ମନେ ହେବ । କିନ୍ତୁ ଏହି ଚିତ୍ରରେ ଦେଖୁଥିବା ଶିଶୁ ପାଇଁ ଯେଉ ଅର୍ଣ୍ଣ ପ୍ରାସନ୍ନ ଉତ୍ସବ ହେଉଛି ତାହା ସବୁଠୁ ଟିକିଏ ନିଆରା । କାହିଁକି ଏଥିରେ ସାମିଲ ହୋଇଛନ୍ତି ସମଗ୍ର ଜୁଯୋମୁରା ବ୍ଳକର ବିଭିନ୍ନ ପଞ୍ଚାୟତ ର ଅଙ୍ଗନବାଡି କର୍ମୀ । ଆମେ କହୁଛୁ ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକର ଝାଙ୍କରପାଲି ପଞ୍ଚାୟତ ଭବାନିପାଲି ଗ୍ରାମରେ ଅନୁଷ୍ଠିତ ହୋଇଥିବା ୭ ମାସର ପୁତ୍ର ଶିଶୁ କ୍ରୀଷ୍ମା ସୁନା କଥା ।  କ୍ରୀଷ୍ମା ସୁନାର ଅର୍ଣ୍ଣ ପ୍ରାସନ୍ନ ଆୟୋଜନ ର ପାରମ୍ପରିକ ରୀତିନୀତିକୁ ବଜାୟ ରଖିବାକୁ ସମନ୍ମିତ ଶିଶୁ ବିକାଶ ପ୍ରକଳ୍ପ, ଜୁଯୁମୁରା ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇ ଏହି ସ୍ତ୍ରତନ୍ତ୍ର ଉତ୍ସବ ପାଳିତ ହୋଇଛି ।

ଜୁଯୋମୁରା ବ୍ଳକର ହାତିବାରୀ ସେକ୍ଟର ଅନ୍ତର୍ଗତ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ଉଦ୍ୟମରେ ଝାଙ୍କରପାଲି ପଞ୍ଚାୟତ ଅନ୍ତର୍ଗତ ଭବାନୀପାଲି ଗାଁ ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅସହାୟ ମାତୃହୀନ ଶିଶୁ ପୁତ୍ର କ୍ରୀଷ୍ମାର ଅର୍ଣ୍ଣ ପ୍ରାସନ୍ନ ଉତ୍ସବ ଆୟୋଜିତ ହୋଇଛି । ଏହି ଉତ୍ସବରେ ଡିଏସଡବ୍ଲୁଓ ଗୀତାଞ୍ଜଳି ମହାପାତ୍ର, ସିଡିପିଓ ସବିତା ନାୟକ, ରେଡ଼କ୍ରସ ସମ୍ପାଦକ ଜୟ ଜର୍ଜ, ଜିଲ୍ଲା ସଂଯୋଜିକା ପ୍ରମିଳା ବେହେରା, ଏଏନଏମ ନିରୁପମା ନାୟକ, ଏନଓପି ମ୍ୟାନେଜର ବିଚିତ୍ରାନନ୍ଦ ଆଚାର୍ଯ୍ୟ, ସ୍ଥାନୀୟ ସରପଞ୍ଚ ନିରଞ୍ଜନ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏଠାରେ କହି ରଖୁଛୁ ଯେ ଭବାନୀପାଲି ଗାଁ ର ଭୂମିହୀନ ତଥା ଗରିବ ଶ୍ରେଣୀଭୁକ୍ତ ସୁଶାନ୍ତ ସୁନାଙ୍କ ସ୍ତ୍ରୀ ଗୀତାଞ୍ଜଳି, କ୍ରିଷ୍ଣାକୁ ଜନ୍ମଦେବାର ଏଗାର ଦିନ ପରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ I ମାତୃହୀନ ଶିଶୁ ପୁତ୍ରର ଲାଳନ ପାଳନ କ୍ଷେତ୍ରରେ ସମସ୍ୟା ଉପୁଜୁଥିବା ସୂଚନାପାଇ ସିଡିପିଓ ସବିତା ନାୟକ ସମ୍ବଲପୁର ରେଡ଼କ୍ରସର ଦୃଷ୍ଟିଗୋଚର କରିଥିଲେ । ସ୍ଥାନୀୟ ଅଙ୍ଗନବାଡି ପକ୍ଷରୁ ଦୁଇ ମାସ ପର୍ଯ୍ୟନ୍ତ କ୍ରିଷ୍ଣାର ଖାଦ୍ୟ ଭାବେ ଡବା କ୍ଷୀର ଓ ରେଡ଼କ୍ରସ ପକ୍ଷରୁ ଦୀର୍ଘ ଛଅ ମାସ ପର୍ଯ୍ୟନ୍ତ ଶିଶୁଖାଦ୍ୟ ଯୋଗାଇ ଦିଆଗଲା । କ୍ରିଷ୍ଣା ବତ୍ତମାନ ୭ ମାସର ହେବା ପରେ ତାର ଅର୍ଣ୍ଣ ପ୍ରାସନ୍ନ ଉତ୍ସବ ପାଳିତ ହୋଇଛି। ଆଉ ଏହି ଉତ୍ସବରେ ସମଗ୍ର ଅଞ୍ଚଳରେ ଥିବା ଆଙ୍ଗନବାଡି କର୍ମୀ ଉପସ୍ଥିତ ରହି କ୍ରିଷ୍ଣା ର ଅର୍ଣ୍ଣପ୍ରାସନ୍ନରେ ତାକୁ ଆଶିର୍ବାଦ ଦେଇଥିଲେ ।

Related Post

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକ ଶତ ବର୍ଷ ପୂର୍ତ୍ତି ଉତ୍ସବ,ବର୍ଷ ବ୍ୟାପୀ ପାଳନ ପାଇଁ କମିଟି ଗଠିତ

Posted by - September 28, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଏକ ଶତ ବର୍ଷ ପୂର୍ତ୍ତି ହୋଇଯାଇଛି । କୁଚିଣ୍ଡା ଉପଖଣ୍ଡ ଓ ରେଙ୍ଗାଲି ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ଏହା…

ପୋଲିଂ ଅପିଂସର ଡ୍ୟୁଟିରେ ଥିବା ବେଳେ ମୃତ୍ୟୁବରଣ କରିଥିବା ଅଧିକାରୀଙ୍କୁ ନିର୍ବାଚନ କମିଶନ ଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ

Posted by - December 7, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଗତ ସାଧାରଣ ନିର୍ବାଚନ ରେ ପୋଲିଂ ଅପିଂସର ଡ୍ୟୁଟିରେ ଥିବା ବେଳେ ମୃତ୍ୟୁବରଣ କରିଥିବା ଅଧିକାରୀଙ୍କୁ ନିର୍ବାଚନ କମିଶନ ଙ୍କ ପକ୍ଷରୁ ୧୫…

ଆକ୍ରମଣ କାରିକୁ ତୁରନ୍ତ ଗିରଫ ଦାବିରେ ରାଜ୍ୟ ରାଜପଥ ଅବରୋଧ

Posted by - March 26, 2022 0
ହରଭଙ୍ଗା :(ଚିତ୍ତରଂଜନସିଂ)ଗତ ଦୁଇଦିନ ପୂର୍ବେ ୨୪ ତାରିଖ ରେ ଜମିବାଡ଼ି ଶତ୍ରୁତା କୁ ନେଇ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଅନ୍ତର୍ଗତ ଖରଭୂଇଁ ଠାରେ ଟାଙ୍ଗିଆ ମରଣlତକ…

ଦିର୍ଘ ବର୍ଷର ଅପେକ୍ଷା ପରେ ବାସ୍ତବ ରୂପ ନେଲା ଅଞ୍ଚଳ ବାସୀଙ୍କ ସ୍ଵପ୍ନ ,ଥୁଆମୂଳ ରାମପୁର ଜେ.ଏମ୍.ଏଫ୍.ସି କୋର୍ଟ ଲୋକାର୍ପିତ

Posted by - May 4, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ଜେ.ଏମ୍.ଏଫ୍.ସି କୋର୍ଟ।…

ଯାଜପୁର ଭବାନିଗଞ୍ଜରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ରକ୍ତ ଦାନ ଶବିର

Posted by - July 19, 2020 0
ଯାଜପୁର ଅଫିସ : ଆଜି ଯାଜପୁର ନଗର ଭାବନିଗଞ୍ଜ ଠାରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ପୂର୍ବ  ପାରିଷଦ ଦୀପକ କୁମାର…