Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ସାଂସ୍କୃତିକ ସମାଜ ପକ୍ଷରୁ ଭାଗିରଥି ପଟ୍ଟନାୟକ ଜୟନ୍ତୀ ପାଳିତ

22 0

ସମ୍ବଲପୁର : (ରମାକାନ୍ତ ବିଶ୍ବାଳ)  ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଆଜି ସ୍ୱାଧୀନତା ସଂଗ୍ରାମୀ ଭାଗିରଥୀ ପଟ୍ଟନାୟକଙ୍କ ୧୩୯ତମ ଜୟନ୍ତୀ ପାଳିତ ହୋଇଯାଇଛି। ସଭାପତି ଅଶୋକ କୁମାର ମିଶ୍ରଙ୍କର ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ଶିବ ଶଙ୍କର ନନ୍ଦ କହିଥିଲେ, ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମରଣରେ ତାଙ୍କ ଜୟନ୍ତୀ ପାଳନ କରିବା ଆମ ସମାଜର ଏକ ସକାରାତ୍ମକ ଦିଗ। ୧୯୦୭ ମସିହାରୁ ଭାଗିରଥି ପଟ୍ଟନାୟକଙ୍କ ଭିତରେ ଜାତୀୟ ଚେତନା ଉଦ୍‌ବେଳିତ ଥିଲା।ଭାଗିରଥୀ ପଟ୍ଟନାୟକ ସମୟର ବହୁତ ଆଗକୁ ଚିନ୍ତା କରୁଥିଲେ। ବିଧବା ବିବାହ କରି ସେ ନିଜେ ସମାଜ ସଂସ୍କାରର ଏକ ଦୃଷ୍ଟାନ୍ତ ହୋଇ ପାରିଛନ୍ତି। ସବୁ ସୁଖସ୍ୱାଛନ୍ଦ୍ୟକୁ ଜଳାଂଜଳି ଦେଇ ସେ ସମାଜ ପ୍ରତି ନିଜ ଅଙ୍ଗିକାର ବଦ୍ଧତାକୁ ପ୍ରତିପାଦନ କରିବାରେ ବ୍ରତି ହୋଇଥିଲେ।

ଗାନ୍ଧୀଙ୍କ ସବୁ ରଚନାତ୍ମକ କାର୍ଯ୍ଯ ସମ୍ବଲପୁରରେ କିପରି ଆଗକୁ ବଢିପାରିବ ସେଥିପାଇଁ ସେମାନେ ପ୍ରୟାସୀ ରହିଥିଲେ।ଭାଗିରଥି ପଟ୍ଟନାୟକଙ୍କ ଡାଏରି ଲେଖିବାର ଅଭ୍ୟାସଥିଲା ଯାହା ପରବର୍ତ୍ତୀ କାଳରେ ସମ୍ବଲପୁରରେ ସ୍ୱାଧୀନତା ସଂଗ୍ରାମର ଇତିହାସ ଲେଖିବାରେ ସହାୟକ ହୋଇଥିଲା। ସେ ନିଜେ ତାଙ୍କ ପୁତ୍ରଙ୍କୁ ମଧ୍ୟ ସତ୍ୟାଗ୍ରହୀ ହେବାପାଇଁ ପ୍ରବର୍ତ୍ତାଇବା ତାଙ୍କ ବଡପଣକୁ ଦର୍ଶାଏ।ଭାଗିରଥୀ ପଟ୍ଟନାୟକ ଭଳି ସଚ୍ଚୋଟ ଦେଶ ସେବକମାନଙ୍କ ଯୋଗୁଁ ହିଁ ଆଜି ଭାରତରେ ଗଣତନ୍ତ୍ର ସଫଳ ହୋଇ ପାରିଛି।ଭାଗିରଥୀ ପଟ୍ଟନାୟକଙ୍କ ଜାବନରେ ସତ୍ୟ,ସମାଜପ୍ରତି ଅଙ୍ଗୀକାରବଦ୍ଧତା,ତ୍ୟାଗ ଓ ଶୃଂଖଳିତ ଜୀବନ ଶୈଳୀ ହିଁ ସମାଜ ପ୍ରତି ଅନୁକରଣୀୟ।ମୁଖ୍ଯ ଅତିଥି ପୂର୍ବତନ ସାଂସଦ ଭାଗିରଥି ପଟ୍ଟନାୟକଙ୍କ ସଦୃଶ ସମଗ୍ର ପରିବାରକୁ ନେଇ ସ୍ୱାଧୀତା ସଂଗ୍ରାମରେ ଝାସ ଦେବା ଭଳି ଦୃଷ୍ଟାନ୍ତ ଭାରତରେ ବିରଳ।

ସାମନ୍ତବାଦୀ ପ୍ରଥା ବିରୋଧରେ ସେ ପ୍ରଥମେ ସ୍ୱର ଉତ୍ତୋଳନ କରିଥିଲେ ପରେ ସାମ୍ରାଜ୍ୟ ବାଦୀ ପ୍ରଥା ଓ ସ୍ୱାଧୀନତା ପରେ ପୁଂଜିବାଦୀ ବ୍ୟବସ୍ଥା ବିରୋଧରେ ସଂଗ୍ରାମ କରିବା ସହ ସାମାଜିକ ସଂସ୍କାର ନିମନ୍ତେ ନିଜକୁ ନିୟୋଜିତ କରି ରଖିଥିଲେ। ତାଙ୍କ ଆଦର୍ଶର ବାର୍ତ୍ତା ସଭିଙ୍କ ପାଖରେ ପହଞ୍ଚିବା କଥା ବୋଲି ସେ କହିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟକର୍ମୀ ଆଶିଷ କୁମାର ପତିଙ୍କୁ ଭାଗିରଥି ପଟ୍ଟନାୟକ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ସମେତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପସଭାପତି ସୂର୍ଯ୍ୟ ପାଣିଗ୍ରାହୀ ମାନପତ୍ର ପାଠ କରିଥିବା ବେଳେ ଭାଗିରଥୀ ପଟ୍ଟନାୟକ ସ୍ମୃତି ସମିତି ପକ୍ଷରୁ ଅଖିଳ ରଂଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସହସମ୍ପାଦକ ସୁରେଖା ସାହୁ କୋଷାଧ୍ୟକ୍ଷ ଦୀନବନ୍ଧୁ ପଣ୍ଡା ସଭାକାର୍ଯ୍ୟରେ ସହଯୋଗ କରିଥିଲେ।

Related Post

ଶିକ୍ଷା ବିକାଶ ସମିତି କଳାହାଣ୍ଡି ପକ୍ଷରୁ ଆୟୋଜିତ ଜ୍ଞାନ ବିଜ୍ଞାନ ମେଳା ୨୦୨୨ ଉଦଯାପିତ

Posted by - September 10, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡିଶା ଶିକ୍ଷା ବିକାଶ ସମିତି କଳାହାଣ୍ଡି ବିଭାଗ ପକ୍ଷରୁ ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ…

ସୋନପୁର ସହରର ମହାନଦୀରୁ ଶବ ଉଦ୍ଧାର

Posted by - January 11, 2022 0
ସୋନପୁର:( ଅଜିତ କୁମାର ପୁଝାରୀ)ସୋନପୁର ସହରର ମହାନଦୀରେ ଶବ ଭାସୁ ଥିବା ଦେଖିବାକୁ ମିଳିଛି । ସକାଳୁ ସ୍ଥାନିୟ ପଡାର ଲୋକେ ସହରର ଯାତ୍ରୀନିବାସ ସମ୍ବୁଖରେ ଥିବା…

ହରଭଙ୍ଗା ବ୍ଲକ ପୁରୁଣା କଟକ ବଣିକ ସଂଘର ସଚେତନତା କାର୍ଯ୍ୟକ୍ରମ

Posted by - April 8, 2022 0
ବୋୖଦ୍ଧ:(ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ବ୍ଲକ ପୁରୁଣାକଟକ ବଣିକ ସଂଘ ପକ୍ଷରୁ ଗୁରୁବାର ପୁରୁଣାକଟକ ପରିବା ବଜାରରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ବଣିକ ସଂଘର ସଭାପତି…

ମୁଖିଗୁଡ଼ା ଠାରେ ମାଁ କାଳୀ ଙ୍କ ପୂଜା ଅନୁଷ୍ଠିତ

Posted by - October 30, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଦିର୍ଘ ୨୬ ବର୍ଷ ଧରି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡ଼ା ଠାରେ ପାଳିତ…

ବଡବିଲ ଉପ କାରାଗାରରେ ଜଣେ ମହିଳା ଅଭିଯୁକ୍ତ ର ଆତ୍ମହତ୍ୟା

Posted by - June 26, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ବଡ଼ବିଲ ଉପକାରାଗାର ରେ ଜଣେ ବିଚାରାଧୀନ ମହିଳା ଅନ୍ତେବାସୀ ଆତ୍ମହତ୍ୟା କରିଥିବା ଜଣାପଡିଛି।ମୃତ ମହିଳା ହେଲେ ସବିତା ମୁଣ୍ଡା ଯେକି ଏକ ହତ୍ୟାକାଣ୍ଡ…