ଭବାନୀପାଟଣା ଠାରେ ଅନୁଷ୍ଠିତ ହେବ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

33 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆସନ୍ତା ତା ୧୨ ରିଖ ଦିନ ସକାଳ ୧୦ ଘ. ସମୟରେ ଭବାନୀପାଟଣା ସ୍ଥିତ ଜିଲ୍ଲା ବିଚାର ବିଭାଗୀୟ କୋର୍ଟର ନୂଆ କୋଠା ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । କୋର୍ଟ କଚେରୀରେ ବିଚାରାଧୀନ ଥିବା ମକଦ୍ଦମା ଗୁଡ଼ିକର ଆପୋଷ ବୁଝାମଣା ଭିତ୍ତିରେ ଫଏସଲା କରିବା ପାଇଁ ଗଠିତ ଅନୁଷ୍ଠାନ ହୋଇଛି ଲୋକ ଅଦାଲତ ।ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା ଦେୱାନୀ, ଫୌଜଦାରୀ, ସାଲିସ ଯୋଗ୍ୟ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ୍ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲାର ଆପୋଷ ସହମତି ରେ ସମାଧାନ କରାଯିବ ।

କେବଳ ବିଚାରାଧୀନ ମକଦ୍ଦମା ବ୍ୟତୀତ ପ୍ରାକ୍ ମକଦ୍ଦମା ସ୍ତରୀୟ ବିବାଦ, ବ୍ୟାଙ୍କ୍ ଋଣ, ପାରିବାରିକ ବିବାଦ ଇତ୍ୟାଦି ର ସମାଧାନ ମଧ୍ୟ ଏହି ଅଦାଲତରେ ହୋଇପାରିବ । ଯଦି ଲୋକ ଅଦାଲତ ମାଧ୍ୟମରେ କୌଣସି ବିଚାରାଧୀନ ମକଦ୍ଦମାର ଫୈସଲା ହୁଏ ତେବେ ମକଦ୍ଦମା ଖର୍ଚ୍ଚ କୋର୍ଟ ଫି ଫେରସ୍ତ ଦିଆଯାଏ । ଜନ ସାଧ।ରଣଙ୍କୁ ଅନୁରୋଧ ଦୀର୍ଘ ଦିନ ଧରି ଚାଲିଥିବା ମକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଏହି ସୁଯୋଗର ସହବ୍ୟବହାର କରନ୍ତୁ ଏବଂ ଜିଲ୍ଲା ଆଇନ୍ ପ୍ରାଧିକରଣ, କଳାହାଣ୍ଡି ଙ୍କୁ ଯୋଗାଯୋଗ ( 06670) 230061 ରେ ଯୋଗାଯୋଗ କରନ୍ତୁ ।

Related Post

ଗାୟତ୍ରୀ ଶକ୍ତିପୀଠ ଚଳାନପଡାର ୪୧ ତମ ପ୍ରାଣପ୍ରତିଷ୍ଠା ଦିବସ ସହିତ ୧ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

Posted by - December 29, 2021 0
ନୂଆପଡା:(ମେଘନାଦ ନାଏକ)ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚଳାନପଡା ଗ୍ରାମ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ୪୧ ତମ ପ୍ରାଣପ୍ରତିଷ୍ଠା ସହିତ ୧ କୃତୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ…

ବିଷ ପିଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ

Posted by - May 15, 2020 537
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ବିଷ ପିଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ସାମନ୍ତରାପୁର ଗ୍ରାମରେ । ଗ୍ରାମର…

ବିଜୁଳି କର୍ମଚାରୀଙ୍କୁ ବହିଷ୍କାର ପ୍ରତିବାଦରେ ଗଣଧାରଣା

Posted by - August 12, 2021 0
ହରଭଙ୍ଗା :(ଚିତ୍ତ ରଞ୍ଜନ ସିଁ )ବୌଦ୍ଧ. ତା ୧୦ ଅଗଷ୍ଟ ବୌଦ୍ଧ ଟିପିଏସଓଡିଏଲ ଡିଭିଜନର ଦୀର୍ଘବର୍ଷ ଧରି କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରୁ୦୫ଜଣଙ୍କୁ ବିନା ନୋଟିସରେ ଅଗଷ୍ଟ ପହିଲାରୁ…

ଟିଟିଲାଗଡ଼ ୟସ ହୋଟେଲ ସମ୍ମିଳନୀ କକ୍ଷରେ ବିଜେପି ନଗର ମଣ୍ଡଳ ଶକ୍ତିକେନ୍ଦ୍ର ପ୍ରମୁଖ ଓ ସହପ୍ରମୁଖଙ୍କ ବୈଠକ ଅନୁଷ୍ଠିତ

Posted by - October 21, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପି ବୁଥ ସ୍ତରରୁ କର୍ମକର୍ତ୍ତାଙ୍କୁ ନେଇ ବୁଥ ମଜବୁତ ତଥା ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ…

ନବ ବିବାହିତାଙ୍କ ଶବ ଉଦ୍ଧାର , ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

Posted by - July 18, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେର ଫାଣ୍ଡି ଅନ୍ତର୍ଗତ ଘୁମେରଗୁଡା ଗାଁରେ ଶୁକ୍ରବାର ଜଣେ ମହିଳାଙ୍କ ସନ୍ଦେହଜନକ…