ମୟୁରଭଞ୍ଜ:ରାଜ୍ୟ ସରକାରଙ୍କ”ମୋ ସରକାର” କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ କାମରେ ଆସିବା ବଦଳରେ ଏବେ ଫାଇଦାକାରୀ ସାବ୍ୟସ୍ତ ହୋଇଛି ସରକାରୀ କର୍ମଚାରୀଙ୍କ ପାଇଁ। ଏଠି ନିଜର ଅଧିକାର କଥା ଉଠାଇଲେ ଆକ୍ରମଣର ଶିକାର ହେବାକୁ ପଡୁଛି। ପୁଣି ଆକ୍ରମଣକାରୀ ସାଧାରଣ ଲୋକ ନୁହେଁ ସରକାରୀ କର୍ମଚାରୀ।କଲେଜରେ ଏଭଳି ଦବଙ୍ଗଗିରି ଦେଖାଇଛନ୍ତି ଅଧ୍ୟକ୍ଷ ଏବଂ ଆକାଉଣ୍ଟାଣ୍ଟ । ଜଣେ ଛାତ୍ରଙ୍କୁ ଅଧ୍ୟକ୍ଷଙ୍କ ଚ୍ୟାମ୍ବର ଭିତରେ କବାଟ ବନ୍ଦ କରି ଅତି ନିର୍ଦ୍ଦୟ ଭାବେ ମାଡ ମାରିବା ସହିତ ତାଙ୍କ ବେକକୁ ଚାପିଦେବାର ଦୃଶ୍ୟର ଭିଡ଼ିଓ ଭାଇରାଲ ହୋଇଛି ।
ଭାଇରାଲ୍ ହୋଇଥିବା ଭିଡ଼ିଓରେ କିଭଳି ଭାବେ ଛାତ୍ରଙ୍କୁ ମାଡ ମରାଯାଉଛି ତାହା cctv ରେ ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି । କିପରି ଅତି ନିର୍ଦ୍ଦୟ ଭାବେ କଲେଜର ଅଧ୍ୟକ୍ଷ ଏବଂ ଆକାଉଣ୍ଟାଣ୍ଟ କଲେଜରେ ନିଜର ଦବଙ୍ଗଗିରି ଚଳାଇଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍ ଅନ୍ତର୍ଗତ ପୁରୁଣା ବାରିପଦା ଆଂଚଳିକ ଡିଗ୍ରୀ ମହାବିଦ୍ୟାଳୟରେ । କଲେଜର ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ଦେବାଶିଷ ମହାନ୍ତ ନିଜର ସାର୍ଟିଫିକେଟ ନେବାକୁ କଲେଜକୁ ଆସିଥିଲେ । ପୂର୍ବରୁ ସାର୍ଟିଫିକେଟ ବାବଦକୁ ତାଙ୍କୁ ୫ ହଜାର ଟଙ୍କା ମଗା ଯାଇଥିବା ବେଳେ ସେ ଗତକାଲି ନେବାକୁ ଆସିଥିବା ବେଳେ ତାଙ୍କୁ ସାଢେ ୭ ହଜାର ଟଙ୍କା ମଗାଯାଇଥିଲା । ଛାତ୍ର ଜଣଙ୍କ ଏହାକୁ ବିରୋଧ କରିଥିବା ବେଳେ ସେ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିବା ସହିତ ତାଙ୍କୁ ସାର୍ଟିଫିକେଟ ପ୍ରଦାନ କରିବାକୁ ନିବେଦନ କରି କହିଥିଲେ ।
ଛାତ୍ରଙ୍କ ବାରମ୍ବାର ନିବେଦନରୁ ରାଗି ଯାଇଥିଲେ କଲେଜର ଅଧ୍ୟକ୍ଷ ମନୋଜ ସାହୁ । ଅଧ୍ୟକ୍ଷଙ୍କ ଚ୍ୟାମ୍ବର ଭିତରେ ସାର୍ଟିଫିକେଟକୁ ନେଇ ଏହି ଆଲୋଚନା ଚାଲିଥିବା ବେଳେ ପହଞ୍ଚିଥିଲେ କଲେଜର ଆକାଉଣ୍ଟାଣ୍ଟ ଶଶୀଭୂଷଣ ମିଶ୍ର । ତେବେ ଛାତ୍ର ଦେବାଶିଷ ଅଧିକ ଟଙ୍କା ଦେବାକୁ ମନା କରିବା ସହିତ ବିରୋଧ କରିବାରୁ ପ୍ରଥମେ ତାଙ୍କୁ ଆକାଉଣ୍ଟାଣ୍ଟ ଠେଲାପେଲା କରିଥିଲେ । ଛାତ୍ର ଜଣଙ୍କ ତାହା ବିରୋଧ କରିବା ପରେ ପୁନଶ୍ଚ ଆକାଉଣ୍ଟାଣ୍ଟ ତାଙ୍