ମହାନଦୀ ଉପରେ ଧଳପୁର – ଆଠମଲ୍ଲିକ ସେତୁ ନିର୍ମାଣ ଶେଷ, ଲୋକାର୍ପଣକୁ ଅପେକ୍ଷା

57 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ରାଜ୍ୟର ଅନ୍ୟତମ ଅନୁନ୍ନତ ଜିଲ୍ଲା ରୂପେ ପରିଚିତ ବୌଦ୍ଧ ଜିଲ୍ଲାରେ ଯୋଗାଯୋଗ ର ବିକାଶ ପାଇଁ ଗ୍ରହଣ କରାଯାଇଛି ବ୍ୟାପକ ପଦକ୍ଷେପ l ସଂକୀର୍ଣ୍ଣ ରାସ୍ତାର ପ୍ରଶସ୍ତିକରଣ ଓ ସେତୁ ନିର୍ମାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି l ବୌଦ୍ଧ ଉପକଣ୍ଠରେ ମହାନଦୀ ଉପରେ ଏକ ସୁଦୀର୍ଘ ସେତୁ ନିର୍ମିତ ହୋଇଥିବା ବେଳେ ହରଭଙ୍ଗା – ଧଳପୁର ରାସ୍ତାର ଖରଶଙ୍ଖୁଲେଇ ଠାରେ ଧଳପୁର – ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି l ବୌଦ୍ଧ ଜିଲ୍ଲାରେ ମହାନଦୀ ଉପରେ ଏହା ହେଉଛି ଦ୍ଵିତୀୟ ସେତୁ l ନାବାର୍ଡ ସହାୟତାରେ ୧୬୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ଏହି ସେତୁ ଏବଂ ଆପ୍ରୋଚ ରୋଡ଼ କାମ ସମ୍ପୂର୍ଣ୍ଣ ହୋଇ କେବଳ ଲୋକାର୍ପଣ ଅପେକ୍ଷାରେ l ଆଜକୁ ତିନିମାସ ତଳେ ସମସ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ଏହି ୩ କିଲୋମିଟର ୩୨ ମିଟର ଦୈର୍ଘ୍ୟ ବିଶିଷ୍ଟ ସେତୁର ଉଦଘାଟନ କୁ ଅଂଚଳବାସୀ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି l

ଉଭୟ ପାର୍ଶ୍ୱ ର ଫୁଟପାଥ ( ପାଦଚଳା ରାସ୍ତା ) କୁ ମିଶାଇ ସେତୁର ଓସାର ସାଢେ ଏଗାର ମିଟର ଏବଂ ନଦୀ ଭିତରେ ସେତୁର୫୯ ଟି ପିଲର ଥିବାବେଳେ ନଦୀ ବାହାରେ ୨୮ ଟି ପିଲର ରହିଛି l ବୌଦ୍ଧ, ପୁରୁଣା କଟକ ଓ ହରଭଙ୍ଗା ପଟୁ ଏହି ସେତୁକୁ ସଂଯୋଗକାରୀ ରାସ୍ତା ରହିଛି l ପୁରୁଣା କଟକ ୫୭ ନମ୍ବର ଜାତୀୟ ରାଜପଥ ଠାରୁ ଧଳପୁର – ଆଠମଲ୍ଲିକ ସେତୁକୁ ସଂଯୋଗ କରିବା ପାଇଁ ୧୧ କିଲୋମିଟର ୩୨୮ ମିଟର ନୂତନ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଥିବା ବେଳେ ଏହାର ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି l ପୂର୍ତ୍ତ ବିଭାଗ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ କରାଯିବ l ଏଥିପାଇଁ ୯୨ ଏକର ଜମି ଅଧିଗ୍ରହଣ କରାଯିବାର ପ୍ରସ୍ତାବ ରହିଛି l ଅତ୍ୟାଧୁନିକ ନିର୍ମାଣ କୌଶଳର ଉପଯୋଗ କରାଯାଇ ନିର୍ମିତ ହୋଇଛି ଧଳପୁର – ଆଠମଲ୍ଲିକ ମହାନଦୀ ସେତୁ l

ଇତିମଧ୍ୟରେ ରାଜ୍ୟ ପୂର୍ତ୍ତମାନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୂର୍ତ୍ତ ବିଭାଗ ର ଅତିରିକ୍ତ ସଚିବ ମନୋରଞ୍ଜନ ମିଶ୍ର, ବୌଦ୍ଧ ବିଧାୟକ ତଥା ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଶ୍ୱ ବ୍ୟାଙ୍କ ର ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ଏହି ସେତୁ ପରିଦର୍ଶନ କରିବା ସହ ସେତୁ ନିର୍ମାଣକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି l ବୌଦ୍ଧ ର ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ ଦାସ ପ୍ରକାଶ କରିଛନ୍ତି ଯେ ସେତୁର ସମସ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି l କେବଳ ଆନୁଷ୍ଠାନିକ ଭାବରେ ଉଦଘାଟନକୁ ଅପେକ୍ଷା l ଉଲ୍ଲେଖଯୋଗ୍ୟ ଯେ ଏହି ସେତୁ ନିର୍ମାଣ ପାଇଁ ଅନେକ ଦିନରୁ ଦାବୀ ହୋଇଆସୁଥିଲା l ଏବେ ତାହା ପୂରଣ ହୋଇଛି l ଏହି ସେତୁ ନିର୍ମାଣ ହେବା ଫଳରେ ସମ୍ବଲପୁର, ଅନୁଗୁଳ, କଟକ ଓ ରାଜ୍ୟର ଅନ୍ୟାନ୍ୟ ଅଂଚଳକୁ ଗମନାଗମନରେ ସୁବିଧା ହେବା ସହ ଦୂରତା ହ୍ରାସ ପାଇବ l

Related Post

ଯାଜପୁର କମାରଢ଼ିହି ପଂଚାୟତ କାର୍ଯ୍ୟାଳୟରେ ମିଶନ ଶକ୍ତିର ବୈଠକ

Posted by - March 11, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କମାରଡ଼ିହ ପଂଚାୟତ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ର ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ…

ଭୁବନେଶ୍ୱର ଏକ ନମ୍ବର ହାଟ ବାହାରେ ବାଇକ୍‌ ପାର୍କିଂ ମନା

Posted by - January 20, 2020 0
ଭୁବନେଶ୍ୱର  : ଭୁବନେଶ୍ୱର ଏକ ନମ୍ବର ହାଟ ବାହାରେ ବାଇକ୍‌ ପାର୍କିଂ ମନା। ବାଇକ୍‌ ପାର୍କିଂ କଲେ ଅଡୁଆରେ ପଡିବେ ଗାଡ଼ି ମାଲିକ। କେବଳ ସିଙ୍ଗଲ୍ ଲେନ୍‌ରେ…

ପ୍ରଥମ ନୋଡାଲ ବୈଠକ

Posted by - September 3, 2021 0
ମାଥିଲି ::(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମାଥିଲି ଗ୍ରାମପଂଚାୟତ ସରପଞ୍ଚ ଗୌରୀ ବଟେ ଙ୍କ ସଭାପତିତ୍ୱରେ ମାଥିଲି ଗ୍ରାମପଂଚାୟତ ର 15ଟି ୱାର୍ଡରେ ଥିବା ସମସ୍ତ…

କରୋନା କଟକଣା ମଧ୍ୟରେ ‘ଜୀବନବିନ୍ଦୁ’ ରକ୍ତ ଦାନ ଶିବିର ଅନୁଷ୍ଠିତ, ସଂଗୃହିତ ହେଲା ୧୧୧ ୟୁନିଟ୍ ରକ୍ତ

Posted by - August 8, 2020 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ନୀଳଗିରି ଏନ୍. ଏ. ସି. କଲ୍ଯାଣ ମଣ୍ଡପ ପରିସର ରେ, ସାମାଜିକ ଦୂରତା ଓ କରୋନା କଟକଣା କୁ ପାଳନ କରି, ‘ଜୀବନ ବିନ୍ଦୁ’…