ଭାଙ୍ଗିଲା ପୋଲ ଉପରେ ବିପଦପନ୍ନ ଭାବେ ଯାତାୟାତ

138 0

ଧର୍ମଗଡ : (ହେମନ୍ତ କୁମାର ମାଝୀ) ନିର୍ବାଚନ ପରେ ନିର୍ବାଚନ ନେତା ପରେ ନେତା ବଦଳି ଚାଲିଛି ହେଲେ ଲଛିପୁର ଗ୍ରାମର ଭାଗ୍ୟ ବଦଳି ପାରୁନି।ଭୋଟ ସମୟରେ ଗ୍ରାମବାସୀଙ୍କୁ ଦେଇଥିବା କଥା ଯେମିତି ପାଣି ଫଟକା ସଦୃଶ୍ୟ ସାଜିଛି। ନେତା ମନ୍ତ୍ରୀ ଙ୍କ ପ୍ରତିଶ୍ରୁତି କଥା କଥାରେ ଅଟକି ରହିଥିବା ନେଇ ତାଙ୍କ ଦକ୍ଷତା ଉପରେ ଏବେ ଗ୍ରାମବାସୀ ଙ୍କ ଭିତରେ ପ୍ରଶ୍ନ ଉଠିଛି।କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପର୍ଲା ପଞ୍ଚାୟତ ଲଛିପୁର ଗ୍ରାମ ଲୋକେ ଦୀର୍ଘଦିନ ରୁ ଭଙ୍ଗାପୋଲ ଦେଇ ଯାତାୟାତ କରୁଛନ୍ତି।ଭଙ୍ଗା ଅବସ୍ଥାରେ ଦୀର୍ଘଦିନ ରୁ ପଡିରହିଛି।ହେଲେ ନା ପ୍ରଶାସନ ନିଘା ରହିଛି ନା ନେତା ମନ୍ତ୍ରୀ ଙ୍କ ଦୃଷ୍ଟି ପଡିପାରୁଛି।ବିପଦପନ୍ନ ଭାବେ ଯିବା ଆସିବା କରନ୍ତି ଗ୍ରାମବାସୀ। ବିଡ଼ିଓ ,ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ଙ୍କ ଦୃଷ୍ଟି ରେ ଆଣିଥିଲେ ବି କାହାରି କର୍ଣ୍ଣପାତ ହେଉ ନ ଥିବା ଅଭିଯୋଗ କରନ୍ତି।ଇତି ପୂର୍ବରୁ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ନିର୍ବାଚନ ବେଳେ ଗ୍ରାମବାସୀ ଙ୍କୁ ପୋଲ ନିର୍ମାଣ କରିବାର ପ୍ରତିଶ୍ରୁତି ଦେଇଥିଲେ।

ଏପରିକି ବର୍ତ୍ତମାନ ର ବିଧାୟକ ମୌସୁଧୀ ବାଗ ମଧ୍ୟ କଥା ଦେଇ କଥା ରଖି ପାରିନ ଥିବା ଗ୍ରାମବାସୀ କ୍ଷୁବ୍ଧ ସହ ପ୍ରକାଶ କରନ୍ତି।ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ବେଳେ ଜଣେ ସରପଞ୍ଚ ପାର୍ଥି ଅସ୍ଥାୟୀ ଭାବେ ଯାତାୟାତ ପାଇଁ ମରାମତି କରିଥିଲେ।ଯାହା ଏବେ କିଛି ମାତ୍ରାରେ ଗମନାଗମନ ଗ୍ରାମବାସୀ କରୁଥିବା ଜଣାପଡିଛି।ଅନ୍ୟପଟେ ବ୍ଲକ କାର୍ଯ୍ୟାଳୟ ତରଫରୁ ରାସ୍ତା ମୁରୁମ ବିଛା ଯାଇଛି ସତ ହେଲେ ପୋଲ ନିର୍ମାଣ ହୋଇ ପାରିନାହିଁ। ଏହି ରାସ୍ତା ଦେଇ ମୁଖ୍ୟ ରାସ୍ତା ରେ ସଂଯୋଗ ହୁଏ।ଶହ ଶହ ଯାନବାହନ ଯିବା ଆସିବା କରେ।ଅନେକ ଥର ଦୁର୍ଘଟଣା ଶିକାର ଲୋକେ ହୋଇଥିବା ନଜର ରହିଛି।ଏହି ଖବର ପ୍ରଶାସନ ପାଖରେ ମଧ୍ୟ ରହିଛି।ହେଲେ ନିରବ ରହିବା ନୀତି କୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।ନେତା ମନ୍ତ୍ରୀ ଓ ପ୍ରଶାସନ ର ଏଭଳି ବେମାତୃ ଭାବ କୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି।ଏପରିକି ଗ୍ରାମବାସୀ ଆନ୍ଦୋଳନ କରିବା କୁ ଏବେ ଅଣ୍ଟା ଭିଡୁଥିବା ସୂଚନା ମିଳୁଛି।

Related Post

ଯାଜପୁର ଜିଲା ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ

Posted by - December 19, 2019 0
ଯାଜପୁର 🙁 ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଦାନଗଦୀ ବ୍ଲକ ନିଉ ସିଆରିଆ ଗ୍ରାମର…

ମହିମା ମଠ ମଠାଧିସ ଙ୍କୁ ମରଣାନ୍ତକ ଆକ୍ରମଣ,ବଲାଙ୍ଗୀର ରୁ ବୁର୍ଲାଡାକ୍ତର ଖାନା କୁ ସ୍ଥାନାନ୍ତର

Posted by - November 27, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପୁଟୁପଡା ଗାଁ ରେ ଅଲେଖ ମହିମା ମଠ ର ମଠାଧିସ ଙ୍କୁ ଜମିବାଡ଼ି ବିବାଦକୁ ନେଇ ଆକସ୍ମିକ ଏକ ଧରୁଆ…

ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଡମ୍ପିୟାର୍ଡରେ ନିଆଁ

Posted by - February 14, 2020 1,574
ଭୁବନେଶ୍ୱର ୧୪।୦୨ – ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଡମ୍ପିୟାର୍ଡରେ ନିଆଁ ଲାଗିଛି । ଏଠାରେ ନିଆଁ ଲାଗିବା ଯୋଗୁଁ ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଅଗ୍ନିଶମ…

ଥୁଆମୂଳ ରାମପୁର ବ୍ଲକ୍ ଚିଙ୍ଗୁଡିପାସ୍ ଗ୍ରାମରେ ଝାଡାବାନ୍ତି ଆତଙ୍କ : ଜଣେ ମୃତ ଦୁଇ ଗୁରୁତର

Posted by - July 12, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଚିଙ୍ଗୁଡି ପାସ ଗ୍ରାମରେ ଦେଖାଦେଇଛି ଝାଡାବାନ୍ତି ଆତଙ୍କ l ଏହି…