କେନ୍ଦୁଝର,୧୧/୧୦ ଆସନ୍ତା ୧୪ରିଖ କେନ୍ଦୁଝର ଜିଲ୍ଲା କୁ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ୫ଡ଼ି ସଚ଼ିବ ପାଣ୍ତିଆନ ଗସ୍ତନେଇ ଆଜି ମୁଖ୍ୟ ଚ଼ିକିତ୍ସାଳୟ ଯୁଦ୍ଧ କାଳୀନ ସ୍ଥିତିରେ କେନ୍ଦୁଝର ପୈାରପାଳିକା ଉଚ୍ଚ ଅଧିକାରୀ ଙ୍କ ସହିତ ସମସ୍ତ କର୍ମଚ଼ାରୀ ଉପସ୍ଥିତ ରହି ସଫେଇ କରାଯାଇଛି।ବହୁ ଦିନରୁ ଡ଼ାକ୍ତରଖାନା ପରିସର ରେ ଥିବା କୁଢ କୁଢ ଅଳିଆ ଆବର୍ଜନା ପଡ଼ି ରହିଥିଲା।
ଏହା ସହିତ ଡ଼ାକ୍ତରଖାନା ଦୁଇ ମୋହଲା କଠାଘର କୁ ନୂଆଁ ବେଡ଼ ପକାଇ ରୋଗୀ ମାନଙ୍କୁ ସ୍ଥାନାନ୍ତରିତ କରିଛନ୍ତି।ପାଣ୍ତିଆନ ଙ୍କ ଗସ୍ତନେଇ ପ୍ରଶାସନ ର କର୍ମତତ୍ପର ପାଇବା ସହ ସଫେଇ କାର୍ଯ୍ୟ ହୋଇଛି।ପୂର୍ବରୁ କେନ୍ଦୁଝର ବିଜେଡ଼ି ସାଂସଦ ଚ଼ନ୍ଦ୍ରାଣୀ ମୁର୍ମୁ ଏହାକୁ କାର୍ଯ୍ୟକାରୀ କରିବାକୁ ତାଗିଦ କରିଥିଲେ ମଧ୍ୟ ଏହି କାର୍ଯ୍ୟ କରାଯାଇନଥିଲା।କେନ୍ଦୁଝର ଜିଲ୍ଲାପାଳ ସନ୍ଧ୍ୟାରେ ମେଡ଼ିକାଲ ବୁଲି ସମସ୍ତ କାର୍ଯ୍ୟ କୁ ତଦାରଖ କରି କରିଛନ୍ତି।
Facebook Notice for EU!
You need to login to view and post FB Comments!