ଫୁଲବାଣୀ : ନିଷ୍ଠା, ଉଦ୍ୟମ ଓ ପରିଶ୍ରମ ବଳରେ ସୀମିତ ସମ୍ବଳ ମଧ୍ୟରେ ସଂଘର୍ଷ କରି ଦେଶ ତଥା ବିଶ୍ୱର ଏକ ପ୍ରମୁଖ ମହାକାଶ ଗବେଷଣା ସଂସ୍ଥାରେ ବୈଜ୍ଞାନିକ ଭାବେ ଅବସ୍ଥାପିତ ହୋଇପାରିଛନ୍ତି ସିମ୍ବାଲି ଗାଁର ସ୍ୱର୍ଗତଃ ଜପେଶ୍ୱର ମଲିକ ଓ ମା’ବୈଦେହୀ ମଲିକଙ୍କ ପୁଅ ଅଭିମନ୍ୟୁ ମଲିକ। ଇସ୍ରୋ ତରଫରୁ ଚନ୍ଦ୍ରଯାନ, ମଙ୍ଗଳଯାନ ସମେତ ମହାକାଶ ସମ୍ବନ୍ଧରେ ସଚେତନ କରିବାକୁ ପରିଭ୍ରମଣ କରୁଥିବା ଇସ୍ରୋ ବସରେ ଫୁଲବାଣୀ ଆସିଥିବା ଅବସରରେ ଆମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ଏହି ପ୍ରତିଭାବାନ ଯୁବକଙ୍କ ଜଣକ ତାଙ୍କର ସଫଳତାର ଯାତ୍ରା ସମ୍ପର୍କରେ ସୂଚନା ଦେଇଛନ୍ତି।ଅଭିମନ୍ୟୁଙ୍କ ସଫଳତାର ଯାତ୍ରା ଯେତିକି ହୃଦୟସ୍ପର୍ଶୀ ସେତିକି ଆହ୍ୱାନଭରା। ବାପା ଜଣେ ନାମମାତ୍ର ଚାଷୀ ଓ ମା’ ଜଣେ ଗୃହିଣୀ।
ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟର୍ସ ଇଣ୍ଡିଆ ମାଧ୍ୟମରେ କୋଲକାତାରେ ଡିଗ୍ରୀ ଶେଷ କରିବା ପରେ ଚେନ୍ନଇର ଭେଲଟେକ୍ ବିଶ୍ୱବିଦ୍ୟାଳୟରୁ ଏମ.ଟେକ୍ ଶିକ୍ଷା ସମାପ୍ତ କରିଥିଲେ। ଏହାରି ମଧ୍ୟରେ ୨୦୧୦ରେ ଇସ୍ରୋର ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବୈଜ୍ଞାନିକ ଭାବେ ଶ୍ରହରିକୋଟାସ୍ଥିତ ସତୀଶ ଧାବନ ଅମହାକାଶ କେନ୍ଦ୍ରରେ ନିଯୁକ୍ତି ପାଇଥିଲେ ବୋଲି କହିଛନ୍ତି ଅଭିମନ୍ୟୁ। ଗାଁ ପ୍ରତି ତାଙ୍କର ଅନେକ କିଛି କରିବାର ଅଛି ଏବଂ ସାମାଜିକ ସେବାରେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି।