Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ପ୍ରଗତି ଶିକ୍ଷାନୁଷ୍ଠାନରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ

63 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡ଼ିଶାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ସୁପରିଚିତ ଭବାନୀପାଟଣା ପ୍ରଗତି ଶିକ୍ଷାନୁଷ୍ଠାନରେ କୃତି ସିବିଏସଇ ଓ ସିଏଚଏସଇ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସବ୍‌ରେଜିଷ୍ଟ୍ରାର କ୍ଷୀରୋଦ ନାଗ , ସମ୍ମାନିତ ଅତିଥି ଭାବେ ଶିଶୁରୋଗ ବିଶେଷଜ୍ଞ ଡା . ବିକାଶ ପ୍ରହରାଜ , ମୁଖ୍ୟବକ୍ତା ଭାବେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ହଳଧର ସାହୁ, ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଇଂ . ଅଜୟ ପଣ୍ଡା , ଅଧ୍ୟକ୍ଷା ସଂଗୀତା ପଣ୍ଡା , ଦେବେନ୍ଦ୍ର ବିଶି , ପ୍ରଗତି ଗ୍ରୁପ ଅଫ ସ୍କୁଲର ମୁଖ୍ୟ ବିଶ୍ବଜିତ ବି . ମହାନ୍ତି ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ ।

ଚଳିତ ବର୍ଷ ସର୍ବଭାରତୀୟ ନିଟ ପରୀକ୍ଷାରେ ନିତେଶ ବେହେରା , ନୀଳୁ ରଣା , ପ୍ରତୀକ ନାଏକ , ଲିପସୁ ରଞ୍ଜନ ବୁଡେକ , ଖୁସବୁ ରାଣୀ ସାହୁ , ସଂଜୀବ ସାହୁ , କଶିସ ମୁଣ୍ଡ କୃତକାର୍ଯ୍ୟ ହୋଇଛନ୍ତି ଏବଂ ଜେଇଇ ପରୀକ୍ଷାରେ ଅନୁରାଗ ମୁଣ୍ଡ , ବୈଭବ ସୁନା କୃତକାର୍ଯ୍ୟ ହୋଇଥିବା ରୁ ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା । ଏହା ସହିତ ଚଳିତ ବର୍ଷ ଦଶମ ଓ ଦ୍ବାଦଶ ବାର୍ଷିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହିତ ଅଭିଭାବକ ଓ ଅଭିଭାବିକା ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅଧ୍ୟାପକ ବିଦ୍ୟାସାଗର ମୁଣ୍ଡ ଓ ଅଧ୍ୟାପିକା ତେଜେନ୍ଦର କୌର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅଧ୍ୟାପକ ଅଶୋକ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଶାସନିକ ଅଧିକାରୀ ପ୍ରଣବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଡ . ଜେ . ଶରତ କୁମାର , ଚିନ୍ମୟ ଗୁରୁ , ବିଭୂତି ଭୂଷଣ ଦାସ ସମେତ ଅଧ୍ୟାପକ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Related Post

ମେଡିକାଲ କୁ ଅଚାନକ ପରିଦର୍ଶନ କଲେ ଭାରପ୍ରାପ୍ତ ଜିଲାପାଳ

Posted by - December 6, 2019 270
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଛନ୍ତି ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି । ଜିଲାପାଳ ଏହି ପରିଦର୍ଶନ ସମୟରେ…

ବ୍ଲକସ୍ତରୀୟ ସ୍ଵାସ୍ଥ୍ୟମେଳା କମିଟି ବୈଠକ

Posted by - April 16, 2022 0
ସୋନପୁର :(ଅଜିତ କୁମାର ପୂଝlରୀ)ଆସନ୍ତା ୧୯ ଏପ୍ରିଲ ମଙ୍ଗଳବ‍ାର ଦିନ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଦ୍ଵାରା ଲଚ୍ଛିପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସୋନପୁର ବ୍ଲକସ୍ତରୀୟ ସ୍ଵାସ୍ଥ୍ୟମେଳା…

ଭଙ୍ଗା ହେଲା ଯାଜପୁର ବହୁ ଚର୍ଚ୍ଚିତ ରୂପେସ୍ ଭଦ୍ରଙ୍କ ରଙ୍ଗଶାଳା

Posted by - February 8, 2020 535
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବହୁ ଚର୍ଚ୍ଚିତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଏକ ବଳିଷ୍ଠ ପଦକ୍ଷେପ ।…

ଟିଟିଲାଗଡ଼ ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ପାଳନ କଲେ ରାକ୍ଷୀ ଉତ୍ସବ

Posted by - August 11, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଆଜି ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏଠାରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ଼ ମାଧ୍ଯମିକ ସ୍କୁଲ ଶିକ୍ଷକ…