ଏମ୍ ରାମପୁର ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

72 0

ଭବାନୀପାଟଣା  : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଏମ ରାମପୁର ବ୍ଲକସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଏମ ରାମପୁର ବ୍ଲକ ଅଧ୍ୟକ୍ଷ ମନ୍ଦାକିନୀ ସିଂଦେଓ, ବି ଡି ଓ ଶ୍ରୀ ବିନୟ କୁମାର ଭୋଇ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୧୮୫ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୬୨ଟି ବ୍ୟକ୍ତିଗତ ସମସ୍ୟା, ଅଭିଯୋଗ ଓ ୨୩ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୨୫ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ଏମ ରାମପୁର ବ୍ଲକର ଦୁଟା ଗ୍ରାମର ମୁରଲିଧର ସାହୁ ଙ୍କ ମା ଙ୍କ କାନ୍ଥ ପଡ଼ି ମୃତ୍ୟୁ ସହାୟତା ବାବଦକୁ ୧୦୦୦୦ ଟଙ୍କା ଏବଂ ଗୌଡ କର୍ଲାଖୁଣ୍ଟା ଗ୍ରାମର ଗୋଲାପି ଭୋଇ ଙ୍କୁ ତାଙ୍କ ଝିଅର ଚିକିତ୍ସା ସହାୟତା ବାବଦକୁ ୧୦୦୦୦ ଟଙ୍କା ରେଡକ୍ରସ ପାଣ୍ଠିରୁ ଅନୁମୋଦନ କରାଯାଇଥିଲା।

Related Post

ହେରା ପଞ୍ଚମୀ” ଦେଵ ଦମ୍ପତି ଙ୍କ ମାନବୀୟ ଲୀଳା

Posted by - July 7, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଏବେ ସମଗ୍ର ଜଗତ ଜଗନ୍ନାଥମୟ ହୋଇ ଉଠିଛି। ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ଦାରୁଦେବତା ଜଗନ୍ନାଥ…

ହରିଶଙ୍କର ଝରଣା କୂଳରେ ମାର ପିଟ ଘଟଣା , ୧୦ ଯୁବକ ଥାନାରେ ଅଟକ

Posted by - June 15, 2022 0
ଖପ୍ରାଖୋଲ :୧୪/୦୬(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଝରଣା କୂଳରେ ଦୁଇ ଗୋଷ୍ଟି ଗଣ୍ଡଗୋଳ ଘଟଣା ରେ ଦୁଇଜଣ ଗୁରୁତର ହୋଇଥିବା ବେଳେ…

ଜଳଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ପଦୋନ୍ନତି

Posted by - November 6, 2022 0
ନର୍ଲା:(ଅମିୟ କୁମାର ଦାସ)କଳାହାଣ୍ଡି ଜିଲ୍ଲା ଜଳଯୋଗାଣ ଓ ପରିମଳ ବିଭାଗର ବିଭିନ୍ନ ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ପଦୋନ୍ନତି ଦିଆଯାଇଛି। କନିଷ୍ଠ ଯନ୍ତ୍ରୀରୁ ସହକାରୀ ଯନ୍ତ୍ରୀକୁ ନର୍ଲା,ମ.…

ମୋଟର ସାଇକେଲ ଚୋର କୁ ଗୋଡ଼ାଇ ମୋଟର ସାଇକେଲ ଉଦ୍ଧାର କଲା ପୋଲିସ୍, ଚୋର ଫେରାର

Posted by - July 18, 2022 0
ଖପ୍ରାଖୋଲ: ୧୮/୭(ତାପସ ରଞ୍ଜନ ବେହେରା) ନୂଆପଡ଼ା ଜିଲ୍ଲା ଲଖନା ଥାନା ଅଞ୍ଚଳରୁ ଏକ ମୋଟର ସାଇକେଲ ଚୋରି କରି ଚୋର ମାନେ ଖପ୍ରାଖୋଲ ଅଞ୍ଚଳ କୁ ଆସୁଥିବା…

ବଳି ଯାତ୍ରା ପ୍ରସ୍ତୁତି ବୈଠକ

Posted by - September 28, 2021 0
ସୋନପୁର:(ଅଜିତ କୁମାର ପୁଝାରୀ )ସୋନପୁର ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଶ୍ରୀଯୁକ୍ତ ନିହାର ରଂଜନ କଅଁର ଙ୍କ ଅଧ୍ୟକ୍ଷତାରେ ଆଗାମୀ ବଳିଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ…