କନକ ମୃତ୍ୟୁ ରହସ୍ୟ, ସି ବି ଆଇ ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ

48 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଘୋଟିଆ ଗ୍ରାମର ବହୁ ଚର୍ଚ୍ଚିତ କନକ ନିଆଲ ମୃତ୍ୟୁ ଘଟଣାର ସି ବି ଆଇ ତଦନ୍ତ ଦାବିରେ ପୁଣି ଦ୍ଵିତୀୟ ଥର ଦାବି କୁ ଜୋରଦାର୍ କରାଯାଇଛି। ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ ନେତୃତ୍ବରେ ରାଜ୍ୟର ବିଭିନ୍ନ ସଂଗଠନ ଏକ ବିକ୍ଷୋଭ ପଟୁଆରରେ ସାମିଲ ହୋଇ ଏହି ଦାବିକୁ ଦୋହରାଇଛନ୍ତି।

ସୂଚନା ରୁ ଜଣାଯାଏ ଯେ ଗୋଲାମୁଣ୍ଡା ବ୍ଲକ ଘୋଟିଆ ଗ୍ରାମର ଦଶମ ଶ୍ରେଣୀର ଛାତ୍ରୀ କନକ ନିକଟସ୍ଥ ଚିଚିଆ ସ୍କୁଲ କୁ ପଡ଼ିବାକୁ ଯାଇ ଫେରି ନ ଥିଲା। ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ। ପରବର୍ତ୍ତୀ ସମୟରେ କନକ ର ମୃତଦେହ ନିକଟସ୍ଥ ଜଙ୍ଗଲର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସ କୁ ଖବର ଦେଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ କିନ୍ତୁ ବିଭିନ୍ନ ସଂଗଠନ ପକ୍ଷରୁ ମୃତକର ପରିବାର କୁ ନ୍ୟାୟ ଓ ଦୋଷୀ କୁ ଦଣ୍ଡବିଧାନ ଦାବିରେ ଆନ୍ଦୋଳନ କରିବାରୁ ପୋଲିସ ତିନିଜଣଙ୍କୁ ଅଟକ ରଖି ଘଟଣାରେ ସମ୍ପୃକ୍ତ ଅଭିଯୋଗ ରେ ସୂରଜ ହଂସ ନାମକ ଯୁବକ କୁ କୋର୍ଟ ଚାଲାଣ କରିଛି।

ତେଣୁ ସମସ୍ତ ଅଭିଯୁକ୍ତ କୁ ଗିରଫ, ମୃତା ପରିବାର କୁ କ୍ଷତିପୂରଣ, ଓ ଘଟଣା ର ସି ବି ଆଇ ତଦନ୍ତ ଦାବିରେ ଗୁରୁବାର ଦିନ ହଜାର ହଜାର ମହିଳା ଓ ପୁରୁଷ ଭବାନୀପାଟଣା କଲେଜ ଛକ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ଦେଇ ଗଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ କାରୀ ମାନେ ପୋଲିସ ପକ୍ଷପାତିତା ପ୍ରତି କଟୁ ସମାଲୋଚନା କରିବା ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏହି ଗଣ ବିକ୍ଷୋଭ ରେ ବିଭିନ୍ନ ଅନୁଷ୍ଠାନ, ସଂଗଠନ ଓ ବହୁ ତୁଙ୍ଗ ନେତୃମଣ୍ଡଳୀ ସାମିଲ ଥିଲେ।

Related Post

ଯାଜପୁର ଜିଲାରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ,ଚାଲିଛି ପ୍ରାର୍ଥୀ ପାତ୍ର ଦାଖଲ

Posted by - April 6, 2019 24
ଯାଜପୁର:୦୬/୦୪ ଜିଲାରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ଜିଲାର ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଅନୁଷ୍ଠିତ ହେବ…

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମଣିଷର ସେବା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆନ୍ତରିକ ଧନ୍ୟବାଦ

Posted by - March 22, 2020 39
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ବିରୋଧରେ ଯୁଦ୍ଧ ଲଢ଼ୁଛି ସାରା ବିଶ୍ୱ । ଭାରତରେ ମଧ୍ୟ କୋରୋନା ବିରୋଧରେ ଲଢ଼େଇ ଜାରି ରହିଛି । ଆଜି ଦିନ…

କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚିନ୍ତାରେ ଓଡିଶା ସରକାର : ଘୁଞ୍ଚିବାପାରେ ପଞ୍ଚାୟତ ନିର୍ବାଚନ

Posted by - December 2, 2021 0
ଭୁବନେଶ୍ବର/କଳାହାଣ୍ଡି:(ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ )ସଂପ୍ରତି କାରୋନା ଭୁତାଣୁ ର ନୂତନ ଭାରିଆନ୍ଟ ” ଓମି କ୍ରନ ” ର ଚିହ୍ନଟ ହେବାପରେ ସମ୍ଭାବ୍ୟ ତୃତୀୟ ଲହରକୁ…

NIT ରାଉରକେଲାରେ ରାଷ୍ଟ୍ରପତି କୋବିନ୍ଦ

Posted by - March 21, 2021 0
ରାଉରକେଲା: NITରେ ରାଷ୍ଟ୍ରପତି କୋବିନ୍ଦ। NIT ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତିଙ୍କ ସମେମ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ମୁଖ୍ୟ ଅତିଥି ଭାବେ ରାଷ୍ଟପତିଙ୍କ ସହ ରାଜ୍ୟପାଳ ଗଣେଶୀଲାଲ…