Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ସ୍ଵତନ୍ତ୍ର କୋଶଲ ରାଜ୍ୟ ଦାବିରେ ଖପ୍ରାଖୋଲ ଅଞ୍ଚଳରେ ଦୋକାନ ବଜାର ବନ୍ଦ

80 0

ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ଏବଂ କୋଶଲ ସେନା ସମେତ ବିଭିନ୍ନ ସଂଗଠନ ତରଫରୁ ସ୍ଵତନ୍ତ୍ର କୋଶଳ ରାଜ୍ୟ ଦାବିରେ ବୁଧବାର ୧୨ ଘାଣ୍ଟିଆ ବନ୍ଦ ଡାକରା ଦେଇଥିବା ବେଳେ ତାର ପ୍ରଭାବରେ ଖପ୍ରାଖୋଲ ଅଞ୍ଚଳ ରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଖପ୍ରାଖୋଲ ଥାନା ଛକ ଠାରେ ଆନ୍ଦୋଳନକାରୀ ମାନେ ରାସ୍ତାରୋକ କରିଥିଲେ । ଯାହା ଫଳରେ ଦୁଇ ଚକିଆ ଯାନ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ସରକାରୀ କାର୍ଯ୍ୟାଳୟ , ସ୍କୁଲ ,କଲେଜ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । :

ସରୋଜ ସାହୁ ,ବିମଳ ସାହୁ , ପୁରନ୍ଦର ସାହୁ , ବିଜୁ ବାରିକ , ଶାନ୍ତନୁ ଗଡ଼ତିଆ , ସନ୍ତୋଷ ସାହୁ ପ୍ରମୁଖ ଙ୍କ ନେତୃତ୍ୱରେ ପିକେଟିଂ କରିବା ସହ ଆନ୍ଦୋଳନ କରିଥିଲେ । ଦୋକାନ ବଜାର ସ୍ୱତପ୍ରବୃତ ଭାବେ ବନ୍ଦ କରିଥିଲେ ।ସେହିପରି ଧଣ୍ଡାମୁଣ୍ଡା ସପ୍ତାହିକ ବଜାର କୁ ଆନ୍ଦୋଳନକାରୀ ମାନେ ବନ୍ଦ କରିଥିବା ବେଳେ ହାଇସ୍କୁଲ ଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ବିଜେପି ନେତା ଦେବକାନ୍ତ ପାଣିଗ୍ରାହୀ ,କର୍ଣ୍ଣ ସିଂ ଠାକୁର, କୋଶଲ ନେତା ଆଶିଷ ସାହୁ , ସଂଜୀବ ମିଶ୍ର , ସାମାଜିକ ପୁଟେଲ , ସତ୍ୟ ସାହୁ , ସମେତ ଆନ୍ଦୋଳନକାରୀ ମାନେ ସାମିଲ ହୋଇଥିଲେ । ସେହିପରି ଖପ୍ରାଖୋଲ ବ୍ଲକ ର ଜୁରିଆ , ହରିଶଙ୍କର ର ଦୋକାନ ବଜାର ସମ୍ପୂର୍ଣ ବନ୍ଦ ରହିଥିଲା ।

Related Post

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - August 1, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ…

ଟିଟିଲାଗଡ଼ର ନୂତନ ସିଡିପିଓ ଭାବେ ଦାୟିତ୍ଵ ଗ୍ରହଣକଲେ ଶ୍ରୀମତି ମିନାକ୍ଷୀ ରାଜ

Posted by - December 13, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବ୍ଲକର ସମନ୍ଵିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଭାବେ ଶ୍ରୀମତି ମିନାକ୍ଷୀ ରାଜ ଗତ ଡିସେମ୍ବର ୩ ରୁ ନୂତନ ଭାବେ ଦାୟିତ୍ଵ…

୩୩୫ତମ ଦିବସରେ କରୋନା ସଚେତନତା ଓ ରିଲିଫ ବଣ୍ଟନର ସମୀକ୍ଷା ବୈଠକ

Posted by - February 20, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ପୂର୍ବ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ…

ସ୍ୱାୟତ ଶାସନ ଅବସରରେ ଯାଜପୁର ପୌରପାଳିକା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

Posted by - September 5, 2019 67
ଆଜି ସ୍ୱାୟତ ଶାସନ ଅବସରରେ ଯାଜପୁର ପୌରପାଳିକା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଜିଲାପାଳ ରଂଜନ କୁମାର ଦାସ…