ରାଜ୍ୟ ପଣ୍ୟାଗାର ନିଗମର ରାସ୍ତା କାମରେ ଅନିୟମିତତା ଅଭିଯୋଗ

43 0

କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଜୋଲକୋ କଲୋନୀପଡା ନିକଟରେ ଥିବା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଗୋଦାମ କୁ ଯିବା ପାଇଁ ରହିଥିବା ରାସ୍ତା ଶୋଚନୀୟ ହୋଇପଡିଛି। ଯାହା ଫଳରେ ଗୋଦାମ କୁ ଟ୍ରକ୍ ଗୁଡିକ ଯିବା ଆସିବା ବହୁ ଅସୁବିଧା ଦେଖାଦେଇଛି l ପିଡିଏସ୍ ତଥା ଅନ୍ୟାନ୍ୟ ବିଭାଗ ର ଚାଉଳ ନିର୍ଦ୍ଦିଷ୍ଟ ସ୍ଥାନକୁ ପହଞ୍ଚିବାରେ ଅସୁବିଧା ଦେଖାଦେଇଛି ବୋଲି ମଧ୍ୟ ଅଭିଯୋଗ ହେଉଛି। ପ୍ରକାଶ ଯେ, ଗତ କିଛି ଦିନ ତଳେ ଓଡିଶା ରାଜ୍ୟ ପଣ୍ୟାଗାର ନିଗମର ନିଜସ୍ଵ ପାଣ୍ଠିରୁ ରାସ୍ତା ମରାମତି କାମ କରାଯାଉଛି। ହେଲେ ରାସ୍ତା କାମରେ ଅନିୟମିତତା କରାଯାଇଥିବା ନେଇ ଅଭିଯୋଗ ହେଉଛି।

ଏନେଇ ଗୋଦାମ ଅଧିକ୍ଷକ ଙ୍କୁ ପଚାରିବାରୁ କାମ ସମ୍ପର୍କରେ ମୋ ପାଖରେ କିଛି ତଥ୍ୟ ନାହିଁ ବୋଲି କହିଥିଲେ । ଅପରପକ୍ଷରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଗଗନ ପରିଡ଼ା ଙ୍କୁ ପଚାରିବାରୁ, ଓଡ଼ିଶା ଖାଦ୍ୟ ନିଗମର ନିଜସ୍ଵ ପାଣ୍ଠିରୁ ରାସ୍ତା ମରାମତି କାମ ପାଇଁ ଟେଣ୍ଡର ଜରିଆରେ କଟକର ଜନୈକ ଠିକାଦାର କାମ କରୁଛନ୍ତି ହେଲେ ବର୍ଷା ଦିନରେ କାମ ହେବା ଫଳରେ ଲଗାଣ ବର୍ଷା ହୋଇଥିବା ଯୋଗୁଁ ରାସ୍ତା ଟି ଦବି ଯାଇଛି ବୋଲି କହିଛନ୍ତି ।

ତେବେ ରାସ୍ତାର ବ୍ୟୟ ଅଟକଳ କେତେ ରହିଛି ସେ ନେଇ କୈ।ଣସି ସୂଚନା ନଥିବା ବେଳେ ପ୍ରାୟ ୧୨ ଲକ୍ଷ ଟଙ୍କାର କାମ ବୋଲି ସହକାରୀ ଯନ୍ତ୍ରୀ ଗଗନ ପରିଡ଼ା ପ୍ରକାଶ କରିବା ସହ କାମର କୌଣସି ବିଲ୍ ହୋଇ ନାହିଁ ବୋଲି କହିଛନ୍ତି । ଅପରପକ୍ଷେ କୌଣସି ସରକାରୀ କାର୍ଯ୍ୟ କରିବା ପୂର୍ବରୁ କାର୍ଯ୍ୟ ସ୍ଥଳରେ ସ୍ୱଚ୍ଛତା ଆଣିବା ଦିଗରେ ସୂଚନା ଫଳକ ବ୍ୟବହାର କରାଯାଇଥାଏ l

ହେଲେ ଏଠାରେ କୌଣସି ସୂଚନା ଫଳକ ଲଗାଯାଇନାହିଁ ବୋଲି ଲୋକେ ପ୍ରକାଶ କରିଛନ୍ତି lସୂଚନାଯୋଗ୍ୟ ଯେ,ପ୍ରଶାସନ ର ଦୂରଦୃଷ୍ଟିର ଅଭାବ ଯୋଗୁଁ ଦୀର୍ଘ ବର୍ଷ ହେଲା ଏହି ରାସ୍ତା ଶୋଚନୀୟ ଅବସ୍ଥାରେ ପଡ଼ିରହିଥିଲା । ଏହି ସମସ୍ୟାକୁ ନେଇ ପୂର୍ବରୁ ସମାଜ ଖବରକାଗଜରେ ଖବର ପ୍ରକାଶିତ ମଧ୍ୟ ହୋଇଥିଲା l କଲୋନୀପଡା ବାସୀ ମଧ୍ୟ ଉକ୍ତ ରାସ୍ତା ଉପରେ ପ୍ରତ୍ୟକ ଦିନ ଯିବାଆସିବା କରିଥାନ୍ତି l ହେଲେ ବିଳମ୍ବ ହୋଇଥିଲେ ମଧ୍ୟ ରାସ୍ତା ମରାମତି କାର୍ଯ୍ୟ କରିବା ପାଇଁ ଶେଷରେ ଓଡ଼ିଶା ରାଜ୍ୟ ଖାଦ୍ୟ ନିଗମ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯାଇ ଟେଣ୍ଡର ଆହ୍ବାନ କରାଯାଇଥିଲା ।ରାସ୍ତା ନିର୍ମାଣରେ ବୁଲଡର(ପଥର)ଦିଆଯାଇଛି l ଏଥିରେ ମେଟାଲ ପଥର ମଧ୍ୟ ବ୍ୟବହାର କରାଯାଇଥିଲେ ଖୁବ ଭଲ ହୋଇଥାନ୍ତା lଟେଣ୍ଡର ଜରିଆରେ ଲକ୍ଷାଧିକ ଟଙ୍କା ବିନିମୟରେ କରାଯାଇଥିବା ରାସ୍ତା କାମରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ତେଣୁ ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଦାବି ହେଉଛି ।

 

Related Post

ଆସନ୍ତାକାଲି ସୂର୍ଯ୍ୟୋପରାଗ।ଇ,ଜାଣନ୍ତୁ କଣ କରିବେ ,କଣ କରିବେ ନାହି

Posted by - June 20, 2020 0
ଭୁବନେଶ୍ବର :ଆସନ୍ତାକାଲି ବଳୟ ସୂର୍ଯ୍ୟୋପରାଗ। ତେବେ ଏହାର ପୂର୍ଣ୍ଣ ପରାଗ ପଥ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳ ଦେଇ ଯିବ। ଭାରତର ରାଜସ୍ଥାନ, ହରିୟାଣା ଓ…

ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳଙ୍କ କ୍ଷମତା

Posted by - April 19, 2020 0
ଭୁବନେଶ୍ୱର:୧୯ା୪(ବ୍ୟୁରୋ) ରାଜ୍ୟବାସୀଙ୍କୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଗତ ୯ ତାରିଖରୁ ୧୯ ତାରିଖ ଅର୍ଥାତ୍‌ ୧୦…

୯ ଲୋକସଭା ଓ ୩୪ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି ଦଳ ,ସମୀକ୍ଷା ଆରମ୍ଭ

Posted by - May 27, 2019 0
ଭୁବନେଶ୍ୱର : ବିଜେଡିରେ ଆରମ୍ଭ ହୋଇଛି ପରାଜୟ ସମୀକ୍ଷା। ୯ଲୋକସଭା ଆସନରେ କାହିଁକି ଜିତିଲେନି ଦଳୀୟ ପ୍ରାର୍ଥୀ। ହାରିଥିବା ଲୋକସଭା ସିଟକୁ ନେଇ ସିରିୟସ ନବୀନ ।…

ଏମଜିଏନଆରଇଜିଏସ କାମରେ ନିୟୋଜିତ ଜେସିବି ଟ୍ରାକ୍ଟର କରୁଛି ବର୍ଷକୁ ୧କୋଟିରୁ ଉର୍ଦ୍ଧ୍ବ ଟଂକା ର ପ୍ରକଳ୍ପ 

Posted by - June 21, 2021 0
ବୌଦ୍ଧ:(ଚିତରଂଜନ ସିଂ) କରୋନା ମହାମାରୀର ଲକଡାଉନର ଫାଇଦା ନେଉଛନ୍ତି କୁଜିନେତା  ପେଟିଠିକାଦାର  । କାରଣ ଏହି ଲକଡାଉନର ସମୟରେ ଗରିବ ଶ୍ରମିକମାନେ କୌଣସିପ୍ରକାର କାମଧନ୍ଦା ନପାଇ ଘରେ…

ବନ୍ଦପଥର ଖାଦାନ ପୁଣି ଚାଲୁ କରିବା ନିଷ୍ପତ୍ତି ପ୍ରତିବାଦରେ ବୌଦ୍ଧରେ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

Posted by - August 7, 2022 0
ବୌଦ୍ଧ:(ଚିତ୍ତ ରଂଜଜ ସିଂ)ପ୍ରାୟ ବର୍ଷକତଳେ ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁଠାରେ ଥିବା ପଥର ଖାଦାନ ଓ କ୍ରସର ଗୁଡିକୁ ନେଇ ଗ୍ରାମବାସୀଙ୍କ ଆପତ୍ତି ପରେ ୧୨ଜୁଲାଇ ତହସିଲଦାରଙ୍କ…