ଟିଟିଲାଗଡ ବ୍ରାହ୍ମଣ ସମାଜର ରୌପ୍ୟ ଜୟନ୍ତୀ ପାଳନ ପାଇଁ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତି ବୈଠକ

112 0

ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ବ୍ରାହ୍ମଣ ସମାଜର ସାଧାରଣ ବୈଠକ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରେ ସଭାପତି ଶ୍ରୀ ବିଶ୍ବରାମଠାକୁରଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଭାକାର୍ଯ୍ଯ ତିନି ଥର ଓମ୍ କାର ଧ୍ବନି ଓ ଜଗନ୍ନାଥ ବନ୍ଦନାରୁ ଆରମ୍ଭ ହୋଇଥିଲା।ବୈଠକରେ ଟିଟିଲାଗଡ ବ୍ରାହ୍ମଣ ସମାଜର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ଯ ଜୟନ୍ତୀ (ସିଲବର ଜୁବୁଲି) ପାଳନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ଆଲୋଚନାରେ ବିଭିନ୍ନ ପଡ଼ାର ଶତାଧିକ ସଦସ୍ଯ ସର୍ବଶ୍ରୀରାମ ନାରାୟଣ ମିଶ୍ର, ଶୋଭାକର ପୁରୋହିତ, ମୀନ କେତନ ମିଶ୍ର, ପ୍ରଶାନ୍ତ କୁମାର ପଣ୍ଡା, ସୁଶୀଳ କୁମାର ମିଶ୍ର, ଲଳିତ ମୋହନ ଯୋଷୀ, ଆର୍ତ୍ତତ୍ରାଣ ମିଶ୍ର ,ସନତ କୁମାର ପାଢୀ, ସଞ୍ଜୟ କୁମାର ନାୟକ, ବୃନ୍ଦାବନ ପଣ୍ଡା ଆଦି ଅଂଶଗ୍ରହଣ କରି ନିଜ-ନିଜର ମତାମତ ଦେଇଥିଲେ। ସିଦ୍ଧାନ୍ତ କ୍ରମେ ଚଳିତ ବର୍ଷ ଡିସେମ୍ବର ମାସ ରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ରୌପ୍ଯ ଜୁବୁଲି ଅନୁଷ୍ଠିତ କରିବାକୁ ସ୍ଥିର ହୋଇ ଥିଲା।


କାର୍ଯ୍ଯକ୍ରମର ରୂପ ରେଖ ନିରୁପଣ ସକାଶେ ସଭାପତିଙ୍କ ନେତୃତ୍ବରେ ନିମ୍ନୋକ୍ତ ୧୧ ଜଣିଆ କମିଟି ଗଠନ କରାଯାଇଛି।ଯଥା:-ସର୍ବଶ୍ରୀ ଜଗନ୍ନାଥପଣ୍ଡା, ରାଜେନ୍ଦ୍ର ନାରାୟଣ ମିଶ୍ର, ସୁବୋଧ କୁମାର ଦାଶ, ବନମାଳୀଦାଶ, ମନ୍ଦରଧର ପଣ୍ଡା, ଶୁକଦେବ ଯୋଷୀ, ଯୁଗଳ କିଶୋର ଷଡଙ୍ଗୀ, ସେବକ ଚରଣ ଦାଶ, ସଂଜୀବ ପାଢୀ, ଚିନ୍ତାମଣି ମହାପାତ୍ର, ଉମାକାନ୍ତ ମିଶ୍ର। ଉକ୍ତ କମିଟୀ ଚଳିତ ମାସ ୨୮ ତାରିଖରେ ବୈଠକ ଡାକି ଆଲୋଚନା କରିବାର ସ୍ଥିର ହୋଇଥିବା ସଂପାଦକ ବନମାଳୀ ଦାଶ ଜଣାଇଛନ୍ତି।ସୁନୀଲ କୁମାର ଆଚାର୍ଯ୍ଯ, ସଂଜୀବ ପାଣିଗ୍ରାହୀ, ଭୂପତି ମିଶ୍ର ଆଦି ଯୁବ ସମାଜ ସମେତ ପର୍ଶୁରାମ ପାଣିଗ୍ରାହୀ, ପତିତ ମିଶ୍ର ସହିତ ଆଦିତ୍ଯ ପାଣ୍ଡିଆ, ତ୍ରିନାଥ ସତପଥି ଆଦି ସୁପରିଚାଳନାରେ ସହଯୋଗ କରିଛନ୍ତି।ଆଗାମୀ ୧୦ ତାରିଖରେ ଭାଗବତ ଜନ୍ମ ଓ ଭାଗବତ ପାଠ ନେଇ ଦ୍ବିତୀୟ ପର୍ଯ୍ଯାୟରେ ଆଲୋଚନା କରାଯାଇଥିଲା I ସଭାପତି ଏ ନେଇ ସମସ୍ତ ବ୍ରାହ୍ମଣ ପରିବାରର ସହଯୋଗ ପୂର୍ବବତ୍ କାମନା କରିବା ପରେ ପ୍ରସାଦ ସେବନ କରାଯାଇଥିଲା।

Related Post

ପୁରୁଣାକଟକ ଜାତୀୟ ରାଜପଥ ପାର୍ଶ୍ଵ ରେ ଥିବା ଗୋଚର ଜମିରୁ ମୂଲ୍ୟବାନ ଗଛ କାଟିଲେ ଦୁର୍ବୁତ୍ତ

Posted by - June 9, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ପୁରୁଣା କଟକ ସ୍ଥିତ ଜାତୀୟ ରାଜପଥ ପାର୍ଶ୍ଵ ରେ ଥିବା ଗୋଚର ଜମିରୁ ମୂଲ୍ୟବାନ ଗଛ କାଟି କିଛି ଦୁର୍ବୁତ୍ତ…

ସର୍ବଶ୍ରେଷ୍ଠ ଶିକ୍ଷକ ଉପାଧିରେ ସମ୍ମାନୀତ ହେଲେ ଅତାବିରାର ଯୁବ ଶିକ୍ଷକ ଓମ୍ ପ୍ରକାଶ ପଣ୍ଡା

Posted by - November 17, 2021 0
ବରଗଡ/ଅତାବିରା:ନିଜ ଗାଁ ମାଁ ମାଟିକୁ ଛାଡି ସୁଦୁର ହରିୟାଣା କୁ ଯାଇ ଶିକ୍ଷକତା ବୃତ୍ତି କୁ ଆପଣେଇ ନେଇଥିବା ଅତାବିରା ର ଯୁବ ଶିକ୍ଷକ ଓମ୍ ପ୍ରକାଶ…

ଯାଜପୁର ବ୍ଲକ ପଣସା ପଂଚାୟତରେ ଲାଇପଂ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ  ଶିବିର

Posted by - February 17, 2020 49
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ବ୍ଲକ ପଣସା ପଂଚାୟତ ଭଗବାନ ନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ଲାଇପଂ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ  ଶିବିର ଅନୁଷ୍ଠିତ…

ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ

Posted by - July 8, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେକ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ଙ୍କ ପ୍ରତ୍ଯେକ୍ଷ…