Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଚାଷ କାମ ପାଇଁ ନିୟୋଜିତ ଟ୍ରାକ୍ଟର ଓଲଟି ନାବାଳକ ଡ୍ରାଇଭରର ଜୀବନଗଲା

74 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ମାଲିକଙ୍କ ବେପରୁଆ ମନଭାବ ଯୋଗୁଁ ତଥା ଲାଭ ଖୋର ମନୋବୃତି ଏବଂ ଡ୍ରାଇଭର ଅଭାବ ଯୋଗୁଁ ଟ୍ରାକ୍ଟର ମାଲିକ ମାନେ ଏବେ ଛୋଟ ଛୋଟ ବୟସର ନାବାଳକ ମାନଙ୍କୁ ଟ୍ରାକ୍ଟର ଚଳାଇବା ପାଇଁ ନିୟୋଜିତ କରୁଛନ୍ତି। ଏମିତିକି ଅନଭିଜ୍ଞ ତଥା ଗାଡ଼ି ଚଳାଇବା ବିଷୟରେ କିଛି ନ ଜାଣିବା ଦେଖିବାକୁ ମିଳୁଛି। ସେହିପରି ଆଜି ଚାଷ କାମ ପାଇଁ ନିୟୋଜିତ ହୋଇଥିଲା

ପଙ୍କଜ ସାହୁଙ୍କ ଟ୍ରାକ୍ଟର। ଦେସିଲ ଆଶା ଅଫିସ ପଛପଟେ ଭିକାରି ନାଗଙ୍କ ଜମିରେ କାଦୁଅ କରୁଥିବା ସମୟରେ ଟ୍ରାକ୍ଟର କାଦୁଅରେ ଭାସିଯିବାରୁ ଓଲଟି ପଡ଼ିଥିଲା,ତାକୁ ଚଲାଉଥିଲେ ନାବାଳକ ଡାକ୍ତର ସାହୁ, ପିତା ଗୋକୁଳ ସାହୁ ଦେସିଲ ନୂଆପଡାର। ଡ୍ରାଇଭିଂ ଲାଇସେନ୍ସ ନ ଥାଇ ଡ୍ରାଇଭର ରୂପେ ନିଁଯୁକ୍ତି କିପରି କଲେ ଗାଡ଼ି ମାଲିକ ? ମୃତ ନାବାଳକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି,

ଟ୍ରାକ୍ଟର ତଳେ ଚାପି ହୋଇଥିବା ମର ଶରୀରକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀର ଟିମ ଏକ ଯେସିବି ସାହାଯ୍ୟରେ ଉଦ୍ଧାର କରି ବ୍ୟବଛେଦ ପାଇଁ ସବଡ଼ିଭିଜନାଲ ଡ଼ାକ୍ତରଖାନାକୁ ପଠାଇଛନ୍ତି। ବ୍ୟବଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଦିନକୁ ଦିନ ଏହିଭଳି ଅନଭିଜ୍ଞ, ନାବାଳକ ମାନେ ଟ୍ରାକ୍ଟର ଚଲାଉଥିବା ଦେଖିବାକୁ ମିଳୁଛି, ଆର ଟି ଓ ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Related Post

ଥୁଆମୂଳ ରାମପୁର ବ୍ଲକର ପ୍ରଥମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ, ଯୋଗଦେଲେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି

Posted by - June 2, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ସ୍ଥିତ ସଭାଗୃହରେ ପ୍ରଥମ ପଞ୍ଚାୟତ ସମିତି…

ସ୍କୋର୍ପିଓ ଧକ୍କାରେ ଦୁଇ ଜଣ ଶିଶୁର ମୃତ୍ୟୁ

Posted by - June 28, 2020 0
ଅନୁଗୋଳ:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ଛେଣ୍ଡିପଦା-ଅନୁଗୋଳ ରାସ୍ତାର କଙ୍କରେଇ ନିକଟରେ ଏକ ସ୍କୋର୍ପିଓ ଧକ୍କାରେ ଦୁଇ ଜଣ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଶିଶୁ ଗୁରୁତର ହୋଇଛି…

ଅଚାନକ ଅନଗୁଳ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଙ୍କ ମୁଖ୍ୟ ମେଡିକାଲ ପରିଦର୍ଶନ

Posted by - October 13, 2019 0
ଅନୁଗୁଳ:(ମହେଶ ଭୋମରାଜ)ଆଜି ଅଚାନକ ଅନଗୁଳ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଅନଗୁଳ ମୁଖ୍ୟ ମେଡିକାଲ ପରିଦର୍ଶନ କରିଛନ୍ତି। ସେ ବିଭିନ୍ନ ୱାର୍ଡ ରେ ବୁଲିବା ସହ ରୋଗୀ ମାନଙ୍କ…

ଖପ୍ରାଖୋଲ ରେ ନିରନ୍ତର କୃଷି ସମ୍ପର୍କିତ ତାଲିମ ଶିବିର

Posted by - August 31, 2022 0
ଖପ୍ରାଖୋଲ: ୩୦/୦୮(ତାପସ ରଞ୍ଜନ ବେହେରା) ସ୍ଥାନୀୟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଏଫ୍ ଇ ଏସ ଭୁବନେଶ୍ୱର ତରଫରୁ ନିରନ୍ତର କୃଷି ସମ୍ପର୍କିତ ତାଲିମ…

କୋଷାଗୁମୁଡା ଠାରେ ଇଣ୍ଡିଆନ କ୍ରିଷ୍ଟିଆନ ଦିବସ ପାଳିତ

Posted by - July 6, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ଡ୍ରିମ ଇଣ୍ଡିଆ ପୂବ୍ଲିକସ୍କୁଲ ଠାରେ ଇଣ୍ଡିଆନ ଖ୍ରୀଷ୍ଟିଆନ ଦିବସ ପାଳିତ ହଇଯାଇଛି ! ଏହି ଅବସରରେ…