ସୋନପୁର:(ଅଜିତ କୁମାର ପୂଜାହାରି)ଅଗଷ୍ଟ ୧ ସମ୍ବଲପୁରୀ ଦିନ। ସମ୍ବଲପୁରୀ ଭାଷା ସାହିତ୍ୟ ଜନକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସକୁ ପ୍ରତ୍ୟେକ ବର୍ଷ ପଶ୍ଚିମ ଓଡିଶା ବାସୀ ସମ୍ବଲପୁରୀ ଦିନ ଭାବେ ପାଳନ କରି ଆସୁଛନ୍ତି l ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମମାଟି ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ବର୍ଷ ଧୁମ ଧାମରେ ପାଳିତ ହୋଇଛି ସମ୍ବଲପୁରୀ ଦିନ । ସୋନପୁର ସହରର ରୟାଲ ପଡିଆ ଠାରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୃତ୍ୟଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l କି କଳାକାର କି ପ୍ରଶାସନୀକ ଅଧିକାରୀ, ପିଲା ବୁଢା ସମସ୍ତେ ଆଜି ସମ୍ବଲପୁରୀ ଡ୍ରେସ ପିନ୍ଧି ନାଚ ଗୀତରେ ସାମିଲ ହୋଇଛନ୍ତି ।
ଆଜିିର ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୋଇଛନ୍ତି ସାରା ଜିଲ୍ଲାବାସୀ l ଏହି ଅବସରରେ ସ୍ଥାନୀୟ ରୟାଲ ପଡାଆଠାରେ ଗୁରୁ ସତ୍ୟନାରାୟଣ ବିହିଦାରଙ୍କ ସୃତିଚାରଣ ପାଇଁ ଏକ ସଭାର ଅୟୋଜନ ମଧ୍ୟ ହୋଇଥିଲା l ଏଥିରେ ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୁର୍ଯ୍ୟନାରାୟଣ ଦାସ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ବରେଶ ପଣ୍ଡା, ବିଶିଷ୍ଟ ସମ୍ବଲୁପୁରୀ କଳାକର ସାସ୍ବତ ତ୍ରିପାଠୀ, ସିନେ କଳାକାର ଡ ପୁରୁଶୋତ୍ତମ ମିଶ୍ର ଯୋଗଦେଇଥିଲେ । ଆଜି ଦିନ ପାଳନର ମୂଳ ଲକ୍ଷ୍ୟ ସମ୍ବଲପୁରୀ ଭାଷା, କଳା ସଂସ୍କୃତି, ସାହିତ୍ୟ, ପରମ୍ପରାକୁ ଅଧିକ ପ୍ରଚାର ଓ ପ୍ରସାର କରିବା। ଆଜି ଦିନସାରା ଖାଇବା ପିଇବା, ବସ୍ତ୍ର, ଗାଇବା, ନାଚିବା ଭାଷା ସସ୍କୃତି ସବୁ କିଛି ସମ୍ବଲପୁରୀରେ କରିବା ।
ପଶ୍ଚିମ ଓଡିଶା ସମସ୍ତ ଜିଲ୍ଲା ସମେତ ଏବେ ରାଜ୍ୟ ବାହାରେ ମଧ୍ୟ ସମ୍ବଲପୁରୀ ଦିନ ପାଳନ କରାଯାଉଛି। ୧୯୧୩ ମସିହାରେ ଅଗଷ୍ଟ ୧ ତାରିଖ ସୋନପୁର ଜିଲ୍ଲାରେ ଗୁରୁ ସତ୍ୟନାରାୟଣ ବହିଦାର ଜନ୍ମ ଗ୍ରହଣ କରିଥିଲେ । ସେ ସମ୍ବଲପୁରୀ ଭାଷା ସାହିତ୍ୟରେ ଲେଖନୀ ଚାଳନା ସହିତ ଏହାର ପ୍ରଚାର ପ୍ରସାର ଦିଗରେ ଅଧିକ ଗୁରୁତ୍ବ ଦେଇଥିଲେ । ତେଣୁ ଜନ୍ମଦିନର ଶତବାର୍ଷିକ ଅବସରେ ୨୦୧୩ରୁ ସାରା ପଶ୍ଚିମାଞ୍ଚଳରେ ଏହି ଦିବସ ପାଳନ ହୋଇଆସୁଛି।