ଓଡିଶା – ତାମିଲନାଡୁ ଆନ୍ତଃ ରାଜ୍ୟ ସାଂସ୍କୃତିଜ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ

77 0

ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଭୁବନେଶ୍ୱର ତାମିଲ ସଙ୍ଗମ ଆନୁକୂଲ୍ୟରେ ଓ ତାମିଲନାଡୁ ସରକାରଙ୍କ ନୃତ୍ୟ, ସଂଗୀତ ଓ ନାଟକ ଏକାଡେମୀ ସହଯୋଗରେ ଆଜି ଏହାର ୩୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସ୍ୱାଧୀନତା ସଂଗ୍ରାମୀ ତଥା ତାମିଲ ବିପ୍ଳବୀ କବି ସୁବ୍ରମଣ୍ୟମ ଭାରତୀଙ୍କ ଶତାବର୍ଷିକ ଶ୍ରାଦ୍ଧଦିବସ ଓ ତାମିଲ ପଣ୍ଡିତ ମାରାମଲେଇ ଆଡିଗଲଙ୍କ ଜନ୍ମଦିନ ନୟାପଲ୍ଲୀ ଭିଆପି କଲୋନୀ ନିଜସ୍ୱ ପରିସରରେ ମହାସମାରୋହର ସହ ପାଳିତ ହୋଇଯାଇଅଛି l ତାମିଲ ସଙ୍ଗମର ସଭାପତି ଶ୍ରୀ ଏସ. ଦୁରେଇସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ତାମିଲନାଡୁ ସରକାରଙ୍କ ନୃତ୍ୟ, ସଂଗୀତ ଓ ନାଟକ ଏକାଡେମୀର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର, ମୁଖ୍ୟ ବକ୍ତାଭାବେ ତାମିଲନାଡୁର ବିଶିଷ୍ଟ ଶିକ୍ଷାବିତ ପଣ୍ଡିତ ଶ୍ରୀମତୀ ଉଲଗାନାଏଗି, ଏବଂ ସମ୍ମାନିତ ଅତିଥି ଭାବେ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡ଼. ମୁରୁଗେସନ ଯୋଗ ଦେଇଥିଲେ l

ପ୍ରଦୀପ ପ୍ରଜ୍ବଳନ ସହ ଭାରତ ନାଟ୍ୟମ ନୃତ୍ୟ ପରିବେଷଣ ସହିତ ସମାରୋହ ଆରମ୍ଭ ହୋଇଥିଲା l ଭୁବନେଶ୍ୱର ତାମିଲ ସଙ୍ଗମର ସାଧାରଣ ସମ୍ପାଦକ ଶ୍ରୀ ଟି.ବି.ଟି ଆନସାରୀ ସ୍ୱାଗତ ଭାଷଣ ଦେବ ସହ ସମାରୋହ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ତାମିଲ ଆଉ ଓଡିଶା କଳା, ସାହିତ୍ୟ ଓ ସଂସ୍କୃତି ମଧ୍ୟରେ ସାମଞ୍ଜସ୍ୟ ରହିଛିl ଉନ୍ନତ ଓ ଅଭିବୃଦ୍ଧିଶୀଳ ଓଡିଶା ଗଠନରେ ଓଡ଼ିଆ ତାମିଲଙ୍କର ଅବଦାନ ରହିଛି ବୋଲି ପ୍ରକାଶ କରିଥିଲେ l ମୁଖ୍ୟ ବକ୍ତା ଶ୍ରୀମତୀ ଉଲଗାନାଏଗି ତାଙ୍କ ବକ୍ତବ୍ୟରେ ମାତୃଭାଷାର ବିକାଶ ବିନା ମଣିଷର ବିକାଶ ଚିନ୍ତା କରିବା ଅସମ୍ଭବ l ଯେଉଁ ରାଜ୍ୟର ମାତୃଭାଷା ଯେତେ ବିକଶିତ ସେହି ରାଜ୍ୟ ସେତେ ଉନ୍ନତ ବୋଲି ପ୍ରକାଶ କରିଥିଲେ l ପ୍ରାଗ ଏୈତିହାସିକ କାଳରୁ ଓଡ଼ିଆ ଓ ତାମିଲ ଭାଷାର ସାମଞ୍ଜସ୍ୟ ରହିଛି ବୋଲି ପ୍ରକାଶ କରିଥିଲେ l

ତାମିଲ ଭାଷାର ଅନେକ ସାହିତ୍ୟ ଏବେ ଓଡ଼ିଆରେ ଅନୁବାଦ କରାଯାଇଛି ଓ ଓଡ଼ିଆ ଭାଷାର ଗ୍ରନ୍ଥ ମଧ୍ୟ୍ୟ ତାମିଲକୁ ଅନୁବାଦ ହୋଇଛି ବୋଲି କହିଥିଲେ l ତାମିଲ ସଙ୍ଗମ ର ସଭାପତି ଶ୍ରୀ ଦୁରାଇସ୍ୱାମୀ ଓ ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦ୍ୟସ୍ୟ ସଚିବ ଶ୍ରୀ ମୁରୁଗେସନ ଉପସ୍ଥିତ ଅତିଥି ଓ କଳାକାରମାନଙ୍କୁ ସମ୍ମାନିତ କରିଥିଲେ l ତାମିଲ ସଙ୍ଗମର ପୂର୍ବତନ ସାଧାରଣ ସମ୍ପାଦକ ଏନ. କାଶୀନାଥନ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ତାମିଲନାଡୁର ୩୫ ଜଣ ଲବ୍ଧପ୍ରତିଷ୍ଠିତ କଳାକାରମାଙ୍କ ଦ୍ୱାରା ଭାରତ ନାଟ୍ୟମ, ଲୋକ ନୃତ୍ୟ ସମର୍ଥନ କଳା, ସଂଗୀତ ଓ ବାଦ୍ୟ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ତାମିଲ ସଙ୍ଗମର ଅନନ୍ତ ରମଣ, ଏମ.ଜି ରାଜା,ଭାରତୀ ପ୍ରିୟନ, ସଚ୍ଚିଦାନନ୍ଦମ,
ଶିବ ସେନଥିଲ, ରମେଶ ବାବୁ, ବିଜୟ ନାଥନ ଓ ତାମିଲ ସଙ୍ଗମର ମହିଳା ସଂଗଠନ ପରିଚାଳନା କରିଥିଲେ l

Related Post

ଶ୍ରୀଜିଉଙ୍କୁ ଦର୍ଶନ କଲେ ଅଭିନେତ୍ରୀ ମନୀଷା କୋଇରାଲା

Posted by - December 5, 2018 0
ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା। ଅାଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ମଙ୍ଗଳ ଅାଳତୀ ଦର୍ଶନ କରିଛନ୍ତି ମନୀଷା। ମନିଷାଙ୍କ ସହ…

ଦିଲ୍ଲୀ ଗସ୍ତରୁ ଫେରିଲେ କଳାହାଣ୍ଡିର ବଜlସlଲ ଦଳ

Posted by - January 31, 2021 0
କଳାହାଣ୍ଡି:ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ କଳାହାଣ୍ଡିର ବଜାସlଲ ଦଳ ବାଜା କମାଲ ରେ ଦୁଲକାଇ ଦେଇଥିଲl ସେ ଦିନ ସାରା ବିଶ୍ୱ ଦେଖିଥିଲା କଳାହାଣ୍ଡିର…

ବୌଦ୍ଧ ବ୍ଲକରେ କଳାକାର ମାନଙ୍କର ଚୟନ ପ୍ରକ୍ରିୟା

Posted by - December 18, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ରେ ଆବେଦନକାରି ଙ୍କ ସାମର୍ଥ୍ୟ ପରୀକ୍ଷା ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ପରିସର ରେ ଅଦ୍ୟ ତା.17.12.2021 ରିଖ ଦିନ…

ସୋସିଆଲ୍‌ ମିଡିଆରେ ବୁଲିଲା ଜମ୍ପ୍‌ ଭୁବନେଶ୍ବର ଚ୍ୟାଲେଞ୍ଜ୍‌ JumpForBhubaneswarChallenge is breaking the Internet!

Posted by - December 4, 2018 0
ଭୁବନେଶ୍ବର : ସୋସିଆଲ୍‌ ମିଡିଆରେ ଜମ୍ପ୍‌ ଫର୍‌ ଭୁବନେଶ୍ବର ଚ୍ୟାଲେଞ୍ଜ୍‌ର ସୁଅ ଛୁଟିଛି। ହକି ବିଶ୍ବକପ୍‌ ଅବସରରେ କଳାକୃତି ସହରର ଚିତ୍ର ବଦଳାଇ ଦେଇଥିବା ବେଳେ ଏହାକୁ…