ତେଲେନପାଲି ରେ ସ୍ୱୟଂ ସହାୟକ ଦଳ ଦକ୍ଷତା ବିକାଶ ତାଲିମ ଶିବିର

84 0

ଖପ୍ରାଖୋଲ: ୨୭/୦୭(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦେବଦତ୍ତ କ୍ଲବ ଏବଂ ନାବାର୍ଡ ବଲାଙ୍ଗିର ସହାୟତା ରେ ସ୍ୱୟଂ ସହାୟକ ଗୋଷ୍ଠୀର ଦକ୍ଷତା ବୃଦ୍ଧି ତାଲିମ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି ।

ଦେବାଦତ୍ତ କ୍ଲବ ସମ୍ପାଦକ କାହ୍ନୁ ଚରଣ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ ଶିବିର ରେ ମୁଖ୍ୟ ଅତିଥି ରୁପେ ବଲାଙ୍ଗିର ନାବାର୍ଡ ଡିଡିଏମ୍ ଲକ୍ଷ୍ମଣ ସାଏ ଯୋଗଦେଇଥିବା ବେଳେ ତାଲିମ ଦାତା ରୁପେ ଏଫ.ଏଲ.ସି ଓମପ୍ରକାଶ ମୁଣ୍ଡ , ଖପ୍ରାଖୋଲ ୟୁ.ଜି.ବି ମ୍ୟାନେଜର ଜଗଦୀଶ ପଣ୍ଡା , ଓ.ଏଲ.ଏମ ବିଏଲ ସି ପ୍ରଶାନ୍ତ ନନ୍ଦ ପ୍ରମୁଖ ଯୋଗଦେଇ ଆର୍ଥିକ ଅନ୍ତର୍ଭୁକ୍ତି ,ଆର୍ଥିକ ସାକ୍ଷରତା , ଏସ.ଏଚ.ଜି ର ପଞ୍ଚସୁତ୍ରି ,ବିଭିନ୍ନ ସରକାରୀ ଯୋଜନା, ଆର୍ଥିକ ବିକାଶ ଉପରେ ତାଲିମ ପ୍ରଦାନ କରିଥିଲେ ।

ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ସୁଖୀରାମ ସାଣ୍ଢ, ସରପଞ୍ଚ ଶକୁନ୍ତଳା ବେହେରା , ଏମ.ବି.କେ ଲୁଭାବତୀ ଧରୁଆ ସମେତ ଜି.ପି.ଏଲ.ଏଫ ଓ ସି. ଏଲ. ଏଫ ସଦସ୍ୟ ସମେତ ଏସ ଏଚ ଜି ମହିଳା ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ କୁ ଅଭୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଟେକେନ୍ଦ୍ର ଜାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ପ୍ରାକୃତିକ ବିପର୍ଯ୍ୟୟକୁ ଲାଘବ ନିମନ୍ତେ ସମସ୍ତଙ୍କର ସହଯୋଗ ଅପରିହାର୍ଯ୍ୟ

Posted by - June 22, 2020 35
ଯାଜପୁର:ତା ୧୯ା୬ :(ଆନନ୍ଦ ଚନ୍ଦ୍ର ସାହୁ ) ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷରେ ଜିଲ୍ଳ୍‌ା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା ।…

ଯାଜପୁର ଡି ଆର ଡି ଏ ସମ୍ମିଳନୀ କକ୍ଷରେ “ଶକ୍ତି ପରମ୍ପରା ରେ ବିରଜା ” ପୁସ୍ତକ ଉନ୍ମୋଚିତ

Posted by - August 2, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଡି ଆର ଡି ଏ ସମ୍ମିଳନୀ କକ୍ଷରେ “ଶକ୍ତି ପରମ୍ପରା ରେ ବିରଜା ” ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ବିରଜା…

କରୋନା ଯୋଗୁ ଜିଲ୍ଲାରେ କୌଣସି ପୂଜା, ଯାନିଯାତ୍ରା କରାଯାଇ ପରିବ ନାହିଁ :ଯାଜପୁର ଜିଲ୍ଲାପାଳ

Posted by - April 12, 2020 0
ଭୁବନେଶ୍ୱର: ୧୨/୪: କରୋନା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍ ଲାଗୁକରାଯାଇଥିବା ପରି ପ୍ରେକ୍ଷୀରେ ସମସ୍ତ ର୍ଧାମିକ ଓ ସାଂସ୍କୃତିକ ଅନୁଷ୍ଠାନକୁ ବାରଣ କରାଯାଇଛି । କେବଳ ବିଧିରକ୍ଷା…

ଡପଲର ରାଡାରରୁ ଜଣାପଡିଲା ବାତ୍ୟାର ଆଖି,ଏହାର ଆକାର ଜାଣନ୍ତୁ

Posted by - May 25, 2021 0
ବାତ୍ୟାର କେନ୍ଦ୍ର ସ୍ଥଳରେ ହିଁ ଆଖି ରହିଥାଏ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅତି ଭୀଷଣ ରୂପ ଧାରଣ କରି ଓଡିଶା ମୁହାଁ ହେଉଛି ।…

ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Posted by - October 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ସାନ କୁଝାଲା ଗାଁ ରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ…