Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ହାତା ହାତୀ , ଟାଙ୍ଗିଆରେ ହାତ କାଟି ଦେଲା ସମ୍ପର୍କୟ ଭାଇ

90 0

ପାଟଣାଗଡ଼ :(ତାପସ ରଞ୍ଜନ ବେହେରା) ପାଟଣାଗଡ଼ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ପଞ୍ଚାୟତ ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ଯରେ ଗଣ୍ଡୋଗଲ ରେ ଜଣେ ଭାଇଙ୍କ ହାତ କାଟି ଦେଇ ଥିବା ଜଣାପଡିଛି। ପ୍ରାପ୍ତ ସୂଚନା ମୁତାବକ ମଙ୍ଗଳବାର ଦିନ ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ଯ ରେ ହାତାହାତି ହୋଇଥିଲା । ସନ୍ତୋଷ ଧରୁଆ ଓ ତାଙ୍କ ପୁଅ ନବୀନ ଧରୁଆ ନିଜ ଜମି ରେ ଚାଷ କରୁଥିବା ସମୟରେ ତାଙ୍କ ସମ୍ପର୍କୀୟ ଭାଇ କଲାକାହ୍ନୁ ମାଝି, ଡିଲେ ମାଝି, ଚମାର ମାଝି ଓ ଅନନ୍ତ ମାଝି ଚାଷ ଜମି ନିକଟକୁ ପହଞ୍ଚି ଥିଲେ। ଏହା ପରେ ସେମାନେ ଆତର୍କିତ ଭାବରେ ଟାଙ୍ଗିଆରେ ସନ୍ତୋଷ ଉପରେ ଆକ୍ରମଣ କରିଥିଲେ।

କଲାକାହ୍ନୁ, ଡିଲେ, ଚମାର ଓ ଅନନ୍ତ ୪ ଜଣ ମିସି ସନ୍ତୋଷ କୁ ଯାବୁଡି ଧରି ଟାଙ୍ଗିଆରେ ଡାହାଣ ହାତ କାଟି ଦେଇଥିଲେ। ଘଟଣାସ୍ଥଳରୁ ପରିବାର ଲୋକେ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ । ଚିକିତ୍ସା ଧିନ ଅବସ୍ଥାରେ ସନ୍ତାଷଙ୍କ ସ୍ବାସ୍ଥ୍ଯ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନନ୍ତର କରାଯାଇଥିଲା । ହେଲେ ଆମ୍ବୁଲାନ୍ସ ଯୋଗେ ରାସ୍ତାରେ ଯିବା ସମୟରେ ସନ୍ତୋଷ ଙ୍କ ମୃତ୍ୟୁ ହୋଇ ଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଉକ୍ତ ହତ୍ୟା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ପାଟଣାଗଡ଼ ପୁଲିସ ଅଟକ ରଖି ଅଧିକ ତଦନ୍ତ କରୁଥିବା ଥାନା ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କ ସୂଚନା ଦେଇଛନ୍ତି ।

Related Post

କଣ୍ଟାମାଳ ଠାରେ ସବଜେଲ ପାଇଁ ଦାବି

Posted by - October 17, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ର ଆଭ୍ୟନ୍ତରୀଣ ଅଞ୍ଚଳ କଣ୍ଟମାଳ ବ୍ଳକ । ଯେଉଁଠାରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧିକ କାଯ୍ୟକଳାପ। ଏହାକୁ ଦୁଷ୍ଟି ରେ ରଖି…

ଚିକିତ୍ସା ପାଇ ଅର୍ଥ ସାଜିଛି ବାଧକ

Posted by - August 12, 2021 0
ଭୁବନେଶ୍ୱର:(ସନ୍ତୋଷ ରାଉତ )ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁଙ୍କୁ ନେଇ ଆସେ।ବୋହୁ ଚାଲିଗଲା ପରେ ମାନସିକ ଭାରସାମ୍ୟ ହରାଇ ବସିଲା ପୁଅ।ପୁଅ ହାତଗୋଡ଼ ଶିକୁଳିରେ ବାନ୍ଧିଦେଇଛନ୍ତି ବାପା…

ସାବଧାନ! ବଜାରରେ ମିଳୁଛି ପ୍ଲାଷ୍ଟିକ୍ ଅଟା !ଅଟା ନୁହେଁ, ପ୍ଲାଷ୍ଟିକ ଗୁଣ୍ଡ

Posted by - September 27, 2019 79
ଭଦ୍ରକ: ବଜାରରେ ପ୍ଲାଷ୍ଟିକ୍‌ ଅଣ୍ଡା, ପ୍ଲାଷ୍ଚିକ୍‌ ଚାଉଳ ପରେ ଏବେ ପ୍ଲାଷ୍ଟିକ୍‌ ଅଟାକୁ ନେଇ ଚର୍ଚ୍ଚା। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ।ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ…

ପୁଣି ଚମକିଲେ ଓଡିଆ ହକି ତାରକା ଦିଲ୍ଲୀପ ତିର୍କୀ ହେଲେ ହକି ଇଣ୍ଡିଆର ସଭାପତି

Posted by - September 23, 2022 0
ଭୁବନେଶ୍ବର (ବ୍ୟୁରୋ) :  ପୁଣି ଚମକିଲେ ଓଡିଆ ହକି ତାରକା ଦିଲ୍ଲୀପ ତିର୍କୀ ହେଲେ ହକି ଇଣ୍ଡିଆର ସଭାପତି । ଜାତୀୟ ସ୍ତରରେ ଓଡ଼ିଶାକୁ ଗୋଟିଏ ପରେ…