Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଆଦିବାସୀ ସମନ୍ବୟ ସମିତି ପକ୍ଷରୁ ଦୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିତ

117 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ) କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ସମନ୍ବୟ ସମିତି ଦେଢେଣମାଳ ପକ୍ଷରୁ ଅଧ୍ୟକ୍ଷ ସାମନ୍ତ ମାଝୀଙ୍କ ତତ୍ତ୍ବାବଧାନରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିତ ହୋଇଯାଇଛି । ଦୌପଦୀ ମୁର୍ମୁ ଓଡିଶା ପାଇଁ ଗର୍ବ ଓ ଗୌରବ ବୋଲି ଆଦିବାସୀମାନେ ମତବ୍ୟକ୍ତ କରିଛନ୍ତି । ଓଡିଶାର ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ କରିବା ଲାଗି ଏକ ଐତିହାସିକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏବଂ ଓଡିଶା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଦୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଆଦିବାସୀମାନେ ଉଲ୍ଲସିତ ହୋଇ ବିଜୟ ଉତ୍ସବ ପାଳନ କରିଥିଲେ । ମା’ କନ୍ଧେନବୁଢି ଏବଂ ଆଦିମାତା, ଆଦିଶକ୍ତିଙ୍କ ନିକଟରେ ପୂଜାଚ୍ଚନା କରି ଶ୍ରୀମତୀ ମୁର୍ମୁଙ୍କ ଦୀର୍ଘ ନିରାମୟ କାମନା ପୂର୍ବକ ପାରଂପରିକ ବାଦ୍ୟ ନାଚଗୀତ ସହ ଗ୍ରାମ ପରିକ୍ରମା କରି ବିଭିନ୍ନ ସ୍ଥାନରେ ଆତସବାଜି ଫୁଟାଇବା ସହ ଲୋକମାନଙ୍କ ମଧ୍ୟରେ ଲଡୁ ବଣ୍ଟନ କରିଥିଲେ । ଘାସୀରାମ ପୁଟା, ଧର୍ମୁ କଅଁର, ସୁଶିଲ ଝାଙ୍କର, ବଂଶୀଧର ମାଝୀ, ରାଜେନ୍ଦ୍ର ଭୋଇ, କନିଷ୍ଠ ଭୋଇ, ଯୁଗଲାଲ ମାଝୀ, ରାଧାକାନ୍ତ ଭୋଇ, ଦସ୍ରାନ୍ତ ଭୋଇ, କାହ୍ନୁଚରଣ ଭୋଇ ପ୍ରମୁଖ କର୍ମକର୍ତ୍ତା ସମେତ ବହୁ ସଂଖ୍ୟାରେ ଆଦିବାସୀ ଯୋଗ ଦେଇଥିଲେ ।

Related Post

 କେନ୍ଦୁଝର ଜିଲ୍ଲାରେ ଜଣେ ସନ୍ଦିଗ୍ଧ କରୋନା ଆକ୍ରାନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି

Posted by - March 5, 2020 0
କେନ୍ଦୁଝର:4/03(ସୀତାରାମ ଦୀକ୍ଷିତ) ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ସନ୍ଦିଗ୍ଧ ଜଣଙ୍କ ଜଣେ ସେନା କର୍ମଚାରୀ ହୋଇଥିବା ବେଳେ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଭାରତର ବୀର ସୁପୁତ୍ର CDS ଜେନେରାଲ ବିପିନ ରାୱତ ଙ୍କ ଶେଷ କୃତ୍ୟ

Posted by - December 10, 2021 0
ନୂଆଦିଲ୍ଲୀ/ଭୁବନେଶ୍ବର :(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶକୁ ହତ ଚକିତ, ସ୍ତବ୍ଧ କରିଥିବା ବାୟୁ ସେନା ର ଅତ୍ୟାଧୁନିକ ହେଲିକପ୍ଟର ଦୁର୍ଘଟଣାରେ ଭାରତ ର CDS ବିପିନ…

ପ୍ରେସ ଫ୍ରିଡମ ଡ଼େ ରେ ସାମ୍ବାଦିକ ଙ୍କୁ ଫରେଷ୍ଟ ଗାର୍ଡଙ୍କ ଆକ୍ରମଣ

Posted by - May 3, 2020 0
ପୁରୀ:(ସମୀର ରଞ୍ଜନ ନାୟକ)କରୋନା ଭୟ ଭିତରେ ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକମାନେ ଆକ୍ରମଣର ଶୀକାର ହେବା ଭଳି ଘଟଣା ସାମ୍ନାକୁ ଆସିଛି । ଏହି ଆକ୍ରମଣ…

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିରୋଧ

Posted by - November 3, 2021 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ମମିତା ହତ୍ୟାକାଣ୍ଡ ରେ ବିବାଦୀୟ ହୋଇ ପଡିଥିବା ରାଜ୍ଯ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନିଜକୁ…

ଏଲ୍ ଆର୍ ଲ କଲେଜ ସମସ୍ୟା ଦୁର ହେବ କେବେ:- ଆଲୁମିନି ଆସୋସିଏସନ

Posted by - December 26, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଜି ସମ୍ବଲପୁର ଏଲ୍ ଆର୍ ଲ କଲେଜ ର ସର୍ବାଙ୍ଗୀନ ବିକାଶ ସହ କଲେଜ ଯେଉଁ ପଙ୍ଗୁ ଅବସ୍ଥାରେ ଅଛି ତାହାକୁ ସୁଧାର କରିବାକୁ ଦାବି…