Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ସମ୍ବଲପୁର ଜିଲ୍ଲା ରେ ଅର୍ଦ୍ଧଶତକ ଛୁଇଁଲା ଦୈନିକ କୋଭିଡ କେସ ,କୋଭିଡ ନିଅନ୍ତ୍ରିଣ ପାଇଁ ମହାନଗର ନିଗମ ଯାରି କଲା ନୂତନ ଗାଇଡ୍‌ଲାଇନ୍‌

86 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ରେ କିଛି ମାସର ବ୍ୟବଧାନ ପରେ ଏବେ ପୁଣି ଧୀରେ ଧୀରେ କରୋନା ଗ୍ରାଫ ବଢି ବଢି ଚାଲିଛି। ଏହାକୁ ଆଖି ଆଗରେ ନୂତନ ଗାଇଡ଼ଲାଇନ ଜାରିକଲା ଏସଏମସି । ଏନେଇ ସମ୍ବଲପୁର ମହାନଗର ନିଗମ ତରଫରୁ ମହାନଗର ନିଗମ ଅଞ୍ଚରେ ପୁଣି ଥରେ ମାସ୍କ ବ୍ୟବହାର କୁ ବାଧ୍ୟତାମୂଳକ କରାଯିବା ନେଇ ନିଦ୍ଦେର୍ଶନାମା ଯାରି କରାଯାଇଛି । ଯେ ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି ସମ୍ବଲପୁର ମହାନଗର ନିଗମ । ଗତ କିଛି ଦିନ ହେବ ସମ୍ବଲପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ହଠାତବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ସମ୍ବଲପୁରମହାନଗର ନିଗମ (ଏମଏମସି) ଅଧୀନ ସଂକ୍ରମଣ ଅଞ୍ଚଳରେ ହାର ଅଧିକ ରହିଛି। ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲାରେ କରୋନା ସଂଖ୍ୟା ବଢିବାରୁ ।

ଏହାକୁ ନଜରରେ ରଖି ଏସଏମସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ସହରର ଜଳଖିଆ ଦୋକାନ ଠାରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ କୌଣସି ସ୍ଥାନରେ ଭିଡ଼ ନ କରିବାକୁ କୁହାଯାଇଛି। ଅଧିକ ଭିଡ ହେଲେ ଯଥା ସମ୍ଭବ ପାର୍ସଲ ବ୍ୟବସ୍ଥା କରିବାକୁ କୁହାଯାଇଛି। ତା ସହିତ ସପିଂ ମଲ୍ ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକରେ ସାମାଜିକ ଦୂରତା ଏବଂ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏହା ସହିତ ପ୍ରବେଶ ଦ୍ବାରରେ ଥର୍ମାଲ ସ୍କାନି କରିବାକୁ କୁହାଯାଇଛି । ସିନେମା ହଲ, ପ୍ରେକ୍ଷାଳୟ ଆଦି ସ୍ଥାନରେ ମଧ୍ୟ ମାସ୍କ ବ୍ୟବହାର କୁ ବାଧ୍ୟତାମୂଳକ କରାଯାଇଛି। ଏସବୁ ନିୟମ ଉଲ୍ଲଙ୍ଘନ କଲେ ଅମାନିଆ ଙ୍କ ବିରୋଧରେ ନିୟମ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଳି ଏସଏମସି ପକ୍ଷରୁ କୁହାଯାଇଛି। ତେବେ ସହର ରେ ଲଗାତାର ଭାବରେ ବଡୁଥିବା କୋଭିଡ ସଂକ୍ରମଣ ପାଇଁ ମହାନଗର ନିଗଭ ତରପରୁ ନିଆଯାଇଥିବା ଆଗୁଆ ପଦକ୍ଷେପ କୁ ସହରବାସୀ ସ୍ୱାଗତ କରିଛନ୍ତି ।

Related Post

ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପ୍ରକୋଷ୍ଠରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ୭୩ ମାମଲା

Posted by - April 25, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ ) ସୋମବାର ଦିନ ସକାଳ ୮ ଟାରୁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ…

ଐତିହାସିକ ସ୍ଥଳି ଉନ୍ନତି ଦାବି

Posted by - January 11, 2022 0
ସୋନପୁର:(ଅଜିତ କୁମାର ପୁଝାରୀ)ସୋନପୁର ସହରର ସଚେତନ ନାଗରିକ ଙ୍କୁ ନେଇ ସିତାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ…

ଅଟୋ ଚାଳକ ଙ୍କୁ ସାହାଯ୍ୟ ର ହାତ ବଢାଇଲେ ବରୀ ବିଧାୟିକା

Posted by - May 8, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ଭାବେ ବଢି ଚାଲିଥିବା ବେଳେ ଜିଲ୍ଲାରେ ପ୍ରାୟ ଗତ ଦେଢ ମାସ ହେବ ଲକଡାଉନ୍ ସ୍ଥିତି…

ବାରିକ ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାପାଳ ଙ୍କୁ ଦାବି ପତ୍ର

Posted by - June 8, 2020 0
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ପାଇଁ ସବୁ ଆଡେ ଲକ ଡାଉନ ଜାରି ରହିଥିବା ବେଳେ ସେଲନ ଗୁଡିକୁ ଖୋଲିବା ପାଇଁ ଅଦ୍ୟାବଧି ଅନୁମତି ମିଳିନାହିଁ। ଫଳରେ…