ଡାଇରିଆ ରେ ପୀଡିତ ଲୋକଙ୍କୁ ବିଂଛଣା, ପୋଟୀ ଓ ସୁଖା ଖାଦ୍ୟ ବାଣ୍ଟିଲେ ମାଇଁକଞ୍ଚ ସରପଞ୍ଚ

133 0

କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଇଁକଞ୍ଚ ପଞ୍ଚାୟତର କାକିଡୀ ପଦର ଗ୍ରାମରେ ଡାଇରିଆ ର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି , ଗ୍ରାମର ପ୍ରାୟ ୧୧ ଜଣ ବ୍ୟକ୍ତି ଏହି ଡାଇରିଆ ରେ ଆକ୍ରାନ୍ତ ହୋଇ ଗତକାଲି ରୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ତୁରନ୍ତ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଏକ ଡ଼ାକ୍ତରୀ ଦଳ ଉକ୍ତ ଗ୍ରାମକୁ ପହଞ୍ଚିଥିଲେ ।

ମାଇଁକଞ୍ଚ ସରପଞ୍ଚ ମସ୍ତରାମ ମାଝୀ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଖୁଫ ଲାଲ ନାଏକଙ୍କ ସମେତ କିଛି ସମାଜ ସେବୀ ବ୍ୟକ୍ତିଙ୍କ ସହଯୋଗ ରେ କାକିଡୀ ପଦର ଗ୍ରାମରେ ଲୋକଙ୍କୁ ଡାଇରିଆ ତଥା ଝାଡା ବାନ୍ତି ରୁ ବଞ୍ଚିତ ହେବାର ଏକ ସଚେତନତା ଅଭିଯାନ ଆରମ୍ଭ କରିଥିଲେ।
ଏବଂ ଡ଼ାକ୍ତରୀ ଦଳକୁ ସହଯୋଗ କରିଥିଲେ ।

ଗତକାଲି କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଝାଡା ବାନ୍ତି ରେ ଆକ୍ରାନ୍ତ ୧୧ ଲୋକଙ୍କୁ ଚିକିତ୍ସିତ ସମୟରେ ମାଇଁକଞ୍ଚ ସରପଞ୍ଚ ଶ୍ରୀ ମସ୍ତରାମ ମାଝୀ ବିଂଛଣା, ପୋଟି ଓ କିଛି ସୁଖା ଖାଦ୍ୟ ବଣ୍ଟନ କରିଥିଲେ ।ଏହି ପରିପେକ୍ଷିରେ ଡାକ୍ତର ଶ୍ରୀ ଜନ୍ମଞ୍ଜୟ ଦାସ ଉପସ୍ଥିତ ଥିଲେ । ଏହି ପରି ମୁହୂର୍ତ୍ତରେ ପୂର୍ବତନ ମାଇଁକଞ୍ଚ ସରପଞ୍ଚ କଗେଶ୍ୱର ମୁଦୁଲି କୋଟାଳି, ମୀନକେତନ ମୁଦୁଲି କୋଟାଳି, ଏବଂ ରାଜେନ୍ଦ୍ର ନାଏକ ମାଇଁକଞ୍ଚ ସରପଞ୍ଚଙ୍କୁ ସହଯୋଗର ହାତ ବଢ଼ାଇ ଥିଲେ ।

Related Post

ନବରଙ୍ଗପୁର ଲାୟନ୍ସକ୍ଳବ ପକ୍ଷରୁ ୧୦ଟି ଅକ୍ସିଜେନ ସିଲିଣ୍ତର ଅର୍ପଣ

Posted by - June 11, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)  ନବରଙ୍ଗପୁର ଲାୟନ୍ସକ୍ଳବ ପକ୍ଷରୁ ୧୦ ଟି ଅକ୍ସୀଜେନ ସିଲେଣ୍ତର କୋରନା ରୋଗୀଙ୍କ ସହାୟତା ପାଇଁ  ଲାୟନ୍ସ ଆଇ ଭି କଟେଶ୍ୱର ରାଓ ଭି…

ଶିକ୍ଷୟିତ୍ରୀଙ୍କୁ ଜାତୀୟ ସ୍ତରୀୟ ଟ୍ରେନର ରୂପେ ସ୍ୱିକୃତି

Posted by - November 21, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ରସୁଲପୁର ବ୍ଲକ ଅନ୍ତର୍ଗତର ହରିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଇକୋକ୍ଲବ ଇନ୍ଚାର୍ଜ ଗାୟତ୍ରୀ ନାୟକଙ୍କୁ ଭାରତ ସରକାରଙ୍କ ପରିବେଶ, ଗଙ୍ଗଲ…

ମାଥିଲି ନୋଡାଲ ଅଫିସରଙ୍କ ଉଦାରତା

Posted by - September 2, 2021 0
ମାଥିଲି:(ଅବଦୁଲ ଗନି)ଷାଠିଏ ବର୍ଷର ମହିଳା ଶୁକ୍ରି ବାଗରକାରିଆ ପ୍ରାୟ ଚାଲିବାରେ ଅକ୍ଷମ ।  ବିଜୁ ସ୍ବାସ୍ଥ୍ୟ କାର୍ଡ ଗ୍ରହଣଶକରିବା ପାଇଁ ରାଙ୍ଗିନିଗୁଡାରୁ ପ୍ରାୟ ପାଞ୍ଚ କିଲୋମିଟର ସମସ୍ତେ…

ମାନବିକତାର ପରିଚୟ ଦେଇ ଚର୍ଚ୍ଚା ରେ ଖଡ଼ିଆଳ ଥାନା ଆଇଆଇସି

Posted by - November 17, 2021 0
ନୂଆପଡ଼ା:(ମେଘନାଦ ନାଏକ)ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀପୁର ଗ୍ରାମର ମାଆ ବାପା ଛେଉଣ୍ଡ 28 ବର୍ଷିଆ ବେସାହାରା ଯୁବତୀ ଲଲିତା ହରପାଲ ପାଖକୁ ପହଞ୍ଚିଳେ ଖଡ଼ିଆଳ ଥାନା…