Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଏନ୍ ଡି ଏ ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କ ଦିନିକିଆ ଓଡିଶା ଗସ୍ତ : ଲୋଡ଼ିଲେ ବିଜୁ ଜନତା ଦଳ ବିଧାୟକ ଓ ସାଂସଦ ଙ୍କ ସମର୍ଥନ

114 0

ଭୁବନେଶ୍ଵର :- ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନ୍ ଡି ଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ଶୁକ୍ରବାର ଦିନିକିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ଵର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦର ଠାରେ ପହଞ୍ଚିବା ପରେ ତାଙ୍କୁ ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା l ପରେ ଶ୍ରୀମତି ମୁର୍ମୁ ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଜ୍ୟକ୍ରମରେ ବିଜୁ ଜନତା ଦଳ ବିଧାୟକ ଓ ସାଂସଦ ମାନଙ୍କୁ ସାକ୍ଷାତ କରିବା ସହ ରାଷ୍ଟ୍ରପତି ନିର୍ବାଚନ ରେ ସେମାନଙ୍କ ସମର୍ଥନ ଲୋଡି ଥିଲେ l ସେଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁ ଙ୍କୁ ସ୍ଵାଗତ କରିଥିଲେ ଓ ଉତ୍ତରିୟ ଦେଇ ସମ୍ମାନିତ କରିଥିଲେ l

ଏହି କାର୍ଜ୍ୟକ୍ରମରେ ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କୁ ଭାଇ ସମ୍ବୋଧନ କରି ଭାବପ୍ରବଣ ହୋଇ କହିଥିଲେ, ” ମୁଁ ନବିନଙ୍କୁ ରାଖି ବାନ୍ଧିଥିଲି ,ରାଖିର ପାଉଣା ମାଗିବା ପୁର୍ବରୁ ସେ ମୋତେ ସମର୍ଥନ ଦେଇଛନ୍ତି , ବିଦେଶ ରେ ଥାଇ ମଧ୍ୟ ସେ ମୋତେ ଫୋନ୍ କରିଥିଲେ l ” ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଜରିଆରେ ସମସ୍ତଙ୍କୁ ଏନ୍ ଡି ଏ ର ରାଷ୍ତ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ ଭୋଟ ଦେବା ପାଇଁ ନିବେଦନ କରିବା ସହ ଦଳ ବାହାରେ ଅନ୍ୟମାନଙ୍କ ସମର୍ଥନ ଲାଗି ମଧ୍ୟ ଚେଷ୍ଟା କାରାଯିବ ବୋଲି ସୁଚନା ଦେଇଛନ୍ତି l ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ସେଖାୱତ୍ ମଧ୍ୟ ଉପସ୍ଥିତ ଥିଲେ l ପରେ ଶ୍ରୀମତୀ ମୁର୍ମୁ ନବିନ ନିବାସ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ l

Related Post

ଶ୍ରୀଗୁରୁ ପୂର୍ଣିମା ଉତ୍ତସବ୍ ପାଳନ

Posted by - July 13, 2022 0
କଳାହାଣ୍ଡି(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବୁଧବାର ବ୍ୟାସ ପୂର୍ଣ୍ଣିମା ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଭବାନୀପାଟଣା ଠାରେ ଗୁରୁ ପୂର୍ଣ୍ଣିମା ଉତ୍ସବ…

ସାତୋକୋଶିଆ ଅଭୟରଣ୍ୟ ରେ ବାଘ ଗଣନା ୧୫ ରୁ ୨୩ ତାରିଖ ପଯ୍ୟନ୍ତ

Posted by - December 14, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସାତୋକୋଶିଆ ଅଭୟରଣ୍ୟରେ ତା ୧୫/୧୨/୨୦୨୧ ଠାରୁ ୨୩/୧୨/୨୦୨୧ ପଯ୍ୟନ୍ତ ଅଭୟରଣ୍ୟ ମଧ୍ୟରେ ଥିବା ପଦ୍ମତୋଳା, ସାତୋକୋଶିଆ,ବାଇଶିପଡ଼ା, ଗଣିଆ,…

କଟିଲା ଭୁବନେଶ୍ବର ଲୋକସଭା ଆସନରୁ ପ୍ରସନ୍ନ ପାଟଶାଣୀଙ୍କ ଟିକେଟ୍ ହବ ଆଇଏଏସ୍-ଆଇପିଏସ୍ ଲଢେଇ

Posted by - March 27, 2019 0
ଭୁବନେଶ୍ବର:୨୭/୦୩ ଭୁବନେଶ୍ବର ଲୋକସଭା ଆସନରୁ ବିଜେଡି ଅବସରପ୍ରାପ୍ତ ଆଇପିଏସ୍ ଅରୁପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ସେ ଏଠାରେ ବିଜେପି ପ୍ରାର୍ଥୀ ତଥା ଅବସରପ୍ରାପ୍ତ ଆଇଏଏସ ଅପରାଜିତା ଷଡଙ୍ଗୀଙ୍କ…

ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ

Posted by - February 23, 2022 0
ରାୟଗଡା/କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ତ୍ରିସ୍ତରୀୟ ନିର୍ବାଚନ କାଳ ରେ ନିର୍ବାଚନ ଶେଷ ଆଇନ ଶୃଙ୍ଖଳ ପରିଚାଳନା ରେ ଦୁର୍ବଳ ପ୍ରାୟ ବୁଥରେ…